ଫୁସଫୁସକୁ ଲେଦର ବଲ ଭଳି ଶକ୍ତ କରିଦେଇଥାଏ କରୋନା, ଭାରତର ପ୍ରଥମ ଭୟଙ୍କର କେସ


କରୋନା ଭାଇରସ ମଣିଷର ରେସ୍ପିରେଟୋରୀ ସିଷ୍ଟମରେ ପ୍ରବେଶ କରି ଫୁସଫୁସକୁ ନଷ୍ଟ କରି ମୃତ୍ୟୁ ଦ୍ୱାରକୁ ନେଇଯାଇଥାଏ। କୋଭିଡ-୧୯ ଆମ ଫୁସଫୁସକୁ କେତେ ଯେ ପ୍ରଭାବ ପକାଏ ତାହାର ଏକ ଭୟଙ୍କର ଉଦାହରଣ କର୍ଣ୍ଣାଟକରେ ଦେଖିବାକୁ ମିଳିଛି | ଏଠାରେ ୬୨ ବର୍ଷର ଜଣେ ରୋଗୀ କରୋନା ସଂକ୍ରମିତ ହେବା ପରେ ତାଙ୍କ ଫୁସଫୁସ ଏକ ଚମଡ଼ା ବଲ ପରି କଠିନ ହୋଇଯାଇଥିଲା।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ଫୁସଫୁସର ଅବସ୍ଥା ଏପରି ଖରାପ ହେବା ପରେ ରୋଗୀ ଜଣଙ୍କର ମୃତ୍ୟୁ ଘଟିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ରୋଗୀର ମୃତ୍ୟୁର ୧୮ ଘଣ୍ଟା ପରେ ନାକ ଏବଂ ଗଳାରେ ଏହି ଭାଇରସ ସକ୍ରିୟ ଥିଲା। ଅର୍ଥାତ୍ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ଶବ ସମ୍ପର୍କରେ ଆସୁଥିବା ଅନ୍ୟ ଲୋକମାନେ ମଧ୍ୟ ଅସୁସ୍ଥ ହୋଇପାରନ୍ତି।

ଅକ୍ସଫୋର୍ଡ ମେଡିକାଲ କଲେଜର ଡାକ୍ତର ଦୀନେଶ ରାଓ କହିଛନ୍ତି ଯେ କରୋନା କାରଣରୁ ଏହି ରୋଗୀଙ୍କର ଫୁସଫୁସ ଚମଡ଼ା ବଲ ପରି କଠିନ ହୋଇଯାଇଥିଲା। ଫୁସଫୁସରେ ବାୟୁ ଭରୁଥିବା ଅଂଶ ନଷ୍ଟ ହୋଇଯାଇଥିଲା ଏବଂ କୋଷରେ ରକ୍ତ ଜମାଟ ହୋଇଯାଇଥିଲା | ଶବର ଯାଂଚ କରିବା ଦ୍ବାରା ମଧ୍ୟ କୋଭିଡ-୧୯ ର ଅଗ୍ରଗତିକୁ ବୁଝିବାରେ ସାହାଯ୍ୟ ମିଳିଛି |

ରିପୋର୍ଟ ଅନୁଯାୟୀ, ଡାକ୍ତର ରାଓ ଶରୀର, ନାକ, ଗଳା, ଫୁସଫୁସ ସରଫେସ, ରେସ୍ପିରେଟୋରୀ ପ୍ୟାସେଜ ଏବଂ ମୁହଁ ଏବଂ ଗଳାର ଚର୍ମରୁ ପାଞ୍ଚ ପ୍ରକାରର ସ୍ବାବ ନମୁନା ନେଇଥିଲେ। ଆରଟିପିସିଆର ପରୀକ୍ଷଣରୁ ଜଣାପଡିଛି ଯେ କରୋନା ଭାଇରସ ପାଇଁ ଗଳା ଏବଂ ନାକ ନମୁନା ପଜିଟିଭ ବାହାରିଥିଲା । ଏହାର ଅର୍ଥ କରୋନା ରୋଗୀର ଶରୀର ଅନ୍ୟ ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରେ | ତେବେ ଚର୍ମରୁ ନିଆଯାଇଥିବା ନମୁନାର ରିପୋର୍ଟ ନେଗେଟିଭ ଥିଲା।

କରୋନାରେ ମୃତ୍ୟୁବରଣ କରିଥିବା ଏହି ରୋଗୀର ମୃତଦେହକୁ ପରିବାରର ସହମତିରେ ପରୀକ୍ଷା କରାଯାଇଥିଲା। ଯେତେବେଳେ ରୋଗୀର ମୃତ୍ୟୁ ହେଲା, ତାଙ୍କ ପରିବାର ସଦସ୍ୟମାନେ ଘରେ ଅଲଗା ରହିଥିଲେ ଏବଂ ଶବ ବ୍ୟବଚ୍ଛେଦ ପାଇଁ ଦାବି ମଧ୍ୟ କରିପାରିନଥିଲେ।

“ମୋର ଅନୁସନ୍ଧାନ ଆମେରିକା ଏବଂ ଇଟାଲୀର ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦେଖାଯାଇଥିବା ଅନୁସନ୍ଧାନ ଠାରୁ ବହୁତ ଅଲଗା । ଏହାର ଅର୍ଥ ଭାରତରେ ଦେଖାଯାଉଥିବା ଭାଇରସ ଭିନ୍ନ ବୋଲି ରାଓ କହିଛନ୍ତି। ରାଓ ତାଙ୍କର ଅନୁସନ୍ଧାନକୁ ଏକ ସହକର୍ମୀ-ସମୀକ୍ଷା ହୋଇଥିବା ଜର୍ନାଲ୍ ରେ ପ୍ରକାଶ କରିବାକୁ ଯୋଜନା କରିଛନ୍ତି |


Share It

Comments are closed.