ଅଟୋ ଡ୍ରାଇଭରଙ୍କ ଝିଅ ଜିତିଲେ ମିସ୍ ଇଣ୍ଡିଆ ରନର୍ଅପ୍ ଟାଇଟଲ, ବେଶ ସଂଘର୍ଷ ଭରା ତାଙ୍କ କାହାଣୀ


ବୁଧବାର ରାତିରେ ତେଲେଙ୍ଗାନାର ଜଣେ ଇଞ୍ଜିନିୟର ମନସା ବାରାଣାସୀଙ୍କୁ VLCC ଫେମିନା ମିସ୍ ଇଣ୍ଡିଆ ୨୦୨୦ ର ବିଜେତା ଭାବରେ ନାମିତ କରାଯାଇଛି | ଉତ୍ତର ପ୍ରଦେଶର ମାନ୍ୟା ସିଂହ ପ୍ରଥମ ରନର୍ସ ଅପ୍ ଓ ମନିକା ଶୌକନ୍ଦ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି। ମାନ୍ୟା ସିଂହଙ୍କ ଏହି ଯାତ୍ରା ବହୁତ ସଂଘର୍ଷମୟ ଥିଲା। ମିସ ଇଣ୍ଡିଆ ମଞ୍ଚ ଯାଏଁ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା। ଇନଷ୍ଟାଗ୍ରାମରେ ସେ ନିଜ କାହାଣୀ ସେୟାର କରିଛନ୍ତି। କିଭଳି ଜଣେ ରିକ୍ସା ଚାଳକଙ୍କ ଝିଅ ମିସ୍ ଇଣ୍ଡିଆ ମଞ୍ଚ ଯାଏଁ ପହଞ୍ଚିଛି ସେ କାହାଣୀ ସେ ସେୟାର କରିଛନ୍ତି।

ମାନ୍ୟା ସିଂହଙ୍କ ପିତା ରିକ୍ସା ଚାଳକ। ତାଙ୍କ ଜୀବନ ସଂଘର୍ଷମୟ ଥିଲା। ମିସ୍ ଇଣ୍ଡିଆ ମଞ୍ଚ ଯାଏଁ ପହଞ୍ଚିବାକୁ ସେ ବହୁତ କଷ୍ଟ କରିଛନ୍ତି। ଅନେକ ରାତି ସେ ଅଖିଆ ଶୋଇଛନ୍ତି। ନିଜ ପରିବାରର ଫଟୋ ସେୟାର କରି ମାନ୍ୟା ଲେଖିଛନ୍ତି, “ମୁଁ ନ ଖାଇ ନ ଶୋଇ ଅନେକ ରାତି ବିତାଇଛି। ଖରାତରାରେ ମାଇଲ ମାଇଲ ବାଟ ଚାଲିଛି। ମୋ ସ୍ବପ୍ନ ପୁରା କରିବାକୁ ରକ୍ତ ଝାଳ ଏକ କରିଦେଇଥିଲି। ରିକ୍ସା ଚାଳକଙ୍କ ଝିଅ ହୋଇଥିବାରୁ ସ୍କୁଲ ଯିବାକୁ କେବେ ମଉକା ମିଳିନି। କାରଣ କିଶୋରାଵସ୍ଥାରୁ ମୋତେ କାମ କରିବାକୁ ପଡିଥିଲା। ମୋ ପାଖେ ଡ୍ରେସ ଥିଲା ସେସବୁ ମୁଁ ନିଜେ ସିଲେଇ କରିଥିଲେ। ଭାଗ୍ୟ ମୋ ପକ୍ଷରେ ନଥିଲା। ବହୁତ କଷ୍ଟରେ ମୋତେ ମୋ ପରିବାର ପାଠ ପଢ଼ିଛନ୍ତି। ଡିଗ୍ରୀ ପରୀକ୍ଷା ଫିସ ଦେବା ପାଇଁ ମୋ ବାପା-ମା’ ଗହଣା ବନ୍ଧା ପକାଇଥିଲେ। ମୋ ମା’ ପାଇଁ ବହୁତ କଷ୍ଟ ସହିଛି। ୧୪ ବର୍ଷ ବୟସରେ ମୁଁ ଘରୁ ପଳାଇ ଆସିଥିଲି।”

ସେ ଆଗକୁ କହିଛନ୍ତି, “ମୁଁ ସକାଳେ ପଢ଼ୁଥିଲି ଓ ସନ୍ଧ୍ୟାରେ ଲୋକଙ୍କ ଘରେ ବାସନ ମାଜୁଥିଲି। ପୁଣି ରାତିରେ କଲ ସେଣ୍ଟରରେ କାମ କରୁଥିଲି। ରିକ୍ସା ଭଡା ବଞ୍ଚାଇବାକୁ ମୁଁ ଘଣ୍ଟା ଘଣ୍ଟା ଧରି ମାଇଲ ମାଇଲ ବାଟ ଚାଲୁଥିଲି। ଏତେ କଷ୍ଟ କରିବା ପରେ ମୁଁ ଆଜି ଏଇଠି ପହଞ୍ଚିଛି। ମୋ ବାପା-ମା ଓ ଭାଇ ପାଇଁ ମୁଁ ଆଜି ଫେମିନା ମିସ ଇଣ୍ଡିଆ ୨୦୨୦ ମଞ୍ଚ ଯାଏଁ ପହଞ୍ଚି ପାରିଛି। ସମସ୍ତଙ୍କ ପାଇଁ ମୋର ଗୋଟିଏ ସନ୍ଦେଶ, ନିଜ ସ୍ବପ୍ନ ପୁରା କରିବାକୁ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ।”


Share It

Comments are closed.