ଅଟୋ ଚାଳକଙ୍କର ସଚୋଟତ୍ତା : ୫ଲକ୍ଷ ମୂଲ୍ୟର ଗହଣା ଭରା ବ୍ୟାଗକୁ ଫେରାଇଲେ


ମୁମ୍ବାଇର ଏକ ଅଟୋ ଚାଳକ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛନ୍ତି । ଅଟୋ ଚାଳକ ଲଣ୍ଡନର ଜଣେ ଦମ୍ପତିଙ୍କର ବ୍ୟାଗକୁ ଫେରସ୍ଥ କରିଛନ୍ତି । ଯେଉଁଥିରେ ପ୍ରାୟ ୫ ଲକ୍ଷ ଟଙ୍କାର ମୂଲ୍ୟବାନ ଜିନିଷ ରହିଥିଲା । ଅଟୋ ଚାଳକ ବିପିନ ପଟେଲଙ୍କୁ ନିଜ ଅଟୋରେ ଏକ କଳା ରଙ୍ଗର ବ୍ୟାଗ ମିଳିଥିଲା, ଯାହାକି କୌଣସି ଯାତ୍ରୀଙ୍କର ରହିଯାଇଥିଲା । ଏହି ବ୍ୟାଗରେ ୫ ଲକ୍ଷ ଟଙ୍କାର ସୁନା ଗହଣା ରହିଥିଲା । ବିପନ ବ୍ୟାଗ ଭିତରୁ ଏହି ସବୁ ଜିନିଷ ଦେଖିବା ପରେ ତୁରନ୍ତ କାଶ୍ମୀରା ପୋଲିସଙ୍କୁ ଏହା ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହି ଘଟଣା ହେଉଛି ୧୮ ଜୁଲାଇର ।
ଏହି ଦମ୍ପତି ଜଣକ ବିପନଙ୍କ ଅଟୋରେ ଯାତ୍ରା କରିବା ସମୟରେ ଭୁଲରେ ନିଜ ବ୍ୟାଗଟିକୁ ଛାଡିଦେଇଥିଲେ । ଏହା ପରେ ଯେବେ ପଟେଲ ଦେଖିଲେ ଯାତ୍ରୀ ଜଣକ ନିଜ ବ୍ୟାଗଟିକୁ ତାଙ୍କ ଅଟୋରେ ଛାଡିଦେଇଛନ୍ତି, ସେମାନଙ୍କ ବ୍ୟାଗକୁ ଫେରାଇଦେବା ପାଇଁ ବିପନ ଅନେକ ପ୍ରୟାସ କରିଥିଲେ ଏବଂ ଅନେକ ସମୟ ଧରି ତାଙ୍କୁ ଛାଡିଥିବା ଅଞ୍ଚଳରେ ପ୍ରତୀକ୍ଷା କରିବା ପରେ ସେ ବ୍ୟାଗଟିକୁ ସ୍ଥାନୀୟ ପୋଲିସଙ୍କୁ ହସ୍ତାନ୍ତର କରିଦେଇଥିଲେ ।

ଏହି ଦମ୍ପତି ୨୦୦୨ରୁ ଲଣ୍ଡନରେ ରହି ଆସୁଛନ୍ତି । ଦମ୍ପତି ଜଣକ ପେସାରେ ଆଇନଜୀବୀ ଅଟନ୍ତି । ଏହି ଦମ୍ପତିଙ୍କ ଅନୁଯାୟୀ ଯେ, ତାଙ୍କ ଠାରୁ ଏହି ବ୍ୟାଗ ହଜିବା ପରେ ସେ ଉକ୍ତ ବ୍ୟାଗଟିକୁ ପୁନଃ ପାଇବେ ବୋଲି ଆଶା ମଧ୍ୟ ହରାଇଦେଇଥିଲେ । କିନ୍ତୁ ବ୍ୟାଗ ମିଳିବା ପରେ ତାଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା । ଏହା ପରେ ସ୍ଥାନୀୟ କଶ୍ମୀରା ପୋଲିସ ଏବଂ ଉକ୍ତ ଦମ୍ପତି ବିପନଙ୍କର ସଚୋଟତାର ପ୍ରଶଂସା ମଧ୍ୟ କରିଥିଲେ ।


Share It

Comments are closed.