ଟଏଲେଟରେ ଥିଲା ସାପ, ରକ୍ଷା ପାଇଁ ଚିତ୍କାର କଲେ ପରିବାର ଲୋକ


ଗତ ସପ୍ତାହରେ ଅଷ୍ଟ୍ରେଲିଆର ବ୍ରିସବେନରେ ରହୁଥିବା ଏକ ପରିବାର ସହ ସକାଳୁ ସକାଳୁ ଏକ ଅଘଟଣ ଘଟିଯାଇଛି । ତାଙ୍କ ପାଇଁ ସେହି ଦିନଟି ଜୀବନର ସବୁଠାରୁ ଖରାପ ସ୍ୱପ୍ନ ସଦୃଶ୍ୟ ଥିଲା । କାରଣ ସେହି ଦିନ ପରିବାରର ଜଣେ ସଦସ୍ୟ ସକାଳୁ ସକାଳୁ ଟଏଲେଟ ଯିବା ପାଇଁ ଯେତେବେଳେ ଟଏଲେଟ କବାଟ ଖୋଲିଲେ, ତା’ପରେ ସେ ଏକ ଅଦ୍ଭୁତ ଜିନିଷ ଦେଖି ସମ୍ପୂର୍ଣ୍ଣ ଭୟଭୀତ ହୋଇଯାଇଥିଲେ ।
ଘଟଣାଟି ଏହା ଘଟିଥିଲା ଯେ, ସେ ଯେତେବେଳେ କବାଟ ଖୋଲି ଟଏଲେଟ ପାଇଁ ଯାଇଥିଲେ ସେତେବେଳେ ଏକ ବିରାଟକାୟ ସାପ କମଡ ଭିତରୁ ତାଙ୍କ ଉପରେ ଲମ୍ଫ ମାରିଥିଲା । ଉକ୍ତ ବ୍ୟକ୍ତି ଜଣକ ନିଜକୁ ବଞ୍ଚାଇବାକୁ ଯାଇ ଯେତେବେଳେ ଜୋରସେ ଚିତ୍କାର କରିବାକୁ ଲାଗିଲେ ପରିବାର ଲୋକେ ତତକ୍ଷଣାତ ଆସି ଦେଖନ୍ତି ତ ସେ ମଧ୍ୟ ଭୟବୀତ ହୋଇଯାନ୍ତି ।
ମିଳିଥିବା ସୂଚନା ମୁତାବକ, ଉକ୍ତ ଯୁବକ ଜଣକ ଦେଖିଥିବା ସାପଟି ହେଲା ‘କାର୍ପେଟ ପାଇଥନ’, ଯାହାକି ପ୍ରାୟତଃ ଅଷ୍ଟ୍ରେଲିଆରେ ହିଁ ଦେଖିବାକୁ ମିଳିଥାଏ । ଏହା ପରେ ପରିବାର ସଦସ୍ୟ ସଙ୍ଗେ ସଙ୍ଗେ ଏକ ସ୍ନେକ ହେଲ୍ପ ଲାଇନ ସୂଚନା ଦେଇଥିଲେ, ଯାହା ଫଳରେ ସମାନେ ଆସି ଏହି ସାପଟିକୁ ଉଦ୍ଧାର କରିନେଇଥିଲେ ।
ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.