ଭାରତର ବିଜୟକୁ ନେଇ ପ୍ରଶ୍ନ ଉଠାଇଲେ “କଙ୍ଗାରୁ ମିଡିଆ”


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ପ୍ରଥମ ମ୍ୟାଚକୁ ଭାରତ କବଜା କରିନେଇଥିବାବେଳେ ବିରାଟଙ୍କ ଅଧିନାୟକତ୍ୱରେ ଏହା ହେଉଛି ଦଳ ପାଇଁ ଏକ ବଡ ଉପଲବ୍ଧୀ । ଭାରତ ୧୦ ବର୍ଷ ପରେ ଅଷ୍ଟ୍ରେଲିଆରେ ପୁଣି ଥରେ ଟେଷ୍ଟ ମ୍ୟାଚ ଜିତିବାର ଏହି ସୌଭାଗ୍ୟ ଅର୍ଜନ କରିଛି ।
ସେପଟେ ଘରୋଇ ଦଳ ଭାରତର ଏହି ବିଜୟକୁ ନେଇ ଅନେକ ପ୍ରଶ୍ନ ଉଠାଇବାରେ ଲାଗିଲେଣି । ଅଷ୍ଟ୍ରେଲିଆ ପାଇଁ ନାଥନ ଲେଏନ ଏବଂ ହେଜଲହୁଡ ଶେଷ ୱିକେଟରେ ୩୨ ରନ ସହଭାଗିତା କରିଦେଇଥିବାବେଳେ ଆଉ ବିଜୟ ପାଇଁ ମାତ୍ର ୩୧ ରନର ଆବଶ୍ୟକତା ରହିଥିଲା । ଶେଷ ଓଭର ଏହି ସହଭାଗିତା ଭାରତ ପାଇଁ ଅନେକ ଚିନ୍ତାର କାରଣ ମଧ୍ୟ ସାଜିଥିଲା ।
ଅଷ୍ଟ୍ରେଲିଆର ଦଳୀୟଗତ ସ୍କୋର ୨୯୧ ରନରେ ପହଞ୍ôଚସାରିଥିବାବେଳେ ଏହି ସମୟରେ ଅଶ୍ୱିନୀଙ୍କ ବଲରେ ହେଜଲହୁଡ କ୍ଲିନ ଆଉଟ ହୋଇଯାଇଥିଲେ । ପ୍ରକାଶ ଥାଉକି, ଅଶ୍ୱିନୀଙ୍କ ବଲରେ ହେଜଲହୁଡ କଟ ଏଣ୍ଡ କ୍ୟାଚ ହୋଇଥିଲେ । ଏହି କ୍ୟାଚକୁ କେ.ଏଲ ରାହୁଲ ଧରିଥିବାବେଳେ କିନ୍ତୁ ବର୍ତ୍ତମାନ ତାଙ୍କର ଏହି କ୍ୟାଚକୁ ନେଇ ଆଷ୍ଟ୍ରେଲିଆର ମିଡିଆ ପ୍ରଶ୍ନ ଉଠାଇବାକୁ ଲାଗିଲେଣି ।
‘ପୋକ୍ସ କ୍ରିକେଟ ’ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇ କୁହାଯାଇ ଯେ, କ’ଣ ରାହୁଲଙ୍କ ଏହି କ୍ୟାଚ ସମ୍ପୂର୍ଣ୍ଣ କ୍ଲିନ ଅଟେ ? । ଏହି ଭିଡିଓର ସେକେଣ୍ଡ ସ୍ଲିପରେ ଫିଲ୍ଡିଙ୍ଗ କରୁଥିବା କେ.ଏଲ ରାହୁଲ ହେଜେଲହୁଡଙ୍କ କ୍ୟାଚ ଧରିଥିଲେ କିନ୍ତୁ କ୍ୟାଚଟି ରାହୁଲଙ୍କ ହାତରୁ ହାଲକାରେ ଖସି ଯାଇଥିବାର ମଧ୍ୟ ଜଣା ପଡୁଥିଲା ।


Share It

Comments are closed.