ଏବେ ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ ଦର୍ଶକ, କ୍ରିକେଟ ଅଷ୍ଟ୍ରେଲିଆ ନେଇପାରେ ଏହି ବଡ ନିଷ୍ପତି


ଆଇପିଏଲ ପରେ ଭାରତୀୟ କ୍ରିକେଟ୍ ଦଳ ତିନି ମାସିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୩ଟି ଟି-୨୦, ୩ଟି ଦିନିକିଆ ଓ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ଚାରି ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଦଳ ସିଡନୀରେ ରାତ୍ରି ଅଭ୍ୟାସ୍ ମ୍ୟାଚ୍ ଖେଳିବ। କ୍ରିକେଟ୍ ଅଷ୍ଟ୍ରେଲିଆ ବୁଧବାର ଭାରତୀୟ ଦଳର ଏହି ଗସ୍ତର ପୂରା କାର୍ଯ୍ୟକ୍ରମ ଜାରି କରିଛି। ଏହି ଗସ୍ତରେ ସିଡନୀରେ ୧୪ ଦିନିଆ କ୍ଵାରେଣ୍ଟାଇନ୍ ବି ସାମିଲ। ଏହା ନଭେମ୍ବର ୧୨ରୁ ଆରମ୍ଭ ହେବ। ଭାରତୀୟ ଦଳ ନଭେମ୍ବର ୧୦ରେ ଆଇପିଏଲ ସମାପ୍ତ ପରେ ଅଷ୍ଟ୍ରେଲିଆ ଗସ୍ତ କରିବ। ଖାସ୍ କଥା ଏହା ଯେ, ଅଷ୍ଟ୍ରେଲିଆ କ୍ରିକେଟ୍ ବକ୍ସିଂ ଡେ ଟେଷ୍ଟରେ ଦର୍ଶକଙ୍କୁ ଷ୍ଟାଡିୟମରେ ଡକାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି।

କ୍ରିକେଟ୍ ଅଷ୍ଟ୍ରେଲିଆର ଅନ୍ତରୀଣ ସିଇଓ ହକଲେ କହିଛନ୍ତି ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ରେ ଦର୍ଶକଙ୍କୁ ଷ୍ଟାଡିୟମକୁ ଆସିବାକୁ ଅନୁମତି ଦିଆଯାଇପାରେ। ଏଥିପାଇଁ ବୋର୍ଡ ଭିକ୍ଟୋରିଆର ରାଜ୍ୟ ସରକାରଙ୍କ ସହିତ ମିଶି କାମ କରାଯାଉଛି। ଆମେ ଏହି ମ୍ୟାଚ୍ ପାଇଁ ଦର୍ଶକଙ୍କ ଉପସ୍ଥିତିକୁ ନେଇ ଭିକ୍ଟୋରିଆ ସରକାର ଓ ମେଲବର୍ଣ୍ଣ କ୍ରିକେଟ୍ କ୍ଲବ ସହିତ ମିଶି କାମ କରୁଛୁ ବୋଲି ସିଇଓ କହିଛନ୍ତି।

କୁହାଯାଉଛି ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ହେବାକୁ ଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ରେ ଏକ ଚତୁର୍ଥାଂଶ ଦର୍ଶକ ଅର୍ଥାତ ୨୫ ହଜାର ଲୋକଙ୍କୁ ଷ୍ଟାଡିୟମ ଆସିବାକୁ ଅନୁମତି ଦିଆଯାଇପାରେ। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲା ଡିସେମ୍ବର ୧୭ ଆଡିଲେଡରେ ଦିବାରାତ୍ରା ଟେଷ୍ଟ ହେବ। ଏହା ପରେ ଡିସେମ୍ବର ୨୬ରୁ ମେଲବର୍ଣ୍ଣ, ଜାନୁଆରୀ ୭ରେ ସିଡନୀ ଓ ଜାନୁଆରୀ ୧୫ରେ ବ୍ରିସବେନର ଗାବାରେ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଟି-୨୦ ଓ ଦିନିକିଆ ଶୃଙ୍ଖଳା ଖେଳାଯିବ।


Share It

Comments are closed.