ପାଣି ସମସ୍ୟାରୁ ରକ୍ଷା ପାଇବା ପାଇଁ ୧୦ ହଜାର ଓଟୋଙ୍କୁ ମାରିବାର ନିଷ୍ପତି ନେଲା ଅଷ୍ଟ୍ରେଲିଆ


ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆ ଜଙ୍ଗଲରେ ଭୀଷଣ ନିଆଁ ଲାଗିବା ଫଳରେ ପାଖାପାଖି ୫୦ କୋଟି ବନ୍ୟଜନ୍ତୁ ପ୍ରାଣ ହରାଇ ଥିବାର ସୂଚନା ମିଳିଥିବାବେଳେ ଏହା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବ ‘କୋଆଲା’ ଜୀବଙ୍କ ଉପରେ ପଡିଛି, ଯେଉଁମାନେକି ବର୍ତ୍ତମାନ ବିଲୁପ୍ତ ଅବସ୍ଥାରେ ଅଛନ୍ତି । ବନ୍ୟଜନ୍ତୁ ବଞ୍ଚାଇବା ପାଇଁ ଜଙ୍ଗରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣରେ ଆଣିବା ପାଇଁ ଦ୍ରୁତ ଗତି ରେସକ୍ୟୁ ଅଭିଯାନ ଚାଲିଥିବାବେଳେ ଏହି ସମ୍ବନ୍ଧିୟ ଅନେକ ଭିଡିଓ ଏବଂ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଏହା ବାଦ ବର୍ତ୍ତମାନ ଏଭଳି ଏକ ଖବର ସାମନାକୁ ଆସିଛି, ଯାହାକି ସମସ୍ତଙ୍କୁ ବିସ୍ମିତ କରିଦେବ । ମିଳିଥିବା ସୂଚନା ମୁତାବକ, ଦକ୍ଷିଣ ଅଷ୍ଟ୍ରେଲିଆରେ ଅଧିକ ପାଣି ପିଉଥିବା ଓଟୋମାନଙ୍କୁ ଗୁଳି କରି ମାରିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପ୍ରାୟ ୧୦ ହଜାର ଓଟୋଙ୍କୁ ଗୁଳି କରି ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଣି ସମସ୍ୟା ରକ୍ଷାରୁ ପାଇବା ଏହି ଓଟୋମାନଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଏହି ଜଙ୍ଗଲୀ ଓଟୋ ପ୍ରଚୁର ପାଣି ପିଉଥିବା ହେତୁ ଅଞ୍ଚଳରେ ପ୍ରଚୁର ପାଣି ସମସ୍ୟା ଦେଖାଯାଇଥାଏ । ସେଥିପାଇଁ ପ୍ରଫେସନାଲ ହେଲିକ୍ୟାପ୍ଟର ସୁଟର ଦ୍ୱାରା ଏହି ଜଙ୍ଗଲୀ ଓଟୋ ମାନଙ୍କୁ ମାରିବା ପାଇଁ ନିଷ୍ପ୍ତି ନିଆଯାଇଛି । ଏହି ଆଦେଶ ଦକ୍ଷିଣ ଅଷ୍ଟ୍ରେଲିଆର ଆଦିବାସୀ ନେତା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ୫ଦିନ ମଧ୍ୟରେ ୧୦ ହଜାର ଓଟୋଙ୍କୁ ମାରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି ।


Share It

Comments are closed.