ଶେଷ ଏବଂ ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚରେ ରୋହିତଙ୍କୁ କରିବାକୁ ପଡିଲା ବୋଲିଂ, ଭିଡିଓ ଭାଇରାଲ


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ଏବଂ ନିର୍ଣ୍ଣାୟକ ମ୍ୟାଚ ବ୍ରିସବେନର ଗାଓା ମଇଦାନରେ ଖେଳାଯାଉଛି । ମ୍ୟାଚରେ ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଛି, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରୋହିତ ଜଣେ ଓପନର ଭାବେ ଖେଳୁଥିବାବେଳେ ଆନ୍ତର୍ଜାତିକ କ୍ରିକେଟରେ ତାଙ୍କୁ ବହୁତ କମ୍ ବୋଲିଂ କରୁଥିବାର ଦେଖିବାକୁ ମିଳେ ।

ଟେଷ୍ଟ ମ୍ୟାଚରେ ଏହା ପୂର୍ବରୁ ସେ ୨ଟି ୱିକେଟ ନେଇ ସାରିଛନ୍ତି । ରୋହିତ ୩୪ଟି ଟେଷ୍ଟ ମ୍ୟାଚରେ ଏହା ପୂର୍ବରୁ ୮ଥର ବୋଲିଂ କରିସାରିଛନ୍ତି । ରୋହିତ ୨୦୧୪ରେ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ୱିକେଟ ନେଇଥିବାବେଳେ ଅନ୍ୟ ଏକ ୱିକେଟ ସେହି ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଏଡେଲେଟରେ ସଂଗ୍ରହ କରିଥିଲେ


Share It

Comments are closed.