ଜାନୁଆରୀ ୭ରେ ଭୁବନେଶ୍ୱରରେ ‘ସାରେଗାମାପା’ ଲିଟିଲ୍ ଚାମ୍ପସ୍ ଅଡିସନ


ଭୁବନେଶ୍ୱର: ଦେଶବ୍ୟାପୀ ପ୍ରତିଭାଶାଳୀ ଶିଶୁ ଗାୟକଙ୍କ ଧମାକେଦାର ଓ ସୁମଧୁର ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବା ପରେ ଜୀ ଟିଭିର ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ ଲୋକପ୍ରିୟ ସଙ୍ଗୀତଭିତିକ ରିୟଲିଟି ଶୋ’ ସାରେଗାମାପା ଲିଟିଲ୍ ଚାମ୍ପସ୍ ପୁଣିଥରେ ଫେରିଆସିଛି । ଏହି କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଶୋ’ରେ ଅଡିସନ୍‌ର ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ଏହାର ଅଡିସନ୍ ଆସନ୍ତା ୭ ତାରିଖ ମଙ୍ଗଳବାର ସକାଳ ୮ଟା ପରଠାରୁ ଭୁବନେଶ୍ୱରର ପଟିଆଠାରେ ଥିବା କିଟ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୬ ସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ହେବ । ତେବେ ଅଡିସନରେ ଭାଗ ନେବା ପାଇଁ ପିଲାମାନଙ୍କୁ ପ୍ରଥମେ ପଞ୍ଜୀକରଣ କରାଇବାକୁ ହେବ । ଏଥି ପାଇଁ ବୟସ ସୀମା ୧୫ ବର୍ଷ ରହିଥିବାବେଳେ ଅଡିସନ୍ ପାଇଁ ପଞ୍ଜୀକରଣ ନିମନ୍ତେ ୭୩୦୪୧୮୯୧୯୪/୮୮୨୮୨୯୦୨୯୧ରେ କଲ୍ କରିବାକୁ ହେବ । ଆଗାମୀ ଦିନଗୁଡିକରେ ଗୋଆ, ଲକ୍ଷ୍ନୌ, ବାଙ୍ଗାଲୁରୁ, ଚଣ୍ଡୀଗଡ, ଇନ୍ଦୋର, ପାଟ୍‌ନା, ଜୟପୁର, ନାଗପୁର, ପୁନେ, ଅହମ୍ମଦାବାଦ, କୋଲ୍‌କାତା, ଦିଲ୍ଲୀ ଓ ମୁମ୍ବାଇରେ ଏହାର ଅଡିସନ ଆୟୋଜିତ ହେବ ।

ସାରେଗାମାପା ଲିଟିଲ ଚାମ୍ପସ୍‌ର ପୂର୍ବ ସିଜିନରେ ସୁଗନ୍ଧା ଦାତେ ବିଜୟୀ ହୋଇଥିବା ବେଳେ ଶ୍ରେୟନ ଭଟ୍ଟାଚାର୍ଯ୍ୟ, ଅଞ୍ଜଳି ଗାୟକ୍ୱାଡ, ତାନ୍ୟା ଶର୍ମା, ସନ୍‌ମୁଖ୍ ପ୍ରିୟା, ସୋନାକ୍ସି କର ଓ ସମସ୍ତଙ୍କ ପ୍ରିୟ ‘ଛୋଟେ ଭଗବାନ’ ଜୟସ କୁମାରଙ୍କ ଭଳି ସଙ୍ଗୀତ ପ୍ରତିଭାଙ୍କୁ ଦେଶ ସହ ପରିଚିତ କରାଇଥିଲା । ଶିଶୁ ଗାୟକଙ୍କୁ ପରିଚିତ କରାଇବା ଏବଂ ସେମାନଙ୍କୁ ଏତେ କମ୍ ବୟସରୁ ନିଜ ପ୍ରତିଭାର ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବାରେ ନିଜର ସାମ୍ରାଯ୍ୟକୁ ଆଗକୁ ବଢାଇ ଏହି ଶୋ’ ପୁଣିଥରେ ଯୁବ ସଙ୍ଗୀତ ଆଶାୟୀଙ୍କ ଏକ ନୂଆ ବ୍ୟାଚର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହେଉଛି । ଯୁବ ପ୍ରତିଭାଶାଳୀ ଗାୟକମାନଙ୍କୁ ସେମାନଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରୁଥିବାର ଦେଖିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, କାରଣ ଜୀ ଟିଭିରେ ଖୁବ୍‌ଶୀଘ୍ର ସାରେଗାମାପା ଲିଟିଲ୍ ଚାମ୍ପସ୍ ପ୍ରସାରିତ ହେବାକୁ ଯାଉଛି ।


Share It

Comments are closed.