ଆତ୍ମନିର୍ଭର ଭାରତ ୩.୦ର ଘୋଷଣା କଲେ ଅର୍ଥମନ୍ତ୍ରୀ, ନିଯୁକ୍ତି କ୍ଷେତ୍ରରେ ଦିଆଯିବ ଗୁରୁତ୍ୱ


କରୋନା ସଙ୍କଟ ଏବଂ ତାଲା ବନ୍ଦ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥାରେ ଦେଖାଯାଇଥିବା ସଙ୍କଟସ୍ଥିତିରେ ସୁଧାର ଆଣିବା ସହ ଅର୍ଥନୀତିକୁ ସଠିକ୍ ରାସ୍ତାରେ ଆଣିବା ପାଇଁ ମୋଦୀ ସରକାର ଗୁରୁବାର ଆଉ ଏକ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସମ୍ପ୍ରତି ପରିସଂଖ୍ୟାନ ଅର୍ଥନୀତିରେ ଉନ୍ନତିର ଲକ୍ଷଣ ଦେଖାଉଛି। ଏହା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ୩.୦ ର ଘୋଷଣା କରିଛନ୍ତି। ଯାହା ଫଳରେ ଦେଶରେ ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିବ।

ରୋଜଗାର ବୃଦ୍ଧି ପାଇଁ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଘୋଷଣା କରାଯାଇଥିଲା। ଏହା ସଂଗଠିତ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି କରିବ। ଏଥି ସହିତ ହେଶରେ ପଞ୍ଜୀକୃତ EPFO ପ୍ରତିଷ୍ଠାନରେ ଯୋଗଦେଉଥିବା କର୍ମଚାରୀମାନେ ଉପକୃତ ହେବେ । ଯେଉଁମାନେ ପୂର୍ବରୁ EPFO ​​ସହିତ ଜଡିତ ନଥିଲେ କିମ୍ବା ଯେଉଁମାନେ ମାର୍ଚ୍ଚ ୧ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାକିରି ହରାଇଛନ୍ତି, ସେମାନେ ମଧ୍ୟ ଏହି ଯୋଜନାର ଲାଭ ପାଇବେ। ଏହି ଯୋଜନା ୧ ଅକ୍ଟୋବର ୨୦୨୦ ଠାରୁ କାର୍ଯ୍ୟକାରୀ ହେବ ଏବଂ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଚାଲିବ। ଆତ୍ମନିର୍ଭର ଭାରତ ନିଯୁକ୍ତି ଯୋଜନା

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଲକ୍ଷ୍ୟ ହେଉଛି ଏହି ଯୋଜନାରେ ଅଧିକରୁ ଅଧିକ କର୍ମଚାରୀ EPFO ​​ରେ ଯୋଡିହୁଅନ୍ତୁ ଏବଂ PF ର ଲାଭ ଉଠାନ୍ତ। ଯେଉଁ କର୍ମଚାରୀମାନେ ପୂର୍ବରୁ PF ପାଇଁ ପଞ୍ଜୀକୃତ ହୋଇନଥିଲେ ଏବଂ ଯାହାର ଦରମା ୧୫ ହଜାରରୁ କମ୍ ସେମାନେ ମଧ୍ୟ ଏହି ଯୋଜନାର ଲାଭ ପାଇବେ । ଯେଉଁମାନଙ୍କ ପାଖରେ ଅଗଷ୍ଟରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାକିରି ନଥିଲା କିନ୍ତୁ ପରେ PF ସହ ଯୋଡି ହୋଇଛନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ । ଏହି ଯୋଜନା ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥି ସହିତ କେନ୍ଦ୍ର ସରକାର ଦୁଇ ବର୍ଷ ପର୍ଯ୍ୟନ୍ତ ଏକ ହଜାର କର୍ମଚାରୀ ଥିବା ସଂସ୍ଥା ନୂତନ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଇପିଏଫ୍‌ ଭରିବେ। ୧ ହଜାରରୁ କମ୍‌ କର୍ମଚାରୀ ଥିବା ସଂସ୍ଥାରେ ୨୪% ଇପିଏଫ୍ ଦେବ କେନ୍ଦ୍ର। ସଂସ୍ଥା ଦେବାକୁ ଥିବା ୧୨% ଓ କର୍ମଚାରୀଙ୍କ ୧୨% ମଧ୍ୟ ଦେବ କେନ୍ଦ୍ର। ହଜାରେରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ ଭରିବ କେନ୍ଦ୍ର। କର୍ମଚାରୀଙ୍କ ପକ୍ଷରୁ ଦାଖଲ ହେଉଥିବା ୧୨% ରାଶି କେନ୍ଦ୍ର ଦେବ। ଏହି ଇପିଏଫ୍ ଭରଣା ଆଗାମୀ ୨ ବର୍ଷ ପର୍ୟ୍ୟନ୍ତ ଚାଲୁ ରହିବ ବୋଲି କହିଛନ୍ତି ସୀତାରମଣ। ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନାର ଅବଧି ବୃଦ୍ଧି

ମୋଦୀ ସରକାର ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ (ECLGS) ର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଏହି ଯୋଜନାର ଲାଭ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ଭାରତ ଅଧୀନରେ (ECLGS) ଯୋଜନା ଅଧୀନରେ ୬୧ ଲକ୍ଷ ଲୋକ ଉପକୃତ ହୋଇଛନ୍ତି।

ପିଏମ୍‌ ଆବାସ ଯୋଜନା – ସହରୀ

ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ପାଇଁ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଥିରେ ସମୁଦାୟ ୩୦ ଲକ୍ଷ ଘର ଉପକୃତ ହେବ । ବଜେଟରେ ଘୋଷିତ ଆଠ ହଜାର କୋଟି ଟଙ୍କା ସହିତ ଏହି ରାଶି ଅତିରିକ୍ତ ପରିମାଣ ହେବ । ଏହା ଦ୍ବାରା ୭୮ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ପାଇବେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ କାମାତ କମିଟିର ସୁପାରିଶ ଆଧାରରେ ୨୬ ଟି କ୍ଷତିଗ୍ରସ୍ତ କ୍ଷେତ୍ର ଚିହ୍ନଟ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଏହି କ୍ଷେତ୍ରଗୁଡିକ ପାଇଁ (ECLGS) ସ୍କିମ୍ ୨.୦ ଆରମ୍ଭ କରାଯାଇଛି। ଏଥିରୁ ଏମଏସଏମଇ କ୍ଷେତ୍ର ମଧ୍ୟ ଉପକୃତ ହେବ। ଏଥିରେ ମୂଳଧନ ପରିଶୋଧ କରିବାକୁ ପାଞ୍ଚ ବର୍ଷ ସମୟ ଦିଆଯାଇଛି । ଏଥିରେ କର୍ମଧାରକ କମ୍ପାନୀଗୁଡ଼ିକୁ ଏକ ବର୍ଷ ପାଇଁ ୫୦ କୋଟିରୁ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଗ୍ରମି ଅର୍ଥ ଦିଆଯିବ। ଏହି ଯୋଜନା ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ୧୦ ଟି କ୍ଷେତ୍ର ପାଇଁ ୧.୪୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏକ ପ୍ରଡକ୍ସନ୍ ଲିଙ୍କ୍ ପ୍ରୋତ୍ସାହନ ଯୋଜନା ଆରମ୍ଭ କରାଯାଇଛି । ଏହା ରୋଜଗାର ଏବଂ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବ । ଏହି ଯୋଜନା ପ୍ରଥମେ ତିନୋଟି କ୍ଷେତ୍ରରେ ଆରମ୍ଭ କରାଯାଇଥିଲା। ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ରକୁ ଆଶ୍ୱସ୍ତି
ଅର୍ଥମନ୍ତ୍ରୀ କହିଛନ୍ତି ଯେ ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ରର କମ୍ପାନୀଗୁଡିକ ବର୍ତ୍ତମାନ ଚୁକ୍ତିନାମା ପାଇଁ ପାଞ୍ଚରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତା ସୁରକ୍ଷା ପରିମାଣରୁ ମାତ୍ର ତିନି ପ୍ରତିଶତ ରଖିବାକୁ ପଡିବ। ଏହା ଛାଡ ସୁବିଧା ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଜାରି ରହିବ । ଏଥି ସହିତ ଅନ୍ୟ ପ୍ରାବଧାନ ମଧ୍ୟରେ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି। ଏହାକୁ ମନ୍‌ରେଗା କିମ୍ବା ଗ୍ରାମ ସଡକ ଯୋଜନା ପାଇଁ ବ୍ୟବହାର କରାଯାଇପାରିବ ।
ଚାଷୀଙ୍କୁ ସାର ସବସିଡି ଯୋଗାଇବା ପାଇଁ ୬୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
ରପ୍ତାନି ବୃଦ୍ଧି ପାଇଁ ଏକ୍ସିମ୍ ବ୍ୟାଙ୍କକୁ ଲାଇନ୍‌ ଅଫ୍ କ୍ରେଡିଟ୍ ପ୍ରଦାନ କରାଯିବ।
କୋଭିଡ ଟିକା ଗବେଷଣା ପାଇଁ କୋଭିଡ ସୁରକ୍ଷା ମିଶନ ଅଧୀନରେ ବାୟୋଟେକ୍ନୋଲୋଜି ବିଭାଗକୁ ୯୦୦ କୋଟି ଆବଣ୍ଟନ କରାଯିବ। ଯାହାଦ୍ୱାରା ଟୀକା ଉପରେ ଅଧିକ ଗବେଷଣା କରାଯାଇପାରିବ । ଆତ୍ମନିର୍ଭର ଭାରତ ମାଧ୍ୟମରେ କଣ ଲାଭ ମିଳିଛି

ଆତ୍ମନିର୍ଭର ଭାରତ ଯୋଗୁଁ ଦେଶରେ ନିବେଶ ବୃଦ୍ଧି ପାଉଛି ବୋଲି ସୀତାରମଣ କହିଛନ୍ତି। ଆତ୍ମନିର୍ଭରଶୀଳ ଭାରତ ଅଧୀନରେ ନିଆଯାଇଥିବା ପଦକ୍ଷେପରୁ ଶ୍ରମିକମାନେ ଉପକୃତ ହୋଇଛନ୍ତି। ଚାଷୀଙ୍କୁ ରିଲିଫ୍ ଦେବାର ଫଳାଫଳ ମଧ୍ୟ ଭଲ ହୋଇଛି | ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ସ୍କିମ୍ (ECGLS) ଅଧୀନରେ ୬୧ ଲକ୍ଷ ଋଣ ନେଇଥିବା ବ୍ୟକ୍ତିଙ୍କୁ ୨.୦୫ ଲକ୍ଷ କୋଟି ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ୧.୫୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି। ବ୍ୟାଙ୍କଗୁଡିକ ୧୫୭.୪୪ ଲକ୍ଷ ଚାଷୀଙ୍କୁ କିସାନ କ୍ରେଡିଟ୍ କାର୍ଡ ପ୍ରଦାନ କରିଛନ୍ତି ଏବଂ ଦୁଇଟି ପର୍ଯ୍ୟାୟରେ ୧,୪୩,୨୬୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏଥି ସହିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଅଧିନରେ ୧୬୮୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ନାବାର୍ଡ ମାଧ୍ୟମରେ ୨୫ ହଜାର କୋଟିର ଏକ ପୁଞ୍ଜି ବିନିଯୋଗ କରାଯାଇଛି । ରେଳବାଇରେ ମାଲ ପରିବହନ ୨୦ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାଙ୍କ ଋଣ ବିତରଣ ୫ ପ୍ରତିଶତ ବୃଦ୍ଧି ପାଇଛି। ଅକ୍ଟୋବର-ଡିସେମ୍ବର ତ୍ରୟମାସିକରେ ଅର୍ଥନୀତିରେ ଉନ୍ନତି ହେବ । FPI ର ନିଟ୍ ବିନିଯୋଗ ମଧ୍ୟ ସକରାତ୍ମକ ହୋଇଛି | ଜିଏସ୍ଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ୫୬୦ ବିଲିୟନ ଡ଼ଲାର ରେକର୍ଡରେ ପହଞ୍ଚିଛି।


Share It

Comments are closed.