ଭାରତକୁ ଆସୁଛି ଆସସ୍ ଜେନ ଫୋନ ୫ଜେଡ଼; ୮ ଜିବି ରାମ୍, ୨୫୬ ଜିବି ରମ୍


ବଜାରରେ ନୂତନ ଓ ଉନ୍ନତ ମାନର ସ୍ମାର୍ଟଫୋନ୍ ପ୍ରବେଶକୁ ନେଇ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଜୋରଦାର ଧରିଥିବାବେଳେ ଆସସ୍ ପକ୍ଷରୁ ପ୍ରଥମ କରି ଭାରତୀୟ ବଜାରରେ ୮ ଜିବି ରାମ୍ ଓ ୨୫୬ଜିବି ରମ୍ ବିଶିଷ୍ଟ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଉଛି । ପୂର୍ବରୁ ଉକ୍ତ ସ୍ମାର୍ଟଫୋନର ଦୁଇଟି ଭାରିଆଣ୍ଟ ଭାରତରେ ପ୍ରବେଶ କରିସାରିଛି । ତନ୍ମଧ୍ୟରୁ ୬ଜିବି ର୍ୟାମ୍/୬୪ ଜିବି ରମ୍ ଫୋନର ମୂଲ୍ୟ ୨୯,୯୯୯ ଟଙ୍କା ରହିଥିବାବେଳେ ୬ଜିବି ର୍ୟାମ୍/୧୨୮ ଜିବି ରମ୍ ଯୁକ୍ତ ଫୋନର ମୂଲ୍ୟ ରହିଛି ୩୨,୯୯୯ ଟଙ୍କା । ତେବେ ଆସସର ଏହି ମଡେଲର ନୂତନ ଭାରିଆଣ୍ଟ ସ୍ମାର୍ଟଫୋନର ମୂଲ୍ୟ ୩୬,୯୯୯ ରଖାଯାଇଛି ।
ଜେନ଼ ଫୋନ ୫ଜେଡ଼ର ଏହି ନୂତନ ଭାରିଆଣ୍ଟରେ ରହିଛି ଡୁଆଲ୍ ନାନୋ ସିମ୍ ଓ ଡୁଆଲ୍ ଭୋଲ୍ଟି ସପୋର୍ଟିଂ ଫିଚର୍ । ଏଥିରେ ରହିଛି ୧୨ ମେଗାପିକ୍ସିଲ୍ ସୋନି ଆଇଏମ୍ଏକ୍ସ୩୬୩ ଯୁକ୍ତ ପ୍ରାଇମେରୀ କ୍ୟାମେରା ଓ ୮ ମେଗାପିକ୍ସିଲ୍ ଓମ୍ନି ଭିଜନ୍ ୮୮୫୬ ସେନ୍ସରଯୁକ୍ତ ସେକେଣ୍ଡାରି କ୍ୟାମେରା । ଏହାର ୮ ଏମ୍ପି ଯୁକ୍ତ ସାମନା ପାଖ କ୍ୟାମେରା ଗ୍ରାହକମାନଙ୍କୁ ଆକର୍ଷଣୀୟ ସେଲ୍ଫି ପ୍ରଦାନ କରିଥାଏ । ଏହା ୬.୨ ଇଞ୍ଚବିଶିଷ୍ଟ ଫୁଲ୍ ଏଚ୍ଡି ଡିସ୍ପ୍ଲେ ଓ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮୪୫ ଅକ୍ଟା କୋର୍ ପ୍ରୋସେସର୍ ସହ ଉପଲବ୍ଧ ହେଉଛି । ଏହାର ୨୫୬ଜିବି ଯୁକ୍ତ ରମ୍ ମାଇକ୍ରୋ ଏସ୍ଡି କାର୍ଡ ମାଧ୍ୟମରେ ୨ ଟିବି ପର୍ଯ୍ୟନ୍ତ ଏହାର ମେମୋରିକୁ ସଂପ୍ରସାରଣ କରିବାରେ ସକ୍ଷମ ରଖୁଛି । ୩୩୦୦ ଏମ୍ଏଏଚ୍ ବିଶିଷ୍ଟ ବ୍ୟାଟେରୀ ପୂରା ଦିନ ଗ୍ରାହମମାନଙ୍କୁ ମନୋରଞ୍ଜନ ପ୍ରଦାନ କରିବାରେ ସକ୍ଷମ ହେଉଛି ।
ଏହି ଆକର୍ଷଣୀୟ ସ୍ମାର୍ଟଫୋନ୍ ଭାରତର ଅଗ୍ରଣୀ ଅନ୍ ଲାଇନ୍ ସପିଂ ସାଇଟ୍ ଫ୍ଲିପକାର୍ଟରେ ଖୁବ୍ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି । ଏଥିରେ ଆକ୍ସିସ୍ ବ୍ୟାଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡଧାରି ଗ୍ରାହକମାନଙ୍କୁ ୨,୦୦୦ ଟଙ୍କାର ରିହାତିରେ ଉକ୍ତ ସ୍ମାର୍ଟଫୋନ ପ୍ରଦାନ କରାଯାଉଛି । ଏଥିସହ ରିଲାଏନ୍ସ ଜିଓ ପକ୍ଷରୁ ଏହି ସ୍ମାଟଫୋନ୍ ମାଧ୍ୟମରେ ଗ୍ରହକମାନଙ୍କୁ ୧୯୮/୨୯୯ ଟଙ୍କା ରିଚାର୍ଜରେ ୧୦୦ ଜିବି ଅତିରିକ୍ତ ଡାଟା ପ୍ରଦାନ କରାଯାଉଛି ।


Share It

Comments are closed.