୧୧ତମ ପିଢିର ଇଂଟେଲ୍ କୋର୍ ପ୍ରୋସେସର୍ ସହିତ ଆସସ୍‌ର ନୂଆ ଲାପ୍‌ଟପ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ତାଇୱାନ୍‌ର ପ୍ରମୁଖ ଇଲେକ୍‌ଟ୍ରୋନିକ୍ କମ୍ପାନୀ, ଆସସ୍ ନିକଟରେ ଏହାର ନୂତନ ଶୃଙ୍ଖଳାର ଇଂଟେଲ୍ ପରିଚାଳିତ ଲାପ୍‌ଟପ୍‌ର ଶୁଭାରମ୍ଭର ଘୋଷଣା କରିଛି । ଏହି ଶୃଙ୍ଖଳରେ ଭିଭୋବୁକ୍ ଅଲ୍‌ଟ୍ରା ୧୪/୧୫ (ଏକ୍ସ୪୧୩/ଏକ୍ସ୫୧୩), ଭିଭୋବୁକ୍ ଅଲ୍‌ଟ୍ରା କେ୧୫ ଞ୍ଚକେ୫୧୩) ଓ ଜେନ୍‌ବୁକ୍ ୧୪ (ୟୁଏକ୍ସ୪୨୫) ସାମିଲ ରହିଛି । ଆସସ୍ ଏକ ବ୍ୟାପକ ଶୃଙ୍ଖଳାର ଡିଭାଇସ୍ ଆଣିଛି ଯାହାକି ଜେନ୍ ଜେଡ୍ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଠିକ୍ ଭାବେ ଡିଜାଇନ୍ କରାଯାଇଛି । ନୂତନ ୧୧ତମ ପିଢିର ଇଂଟେଲ୍ କୋର୍ ପ୍ରୋସେସର୍‌, ଅଲ୍‌ଟ୍ରା-ସ୍ଲିମ୍ ଡିଜାଇନ୍‌, ଚମତ୍କାର ସୌନ୍ଦର୍ଯ୍ୟତା, କଷ୍ଟମ ଇଂଟେଲିଜେଂଟ୍ କୁଲିଙ୍ଗ୍ ସଲ୍ୟୁସନ୍ସ, ଫାଷ୍ଟର୍ ରାମ୍‌, ଏକ୍ସପାଣ୍ଡେବୁଲ ଷ୍ଟୋରେଜ୍ ଓ ନାନୋଏଜ୍ ଡିସ୍‌ପ୍ଲେ ସହ ସୁସଜ୍ଜିତ ହୋଇଥିବାବେଳେ ଏହି ଅତ୍ୟଧିକ ଫାଷ୍ଟ ଲାପ୍‌ଟପ୍‌ଗୁଡିକ ବର୍ଦ୍ଧିତ ପ୍ରଦର୍ଶନ, ନିମଜ୍ଜିତ ଦୃଶ୍ୟତା ଓ ଅତୁଳନୀୟ ସାମଗ୍ରୀକ ଉତ୍କର୍ଷତା ପ୍ରଦାନ କରୁଛନ୍ତି । ଏହାର ଜେନବୁକ ୧୪, ଭିଭୋବୁକ ଅଲଟ୍ରା କେ୧୫, ଭିଭୋବୁକ ଅଲଟ୍ରା ୧୪ ଓ ଭିଭୋବୁକ ଅଲଟ୍ରା ୧୫ ଯଥାକ୍ରମେ ୮୨,୯୯୦, ୪୨,୯୯୦, ୫୯,୯୯୦ ଏବଂ ୪୩,୯୯୦ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି ।
ଏହି ଶୁଭାରମ୍ଭ ଅବସରରେ ଆସସ୍ ଇଣ୍ଡିଆର ସିଷ୍ଟମ୍ ବିଜ୍‌ନେସ୍ ଗ୍ରୁପ୍‌ର ଉପଭୋକ୍ତା ଓ ଗେମିଂ ପିସି ବିଭାଗର ବିଜ୍‌ନେସ୍ ହେଡ୍‌, ଆର୍ଣ୍ଣଲ୍ଡ ସୁ କହିଛନ୍ତି ଯେ, “ସୁପେରିୟର ପୋର୍ଟେବିଲିଟି ପାଇଁ ଡିଜାଇନ୍ ହୋଇଥିବା ଟପ୍‌-ଟାୟାର ହାର୍ଡୱେୟାରଠାରୁ ଆରମ୍ଭ କରି ସରଳ ପରିଚାଳନା ସମେତ ହେଭି-ଡ୍ୟୁଟି ଟାସ୍କଗୁଡିକୁ ସହଜ ଭାବେ କରିବା ପାଇଁ ଉଦ୍ଦିଷ୍ଟ ବର୍ଦ୍ଧିତ ପ୍ରୋସେସିଙ୍ଗ୍ ପାୱାର ପର୍ଯ୍ୟନ୍ତ- ଏହି ଡିଭାଇସ୍‌ଗୁଡିକରେ ସେସମସ୍ତ ଫିଚର ରହିଛି ।” ଇଂଟେଲ୍ ଇଣ୍ଡିଆର ରିଟେଲ୍ ବିଭାଗର ନିର୍ଦ୍ଦେଶକ ରାହୁଲ ମଲ୍‌ହୋତ୍ରା କହିଛନ୍ତି, ଇଂଟେଲ୍ ଆଇରିସ୍ ଏକ୍ସଇ ଗ୍ରାଫିକ୍ସ ସହିତ ନୂତନ ୧୧ ପିଢିର ଇଂଟେଲ୍ କୋର୍ ପ୍ରୋସେସର୍‌ଗୁଡିକ ଉତ୍ପାଦକତା, ସମୃଦ୍ଧ ସହଭାଗିତା, କଂଟେଂଟ୍ ନିର୍ମାଣ, ଗେମିଙ୍ଗ୍ ଓ ମନୋରଞ୍ଜନ ପାଇଁ ଅତୁଳନୀୟ କ୍ଷମତା ଆଣିଥାଏ ।
ନୂତନ ଜେନ୍‌ବୁକ୍ ୧୪ରେ ୯୦% ପର୍ଯ୍ୟନ୍ତ ସ୍କ୍ରିନ୍‌-ଟୁ-ବଡି ରେସିଓ ସହିତ ଏହି ଡିଭାଇସ୍ ଉପଭୋକ୍ତାଙ୍କୁ ଆକର୍ଷଣୀୟ ଦୃଶ୍ୟତା ଅନୁଭବ ପ୍ରଦାନ କରିଥାଏ । ୧୧ତମ ପିଢିର ନୂତନ ଇଂଟେଲ୍ କୋର୍ ପ୍ରୋସେସର୍‌ଗୁଡିକ ଜେନ୍‌ବୁକ୍‌୧୪ରେ ୪୦ ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍ ପ୍ରଦାନ କରିବା ଲାଗି ଦୁଇଟି ଥଣ୍ଡରବୋଲ୍ଡ ୪ ୟୁଏସ୍‌ବି-ସି ପୋର୍ଟସ୍ ଆଣିଛନ୍ତି । ଏହି ଲାପ୍‌ଟପ୍‌ରେ ଏକ ଷ୍ଟାଣ୍ଡାର୍ଡ ଏଚ୍‌ଡିଏମ୍‌ଆଇ ୨.୦ ପୋର୍ଟ, ଏକ ୟୁଏସ୍‌ବି ୩.୨ ଜେନ୍ ୧ ଟାଇପ୍‌-ଏ ପୋର୍ଟ ଓ ଏକ ମାଇକ୍ରୋଏସ୍‌ଡି କାର୍ଡ ରିଡର୍ ରହିଛି । ୱାଇଫାଇ ୫ (୮୦୨.୧୧ଐସି)ରେ ୨.୭ ଗୁଣ ଅଧିକ ଦ୍ରୁତ ଥିବା କଟିଙ୍ଗ୍‌-ଏଜ୍ ଡୁଆଲ-ବ୍ୟାଣ୍ଡ ୱାଇଫାଇ ୬ (୮୦୨.୧୧ଏଏକ୍ସ) ସହିତ ଜେନ୍‌ବୁକ୍ ୧୪ ଆସସ୍ ୱାଇଫାଇ ମାଷ୍ଟର ଟେକ୍ନୋଲୋଜିକୁ ସାମିଲ କରୁଛି ଯାହା ୱାଇଫାଇ ସଂଯୋଗଗୁଡିକୁ ବ୍ୟବହାର କରିବା ପାଇଁ ଅଧିକ ଦୂରତାରେ ଅଧିକ ଦ୍ରୁତତମ ଓ ନିର୍ଭରଯୋଗ୍ୟ କରୁଛି । ଏହି ଡିଭାଇସ୍ ଏକ ୬୭- ୱାଟ୍‌-ଘଂଟା ବ୍ୟାଟେରୀରେ ସୁସଜ୍ଜିତ ରହିଛି ଏବଂ ୨୧ ଘଂଟା ପର୍ଯ୍ୟନ୍ତ ସାରା ଦିନର ବ୍ୟାଟେରୀ ଲାଇଫ୍ ପ୍ରଦାନ କରୁଛି । ଭିଭୋବୁକ୍ ଅଲ୍‌ଟ୍ରା ୧୪/୧୫ (ଏକ୍ସ୪୧୩/ଏକ୍ସ୫୧୩) ଓ ଭିଭୋବୁକ୍ ଅଲ୍‌ଟ୍ରା କେ୧୫ (କେ୫୧୩) ମଧ୍ୟରେ କିଛି ଫିଚର ସମାନ ରହିଛି ।


Share It

Comments are closed.