ଆସସ୍ ଆରଓଜି ପକ୍ଷରୁ ଜିଫାଇରସ୍ ଜି୧୪ ଗେମିଂ ଲାପ୍‌ଟପ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ତାଇୱାନ୍‌ର ଅଗ୍ରଣୀ ପ୍ରଯୁକ୍ତି କଂପାନି ଆସସ୍ ରିପବ୍ଲିକ୍ ଅଫ ଗେମର୍ସ (ଆର୍‌ଓଜି) ପକ୍ଷରୁ ଉତ୍କୃଷ୍ଟ ଗେମିଂ ଅନୁଭୂତି ପ୍ରଦାନ କରିବା ନିମନ୍ତେ ଏହାର ନୂତନ ଉତ୍ପାଦ “ଜିଫାଇରସ୍ ଜି୧୪’ ଲାପଟପର ଶୁଭାରମ୍ଭ କରାଯାଇଛି । କଂପାନିର ଏହି ପ୍ରମୁଖ ଉତ୍ପାଦରେ ରହିଛି ସଦ୍ୟତମ ଏଏମ୍‌ଡି ରାଇଜେନ୍ ୯ ୪୯୦୦ଏଚ୍‌ଏସ୍ ପ୍ରୋସେସର ସହିତ ୮ କୋର ଏବଂ ୧୬ ଥ୍ରେଡର ଶକ୍ତିଶାଳୀ ପ୍ରଦର୍ଶନ । ଏଥିରେ ବ୍ୟବସ୍ଥିତ ବୁଦ୍ଧିମାନ କୁଲିଙ୍ଗ ସିଷ୍ଟମ ରହିଥିବା ବେଳେ ବ୍ୟବହାରକାରୀଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଏଥିରେ ଏନ୍‌ଭିଡିଆର ଆରଟିଏକ୍ସ ମ୍ୟାକ୍ସକ୍ୟୁ ଜିପିୟୁ ପର୍ଯ୍ୟନ୍ତର ଏବଂ ୧୦୦% ସ୍ପଷ୍ଟ ଆର୍‌ଜିବି ରଙ୍ଗ ପ୍ରଦର୍ଶନ କରୁଥିବା ୟୁଏୁଚ୍‌ଡି ରିଜୋଲ୍ୟୁସନ ପାଟୋଂନ୍ ରହିଛି । ଆସସ୍ ଇଣ୍ଡିଆ ମଧ୍ୟ ଜେନବୁକ୍ ୧୪, ଭିଭୋବୁକ୍ ଏସ ଏସ୧୪, ଭିଭୋବୁକ୍ ଅଲଟ୍ରା କେ୧୫, ଭିଭୋବୁକ ଅଲଟ୍ରା ୧୪/୧୫, ଭିଭୋବୁକ୍ ଫ୍ଲିପ୍ ୧୪ ଓ ଜିଫାଇରସ୍ ଜି୧୫କୁ ଯୋଗ କରି ଏହାର ଏଏମଡି ପୋର୍ଟଫୋଲିଓକୁ ବଢ଼ାଇଛି ।
ଏହି ନୂତନ ଉତ୍ପାଦ ସମ୍ପର୍କରେ ଆସସ ଇଣ୍ଡିଆର ବ୍ୟବସାୟ ମୁଖ୍ୟ-କଂଜ୍ୟୁମର ଆଣ୍ଡ୍ ଗେମିଂ ପିସି, ସିଷ୍ଟମ ବିଜନେସ ଗ୍ରୁପ୍‌, ଆର୍ନଲଡ୍ ସୁ କହିଛନ୍ତି ଯେ, “ଆସସ ତରଫରୁ ଜିଫାଇରସ୍ ଜି୧୪ ହେଉଛି ବାସ୍ତବରେ ଏକ ଅଭିନବ ପ୍ରଯୁକ୍ତି ଭିତିକ ଓ ଡିଜାଇନ ଉତ୍କର୍ଷତା । ଆମର ବିଶ୍ୱାସ ରହିଛି ଯେ ଜିଫାଇରସ୍ ଜି୧୪ ଓ ଅନ୍ୟ ଏଏମ୍‌ଡି ବର୍ଗ ଭାରତୀୟ ଲୋକଙ୍କ ମଧ୍ୟରେ ବିପୁଳ ଲୋକପ୍ରିୟତା ହାସଲ କରିବ ।’’ “ପ୍ରତ୍ୟକଙ୍କ ପାଖକୁ ଗେମିଂ ଓ ଉଚ୍ଚ ପ୍ରଦର୍ଶନ କମ୍ପ୍ୟୁଟିଂ ଆଣିବା ଭଳି ସମାନ ଲକ୍ଷ୍ୟ ନେଇ ଏଏମଡି ଓ ଆସସ୍ କାର୍ଯ୍ୟ କରୁଛନ୍ତି । ଆମର ନୂଆ ରାଇଜେନ୍ ୯ ୪୯୦୦ଏଚ୍‌ଏଚ୍ ମୋବାଇଲ୍ ପ୍ରୋସେସର ଥିବା ଆରଓଜି ଜିଫାଇରସ୍ ଜି୧୪କୁ ଉନ୍ମୋଚନ ସହିତ ଆମର ସଦ୍ୟତମ ପ୍ରୋସେସର ସହିତ ଭିଭୋବୁକ୍ ପୋର୍ଟଫୋଲିଓକୁ ସଂପ୍ରସାରିତ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ ବୋଲି ଏଏମ୍‌ଡି ଇଣ୍ଡିଆର ପରିଚାଳନା ନିର୍ଦେଶକ-ବିକ୍ରି, ବିନୟ ସିହ୍ନା କହିଛନ୍ତି ।


Share It

Comments are closed.