କରୋନା ମହାମାରୀ ସମୟରେ ନିୟମିତ ଇନହେଲର୍ ବ୍ୟବହାର କରିବାକୁ ଶ୍ୱାସ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ


ଭୁବନେଶ୍ୱର: କରୋନା ମହାମାରୀର ପ୍ରଭାବ ଜାରି ରହିଥିବାରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ଶ୍ୱାସ ବା ଆସ୍ଥମା ରୋଗୀଙ୍କୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ନିୟମିତ ଭାବେ ଇନହେଲର୍ ବ୍ୟବହାର କରିବାକୁ ସେମାନଙ୍କୁ କୁହାଯାଇଛି । କରୋନା ମହାମାରୀ ଯୋଗୁଁ ପ୍ରତ୍ୟେକ ବ୍ୟକ୍ତି ସ୍ୱାସ୍ଥ୍ୟକୁ ନେଇ ସଚେତନ ହୋଇପଡ଼ିଛନ୍ତି । ୱାର୍ଲଡ୍ ବର୍ଡେନ୍ ଡିଜିଜ୍ ରିପୋର୍ଟ ଅନୁଯାୟୀ ଭାରତରେ ପ୍ରାୟ ୯୩ ନିୟୁତ ଲୋକ ନିଶ୍ୱାସ ପ୍ରଶ୍ୱାସ ଜନିତ ରୋଗରେ ପୀଡ଼ିତ । ସେମାନଙ୍କ ମଧ୍ୟରୁ ପ୍ରାୟ ୩୭ ନିୟୁତ ହେଉଛନ୍ତି ଶ୍ୱାସରୋଗୀ । ବିଶ୍ୱର ୧୧.୧ ପ୍ରତିଶତ ଶ୍ୱାସରୋଗୀ ଭାରତରେ ରହୁଥିବା ବେଳେ ଶ୍ୱାସ ରୋଗ ଜନିତ ମୃତ୍ୟୁକୁ ଭାରତର ଅବଦାନ ୪୨ ପ୍ରତିଶତରୁ ଅଧିକ ରହିଛି ।
ଆମ୍ରି ହସ୍ପିଟାଲସ୍‌ର କ୍ରିଟିକାଲ୍ କେୟାର ଆଣ୍ଡ୍ ପଲ୍‌ମୋଲୋଜି ବିଭାଗର ନିର୍ଦେଶକ, ଡା ସମୀର ସାହୁ କହିଛନ୍ତି ଯ, “ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ପାଇଁ ଜରୁରୀକାଳୀନ ବିଭାଗରେ ଚିକିତ୍ସା କରାଇବାକୁ ପଡ଼ିବ କାରଣ ବର୍ତମାନର ମହାମାରୀ ସମୟରେ ଅନ୍ୟ ଜଣଙ୍କ ଦ୍ୱାରା ସଂକ୍ରମିତ ହେବାର ଅନେକ ଆଶଙ୍କା ରହିଛି । ଏଭଳି ଭାବେ ଯଦି ଶ୍ୱାସ ରୋଗକୁ ନିୟନ୍ତ୍ରଣରେ ରଖାଯାଇପାରିବ ତେବେ ଏହା ଦ୍ୱାରା ପୀଡ଼ିତ ଲୋକଙ୍କ ସଂକ୍ରମଣ ଆଶଙ୍କା ମଧ୍ୟ ହ୍ରାସ ପାଇବ ।’’ ସେହିଭଳି ଡା ନାରଙ୍ଗସ୍ ହସ୍ପିଟାଲ୍‌ର କନସଲଟାଂଟ୍ ପଲମୋଲୋଜିଷ୍ଟ୍ ଡକ୍ଟର ରାଜୀବ ନାରଙ୍ଗ କହିଛନ୍ତି ଯେ, “ଶ୍ୱାସ ରୋଗକୁ ନିୟନ୍ତ୍ରଣରେ ରଖିବା ଲାଗି ନିୟମିତ ଇନହେଲର ବ୍ୟବହାର କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ବର୍ତମାନର ମହାମାରୀ ସମୟରେ ଶ୍ୱାସରୋଗୀଙ୍କ ପାଇଁ ଶ୍ରେଷ୍ଠ ଉପାୟ ହେଉଛି ଆସ୍ଥମାକୁ ନିୟନ୍ତ୍ରଣ ମଧ୍ୟରେ ରଖିବା । ଇନହେଲର ବ୍ୟବହାର ବନ୍ଦ କଲେ ଶ୍ୱାସ ରୋଗ ପୁଣି ଥରେ ଫେରିବାର ଆଶଙ୍କା ରହିଛି ।
ଶ୍ୱାସରୋଗୀ ସବୁବେଳେ ପୂର୍ବରୁ ସାକ୍ଷାତକାର ସମୟନେଇ ଡାକ୍ତରଙ୍କୁ ଭେଟିବାକୁ ଯିବା ଦରକାର । ଶ୍ୱାସ ରୋଗରେ କାଶ ହେବା କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଏକ ସ୍ୱାଭାବିକ କଥା । କିନ୍ତୁ ଜ୍ୱର ହୁଏ ନାହିଁ । ଯଦି ଜ୍ୱର ରହୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ । ଯେଉଁମାନଙ୍କ ଠାରେ ଶ୍ୱାସରୋଗର ଜଟିଳତା ଅଧିକ ରହିଛି ସେମାନଙ୍କୁ ସ୍ପେସର ସହିତ ଏମ୍‌ଡିଆଇ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଦରକାର ପଡ଼ିଲେ ନେବୁଲାଇଜର୍ ବ୍ୟବହାର କରିବାକୁ କୁହାଯାଇଛି ।


Share It

Comments are closed.