ଆସ୍ଥମାରେ ପୀଡିତ ଥିଲେ ଜାନନ୍ତୁ କଣ କରିବେ


ବ୍ୟସ୍ତ ବହୁଳ ଓ ସହରୀ ଜୀବନ ଶୈଳୀ ପାଇଁ ହେଉ ଅଥବା ଏଥିସହ ଜଡିତ ଭୁଲଧାରଣା ପାଇଁ ହେଉ ଓଡିଶାରେ ୨୦%ରୁ ଅଧିକ ଆସ୍ଥମା ରୋଗୀ ଆସ୍ଥମା ପାଇଁ ବ୍ୟବହୃତ ମେଡିସିନର ନିୟମକୁ ପାଳନ କରିନଥାନ୍ତି । ଡାକ୍ତରଙ୍କ ଅନୁସାରେ ଏହି ରୋଗର କାରଣ ଏବଂ ନିୟନ୍ତ୍ରଣର କାର୍ଯ୍ୟାନ୍ୱୟନ ମଧ୍ୟରେ ବହୁ ଅନ୍ତର ରହିଥାଏ ।

ଡାକ୍ତରଙ୍କ ମତରେ ଏକାଧିକ ରୋଗୀ, ଆସ୍ଥମା ଭଲ ହେବା ପରେହିଁ ତୁରନ୍ତ ମେଡିସିନ ଖାଇବା ବନ୍ଦ କରିଦେଇଥାନ୍ତି । ସାଧାରଣତଃ ଆସ୍ଥମା ମେଡିସିନ ୧୨ ସପ୍ତାହ ପରେହିଁ ଶରୀରରେ ପ୍ରଭାବ ପକାଇଥାଏ । ଯଦି ଲକ୍ଷ୍ୟଣ ନିୟନ୍ତ୍ରଣରେ ଅଛି, ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ହିଁ କ୍ରମଶଃ ହ୍ରାସ କରାଯାଇପାରିବ । ଯଦିଓ ମେଣ୍ଟେନାନ୍ସ ଥେରାପି ବିଷୟରେ ସିମୀତ ଜ୍ଞାନ ରହିଥାଏ । ଫଳ ସ୍ୱରୂପ ଏକାଧିକ ରୋଗୀ ମେଡିସିନ୍ ଖାଇବା ବନ୍ଦ କରିଦେଇଥାନ୍ତି ଏବଂ ବୁଝିପାରିନଥାନ୍ତି ଯେ, ପରାମର୍ଶ ମୁତାବକ ମେଡିସିନ୍ ଗ୍ରହଣ ନକରିବା ଦ୍ୱାରା ଆସ୍ଥମା ଅଧିକ ଗମ୍ଭୀର ହୋଇ ପୁନଶ୍ଛ ଦେଖାଦେଇଥାଏ ସେମାନେ । ଆସ୍ଥମା ରୋଗୀମାନେ ଇନହେଲର ବ୍ୟବହାର କରି ମେଡିସିନ ଗ୍ରହଣ କରିବା ପଦ୍ଧତି ଶିଖିବା ଦରକାର ।

ନିର୍ଦ୍ଧାରିତ ମେଡିସିନର ସଠିକ୍ ବ୍ୟବହାର ଦ୍ୱାରା ବ୍ୟାୟାମ କିମ୍ବା ଖେଳିବା ସମୟରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇନଥାଏ । ବାସ୍ତବରେ ଡାକ୍ତର ମାନେ ଫୁସଫୁସର କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଇବା ପାଇଁ କେତେକ ଖେଳ ଖେଳିବା ନିମନ୍ତେ ପରାମର୍ଶ ଦେଇଥାନ୍ତି । ଯେଉଁ ରୋଗୀମାନଙ୍କର କ୍ଲୋରିନ ଏବଂ ଧୂଳି ଯୋଗୁଁ ପ୍ରତିକୂଳ ପ୍ରତିକ୍ରିୟା ଦେଖାଦେଇଥାଏ, ସେମାନଙ୍କୁ ସାବଧାନତା ଅବଲମ୍ବନ କରିବା ନିତ୍ୟାନ୍ତ ଆବଶ୍ୟକ । ସଠିକ ମେଡିସିନ ଗ୍ରହଣ କରିବା ଦ୍ୱାରା ସନ୍ତରଣ ଏବଂ ଧୂଳି ଥିବା ପଡିଆରେ ଖେଳିବା ନିୟନ୍ତ୍ରଣରେ ରହିଥାଏ । ସର୍ବେକ୍ଷଣରୁୂ ଜଣାପଡିଛିଯେ, ଭାରତରେ ପୂର୍ବାଞ୍ଚଳର ୭% ଲୋକ ପ୍ରତିଦିନ ବ୍ୟାୟାମ କରିନଥାନ୍ତି ଫଳରେ ଖରାପ ଜୀବନ ଶୈଳୀ ଦ୍ୱାରା ସୃଷ୍ଟି ଆସ୍ଥମା ଅଧିକ ଗୁରୁତର ହୋଇଥାଏ ।

ଓଡିଶାରେ ଉଷ୍ଣ ଜଳବାୟୁ ହୋଇଥିବାରୁ ବର୍ଷସାରା ଏହାର ସର୍ବୋଚ୍ଚ ତାପମାତ୍ରା ୪୦-୪୬ ଡିଗ୍ରୀ ସେଲସିୟସ ରହିଥାଏ । ଶୀତ ଋତୁରେ ଅସହ୍ୟ ଥଣ୍ଡା ଅନୁଭୂତ ହୋଇଥାଏ । ସମସ୍ତ ୪ଟି ଋତୁରେ ପାଣିପାଗ କରିବର୍ତ୍ତନ ହେବାସହ ସ୍ୱାଭାବିକ ଭାବେ ଆସ୍ଥମା ମଧ୍ୟ ଗୁରୁତର ହୋଇଥାଏ । ଡାକ୍ତରଙ୍କ ଅନୁସାରେ ଭାରତର ପୂର୍ବାଞ୍ଚଳରେ ୩୧% ରୋଗୀଙ୍କ ଅବସ୍ଥା କେବଳ ଜଳବାୟୁ ପରିବର୍ତ୍ତନ ପାଇଁ ଗୁରୁତର ହୋଇଥାଏ । ରାଜ୍ୟର ୬୦% ରୋଗୀ ଧୂଳି ଏବଂ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି ।

ସାମାଜିକ, ପ୍ରଫେସନାଲ ଏବଂ ବ୍ୟକ୍ତିଗତ ମାନସିକ ଚାପ କାରଣରୁ ନିଦ୍ରାଭାବ ଦ୍ୱାରା ଶରୀରର ପ୍ରତିରୋଧ ଶକ୍ତି କମିଥାଏ । ଏହା ଆସ୍ଥମା ରୋଗକୁ ଗଭୀର ଭାବେ ତ୍ୱରାନ୍ୱିତ କରିଥାଏ । ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ ଗୁଡିକୁ ଫାଷ୍ଟଫୁଡ ପାଇଁ ତ୍ୟାଗ କରାଯାଉଛି । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଆଗକୁ ବଢିବା ପାଇଁ ପ୍ରତିଯୋଗିତା କରୁଥିବା ବେଳେ ସର୍ଟ-କଟ୍ ପଦ୍ଧତି ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ବିଡମ୍ବନାର ବିଷୟ ଏହିକିଯେ, ଲୋକମାନେ ମାନସିକ ଚାପକୁ ଏଡାଇବାପାଇଁ ଧୁମ୍ରପାନ କରିଥାନ୍ତି ଯାହାକି ଓଡିଶାରେ ୨୦% ଲୋକମାନଙ୍କର ଆସ୍ଥମା ରୋଗକୁ ବୃଦ୍ଧି କରାଉଛି ।

ବିଗତ ୪ବର୍ଷ ମଧ୍ୟରେ ଆସ୍ଥମା ଏପିସୋଡର ବୃଦ୍ଧି, ଆଣ୍ଟି-ଆସ୍ଥମାଟିକ୍ ପାଇଁ ଡାକ୍ତରଙ୍କ ଦ୍ୱାରା ଲେଖାଯାଇଥିବା ପେସକ୍ରିପସନର ବୃଦ୍ଧିକୁ ପ୍ରତିିଫଳିତ କରୁଛି । ଆଇଏମଏସ୍ ହେଲଥ ଏଷ୍ଟିମେଟ ୨୦୧୬ ଅନୁସାରେ ଭାରତରେ ବୟସ୍କ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ୧୫% ଆଣ୍ଟି-ଆସ୍ଥମା ପେସକ୍ରିପସନର ବୃଦ୍ଧି ପରିଲକ୍ଷିତ ହେଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ଏହିକିଯେ ଭାରତରେ ପେସକ୍ରିପସନର ସଂଖ୍ୟା ପର୍ଯ୍ୟାୟକ୍ରମେ ୨୦୧୪ରେ ୯%ରୁୁ ବୃଦ୍ଧି ପାଇବା କାରଣରୁ ଜଣାପଡିଛି ଯେ, ଆସ୍ଥମା ରୋଗ ମଧ୍ୟ ବୃଦ୍ଧି ପାଇଛି । ବାସ୍ତବରେ ଆସ୍ଥମା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ବୟସ୍କ ଶ୍ରେଣୀର ହୋଇଥିବାବେଳେ ସେମାନେ ସମୁଦାୟ ପେସକ୍ରିପସନର ୮୪% ଭାଗ କରିଥାନ୍ତି, ଯାହାକି ୨୦୧୩ରେ ୮୧% ଠାରୁ ଅଧିକ । ଏକ ଚିକିତ୍ସା ପରିପ୍ରେକ୍ଷରୁ ଜଣାପଡିଛିଯେ, ଇନହେଲର ବ୍ୟବହାରକାରୀ ମାନେ ୫୬% ପେସକ୍ରିପସନ ଭାଗ କରିଥାନ୍ତି । ଶ୍ରେଷ୍ଠ ୫ ଫାର୍ମା କମ୍ପାନୀ (ଜାଇଡସ୍, ସିପ୍ଲା, ମ୍ୟାନକାଇଣ୍ଡ, ସନ୍ ଫାର୍ମା, ଆରିଷ୍ଟୋ ଫାର୍ମା) ଆଣ୍ଟି-ଆସ୍ଥମା ଚିକିତ୍ସା ପାଇଁ ୬୭% ପେସକ୍ରିପସନ ଉତ୍ପାଦନ କରିଥାନ୍ତି ।


Share It

Comments are closed.