ବିଜେପିର ମିଶନ ୨୦୧୯ – ୧୧ଟି ରାଜ୍ୟରେ ଏକକାଳୀନ ହୋଇପାରେ ବିଧାନସଭା, ଲୋକସଭା ନିର୍ବାଚନ


ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସହିତ ୧୦-୧୧ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏକକାଳୀନ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବାର ଜଣାପଡିଛି । ବିଜେପି ୨୦୧୯ ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରୁଛି ବୋଲି ଦଳର ଜଣ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।
ଏହି ସମ୍ବନ୍ଧରେ ବିଜେପର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଆମେ ଏଭଳି ସବୁ ବିକଳ୍ପର ଅନୁସନ୍ଧାନରେ ଅଛୁ ଯେଉଁଥିରେ କିଛି ରାଜ୍ୟମାନଙ୍କରେ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇ ପାରୁଥିବା ବେଳେ କେତେକ ରାଜ୍ୟମାନଙ୍କରେ ଆଗୁଆ ନିର୍ବାଚନ କରାଯାଇପାରିବ । ସେହିଭଳି ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରେ ଶେଷ ହେବାକୁ ଯାଉଥିବାବେଳେ କଂଗ୍ରେସ ଶାସିତ ରାଜ୍ୟ ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବରରେ ଶେଷ ହେବାକୁ ଯାଉଛି ।
ବିଜେପି ଶାସିତ ନଥିବା କେତେକ ରାଜ୍ୟମାନଙ୍କରେ ଦଳ କିଛି ସମୟ ପାଇଁ ରାଷ୍ଟ୍ରପତି ଶାସନ ଲଗାଇବା ପାଇଁ ପ୍ରୟାସ କରିପାରେ କାରଣ ଲୋକସଭା ନିର୍ବାଚନ ସହିତ ଏହି ରାଜ୍ୟମାନଙ୍କରେ ଯେପରି ବିଧାନସଭା ନିର୍ବାଚନ ଏକାକାଳୀନ ଭାବରେ କରାଯାଇପାରିବ । ସେହିଭଳି ବିହାରରେ ବି ଆଗୁଆ ଭୋଟ ହେବାର ସମ୍ଭାବନା ରହିଛି । ଏହି ୧୧ ଟି ରାଜ୍ୟମାନଙ୍କ ମଧ୍ୟରେ ହରିୟାଣା, ଝାଡଖଣ୍ଡ, ଓଡିଶା, ଆନ୍ଦ୍ରପ୍ରଦେଶ ଏବଂ ତେଲେଙ୍ଗାନ ମଧ୍ୟ ସାମିଲ ରହିଛି । ଏନେଇ ବିଜେପି ଆଇନ କମିଶନକୁ ଏକ ପତ୍ର ଲେଖିବା ପରେ ଏହାର ଚର୍ଚ୍ଚା ଜୋର ଧରିଛି ।

ହରିୟାଣା , ବିହାର, ମହାରାଷ୍ଟ୍ର, ଝାଡଖଣ୍ଡରେ ସମୟ ପୂର୍ବରୁ ବିଧାନସଭା ଭଙ୍ଗ କରି ଭୋଟ କରାଯାଇପାରେ । ଏହି କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡିଶା ପାଇଁ କୌଣସି ସମସ୍ୟା ନାହିଁ ବୋଲି କୁହାଯାଇଛି । ଯେଉଁ ସବୁ ରାଜ୍ୟମାନଙ୍କରେ ବିଜେପି ଏବଂ ଏନଡିଏ ମେଣ୍ଟ ସରକାର ଚାଲିଛି, ସେହି ସବୁ ରାଜ୍ୟମାନଙ୍କରେ କୌଣସି ସମସ୍ୟା ନାହିଁ ବୋଲି ସୂଚନା ମିଳିଛି । ସେହିଭଳି ୨୦୧୯ ଶେଷ ଆଡକୁ ହରିୟାଣା, ଝାଡଖଣ୍ଡ ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବା କଥା କିନ୍ତୁ ସବୁ ରାଜ୍ୟ ବିଜେପି ଶାସିକ ଅଞ୍ଚଳ ହୋଇଥିବା ହେତୁ ଏଠାରେ ଆଗୁଆ ନିର୍ବାଚନ ହେବାର ଅନେକ ସମ୍ଭାବନା ରହିଛି । ବିହାରରେ ୨୦୨୦ର ଶେଷ ଆଡକୁ ବିଧାନସଭା କାର୍ଯ୍ୟକାଳ ସରିବ । ତେବେ ଏଠାରେ ଆସନ୍ତା ବର୍ଷ ଲୋକସଭା ସହିତ ବିଧାନସଭା ନିର୍ବାଚନ କରାଇବା ପାଇଁ ନିତୀଶ କୁମାରଙ୍କ ସହ କଥାବାର୍ତ୍ତା ଚାଲିଛି ।
ଲୋକସଭା ସହିତ ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ନିର୍ବାଚନ ହେଉଥିବାରୁ ଏଠାରେ କୌଣସି ଅସୁବିଧା ନାହିଁ । ତେବେ ସାମ୍ବିଧାନିକ ବିଶେଷଜ୍ଞଙ୍କ କହିବା ମୁତାବକ ନିର୍ବାଚନ ଘୁଞ୍ଚାଇବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶାସନ ଚଳାଇବା ଉଚିତ ନୁହେଁ । କେବଳ ସାମ୍ବିଧାନିକ ସଙ୍କଟ ହେଲେ ଯାଏଁ ରାଷ୍ଟ୍ରପତି ଶାସନ ଯାରି କରାଯାଏ ।


Share It

Comments are closed.