୧୨,୦୦୦ ଘୁସୁରିଙ୍କୁ ମାରିଦେବାର ଆଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ, ଏହା ହେଉଛି କାରଣ


ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆଫ୍ରିକୀୟ ଘୁଷୁରି ଜ୍ୱର (ASF) ଦ୍ୱାରା ଖରାପ ଭାବେ ପ୍ରଭାବିତ ଅଞ୍ଚଳରେ ଅକ୍ଟୋବର ଶେଷ ସୁଦ୍ଧା ପ୍ରାୟ ୧୨,୦୦୦ ଘୁଷୁରିଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ କୋଭିଡ-୧୯ ଲକଡାଉନ ଯୋଗୁଁ ଆସାମର ଘୁସୁରି ପାଳନ କ୍ଷେତ୍ର ପ୍ରଭାବିତ ହୋଇଛି। ଏଥି ସହିତ, ଆଫ୍ରିକୀୟ ଘୁଷୁରି ଜ୍ୱର ଯୋଗୁଁ ବର୍ତ୍ତମାନ ରାଜ୍ୟରେ ୧୮, ୦୦୦ ଘୁଷୁରିଙ୍କ ମୃତ୍ୟୁ ଘଟିଛି। ମେ ମାସରେ ପ୍ରଥମ ASF ମାମଲା ସାମ୍ନାକୁ ଆସିଥିବା ଜଣାଯାଇଛି।

ଘୁଷୁରି ଫାର୍ମର ମାଲିକମାନେ କହିଛନ୍ତି ଯେ ସରକାରଙ୍କ ଆକଳନ ସଠିକ୍ ନୁହେଁ । କାରଣ ଏହି ରୋଗ ଯୋଗୁଁ ୧୦୦,୦୦୦ ରୁ ଅଧିକ ଘୁଷୁରିଙ୍କର ମୃତ୍ୟୁ ହୋଇଛି । ଏହି ରୋଗର କୌଣସି ଟିକା ନାହିଁ ଏବଂ ଏହାର ମୃତ୍ୟୁ ହାର ୯୦ ରୁ ୧୦୦ ପ୍ରତିଶତ ଅଟେ। ଫାର୍ମ ମାଲିକମାନେ ଅଭିଯୋଗ କରିଛନ୍ତି ଯେ ସରକାର ସାହାଯ୍ୟ କିମ୍ବା କ୍ଷତିପୂରଣ ଦେଇନାହାଁନ୍ତି।

ୱାର୍ଲ୍ଡ ଅର୍ଗାନାଇଜେସନ୍ ଫର ଆନିମଲ୍ ହେଲଥ୍ ଅନୁଯାୟୀ, ASF ଏକ ଗୁରୁତର ଭାଇରାଲ୍ ରୋଗ ଯାହା ଉଭୟ ଘରୋଇ ଏବଂ ଜଙ୍ଗଲୀ ଘୁଷୁରୀକୁ ପ୍ରଭାବିତ କରିଥାଏ। ଏହି ରୋଗ ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପି ନଥାଏ | ଏହା ଦୂଷିତ ଚାରା ଏବଂ ଜୋତା, ପୋଷାକ, ଯାନବାହାନ, ଛୁରୀ ଭଳି ଜିନିଷ ମାଧ୍ୟମରେ ବିସ୍ତାର ହୋଇପାରେ |

ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ବିଭାଗର କମିଶନର ତଥା ସଚିବ ଶ୍ୟାମ ଜଗନ୍ନାଥନ୍ ମେ ମାସରୁ ହୋଇଥିବା ଆକଳନକୁ ଦର୍ଶାଇ କହିଛନ୍ତି ଯେ ପ୍ରାୟ ୧୮,୦୦୦ ଘୁଷୁରିଙ୍କର ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ ଦୁର୍ଗା ପୂଜା ପର୍ବ ପୂର୍ବରୁ ସିଏମ ସୋନୋୱାଲ ୧୨,୦୦୦ ସଂକ୍ରମିତ ଘୁଷୁରିଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Share It

Comments are closed.