ଆସ୍କ ଅଟୋମୋଟିଭ୍ ଲିମିଟେଡ୍‌ର ଇନିସିଆଲ ପବ୍ଲି୍‌କ୍ ଅଫର ୨୦୨୩ ନଭେମ୍ବର ୭ରେ ଖୋଲିବ


ଭୁବନେଶ୍ୱର: ଆସ୍କ ଅଟୋମୋଟିଭ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ନଭେମ୍ବର ୭ ମଙ୍ଗଳବାର ଦିନ ଖୋଲିବ । ଆଙ୍କର ନିବେଶକମାନଙ୍କ ଲାଗି ବିଡ୍ ଦାଖଲ କରିବାର ତାରିଖ ହେଉଛି ୨୦୨୩ ନଭେମ୍ବର ୬ ସୋମବାର । ଏହି ଅଫର ୨୦୨୩ ନଭେମ୍ବର ୭ ମଙ୍ଗଳବାର ଖୋଲିବ ଓ ନଭେମ୍ବର ୯ରେ ବନ୍ଦ ହେବ ।
ଏହି ଅଫର ଲାଗି ଇକ୍ୱିଟି ସେୟାର ପିଛା ଦାମ୍ ୨୬୮ ଟଙ୍କାରୁ ୨୮୨ ଟଙ୍କା ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୫୩ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୫୩ଟି ଇକ୍ୱିଟି ସେୟାରର ଗୁଣିତକ ହିସାବରେ ଯୋଡ଼ାଯାଇପାରିବ ।ଏହି ଅଫରରେ ମୋଟ ୨୯,୫୭୧,୩୯୦ ଇକ୍ୱିଟି ସେୟାର ରହିଥିବା ବେଳେ ସେଥିରୁ କୁଲଦୀପ ସିଂହ ରାଠିଙ୍କ ୨୦,୬୯୯,୯୭୩ ଇକ୍ୱିଟି ସେୟାର ଏବଂ ବିଜୟ ରାଠିଙ୍କ ୮,୮୭୧, ୪୧୭ ଇକ୍ୱିଟି ସେୟାର ରହିଛି ।
ଇକ୍ୱିଟି ସେୟାରଗୁଡ଼ିକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସେଂଚଜ୍‌ରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରସ୍ତାବ ଦିଆଯାଇଛି ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିୟମ ଅନୁସାରେ ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରର ଯୋଗ୍ୟ ସଂସ୍ଥାଗତ ନିବେଶକମାନଙ୍କ ଲାଗି ସଂରକ୍ଷୀତ ରହିବ । ସେଥିରୁ ଏକ ତୃତୀୟାଂଶ ଦେଶ ଭିତରର ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାମାନଙ୍କ ଲାଗି ରହିବ । ନିଟ୍ ଯୋଗ୍ୟ ସଂସ୍ଥାଗତ ନିବେଶକଙ୍କ ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଦେଶ ଭିତର ମ୍ୟୁଚୁଆଲ ଫଣ୍ଡ ପାଇଁ ରଖାଯିବ ।
ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ । ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ଅଫରର ୩୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ରହିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ।


Share It

Comments are closed.