ଚଳିତ ବର୍ଷର ଏସିଆ ଫ୍ରୁଟ୍ ଲଜିଷ୍ଟିକା ଆସନ୍ତା ସେପ୍ଟେମ୍ବରରେ


ଭୁବନେଶ୍ୱର: ବିଶ୍ୱସ୍ତରୀୟ ସତେଜ ଫଳ ଏବଂ ପନିପରିବା ବ୍ୟବସାୟ କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଗୁଡ଼ିକ ଏକତ୍ର ହୋଇ ଏସିଆ ଫ୍ରୁଟ ଲଜିଷ୍ଟିକାରେ ସେମାନଙ୍କ ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି । ଉକ୍ତ ବ୍ୟବସାୟ କାର୍ଯ୍ୟକ୍ରମ, ଏସିଆରେ ସତେଜ ଉତ୍ପାଦନ ବିଭାଗରେ ଏକ ବୃହତ୍ତ ଏବଂ ଏକ ଗୁରୁତ୍ୱପୁର୍ଣ୍ଣ ପ୍ଲାଟଫର୍ମ, ଯାହାକି ହଙ୍ଗ କଙ୍ଗରେ ୪ ରୁ ୬ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏସିଆ ଫ୍ରୁଟ ଲଜିଷ୍ଟିକା ୨୦୧୮ ରେ ୧୩,୦୦୦ ଉଦ୍ୟୋଗୀ ବୃତ୍ତିଗତ ମାନଙ୍କର ଭାଗିଦାରୀ ଏବଂ ୭୦ରୁ ଅଧିକ ଦେଶରୁ ୮୨୬ ପ୍ରଦର୍ଶନକାରୀ ମାନଙ୍କୁ ଦେଖିବାକୁ ମିଳିଥିଲା । ପରିଦର୍ଶକ ସର୍ବେକ୍ଷଣ ଫଳାଫଳ ଅନୁଯାୟି, ଟ୍ରେଡ଼ ଭିଜିଟରର୍ସ ମାନଙ୍କର ୯୦ ପ୍ରତିଶତ ଟ୍ରେଡ଼ ସୋରେ ସେମାନଙ୍କର ଅଂଶଗ୍ରହଣ ଅନେକାଂଶରେ ସକାରତ୍ମକ ରହିଥିଲା । ଆହୁରୀ ମଧ୍ୟ ଭ୍ରମଣକାରୀ ଏବଂ ପ୍ରଦର୍ଶନକାରୀ ମାନଙ୍କ ମଧ୍ୟରୁ ୮୭% ଏସିଆ ବଜାରରେ ସେମାନଙ୍କୁ ଏକ ଦୃଷ୍ଟାନ୍ତମୂଳକ ସମୀକ୍ଷା ପ୍ରଦାନ କରିବାରେ ସହାୟକ ହେବା ସହିତ ନୂତନ ଯୋଗାଯୋଗ ଏବଂ ଯୋଗାଣକାରୀ ପାଇବାରେ ସକ୍ଷମ କରାଇପାରିଛି ।

କେ ବି ଏକ୍ସପୋର୍ଟସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ କୌଶାଲ ଖାକର, ଭାରତର ଅନ୍ୟତ୍ତମ ଡ଼ାଳିମ୍ବ ଏବଂ ସତେଜ ପନିପରିବା କ୍ଷେତ୍ରରେ ବୃହତ୍ତ ରପ୍ତାନିକାରୀ କହିଛନ୍ତିଯେ, “ଆମ୍ଭେମାନେ ଗତ ୫ ବର୍ଷଧରି ଏସିଆ ଫ୍ରୁଟ ଲଜିଷ୍ଟିକା କାର୍ଯ୍ୟକ୍ରମକୁ ପରିଦର୍ଶନ କରିବାକୁ ଯାଉଛୁ ଏବଂ ନୂତନ ଗ୍ରାହକଙ୍କୁ ଭେଟିବା, ଆଗରୁ ଉପସ୍ଥିତଥିବା ଗ୍ରାହକବୃନ୍ଦ ଏବଂ ଏକ ପ୍ରତିଷ୍ଠିତ ବ୍ରାଣ୍ଡ ନିର୍ମାଣ କରିବାରେ ଏହା ହେଉଛି ଏକ ଶକ୍ତିଶଳୀ ପ୍ଲାଟଫର୍ମ । ଆମ୍ଭମାନଙ୍କ ପାଇଁ ବଜାର ସ୍ଥିତି ଜାଣିବା ଏବଂ ଆମର ବ୍ୟବସାୟ ନେଟୱର୍କକୁ ସମ୍ପ୍ରସାରଣ କରିବା ପାଇଁ ଏହା ହେଉଛି ଏକ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟକ୍ରମ ।”
ଚଳିତ ବର୍ଷ ସତେଜ ଚେରମୂଳୀ, ମସଲା ଏବଂ ଗଜା ହେଉଥିବା ବିଭାଗର ପ୍ରମୁଖ କମ୍ପାନୀମାନେ ଏବଂ ଫ୍ରୋଜେନ ଫଳ ଏବଂ ପରିବା ବିଭାଗରୁ କମ୍ପାନୀମାନେ ଉକ୍ତ ଏସିଆ ଫ୍ରୁଟ ଲଜିଷ୍ଟିକାରେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବାକୁ ସୂଯୋଗ ପାଇବେ । ଏକ ଯାନ୍ତ୍ରିକ ସମାଧାନ ଏବଂ ସେବା ଯେଉଁଥିରେ ସବୁଜ ଘର ଏବଂ ସବୁଜ ଘର ଜ୍ଞାନକୌଶଳ ଅନ୍ତର୍ଭୂକ୍ତ ଶୃଙ୍ଖଳା ଉକ୍ତ ଟ୍ରେଡ଼ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଚଳିତ ବର୍ଷ ଏକ ବିସ୍ତୃତ ଶୃଙ୍ଖଳାର ଉତ୍ପାଦ ଏକ ବୃହତ୍ତ ଉତ୍ସର ସହିତ ଉପସ୍ଥାପନା କରିବେ ଏବଂ ଏସିଆରେ ସ୍ୱାସ୍ଥ୍ୟ ଉପଯୋଗୀ ଉତ୍ପାଦରେ ବୃଦ୍ଧି ପାଉଥିବା ଆବଶ୍ୟକତାକୁ ପ୍ରଦର୍ଶନ କରିବାକୁ ସୂଯୋଗ ମିଳିବ ।
ଏହି ଅବସରରେ ଏସିଆ ଫ୍ରୁଟ ଲଜିଷ୍ଟିକାର ଭାରତୀୟ ପ୍ରତିନିଧି, ଶ୍ରୀଯୁକ୍ତ କେଇଥ ସୁନ୍ଦରଲାଲ୍ କହିଛନ୍ତିଯେ, “ଆସନ୍ତା ସଂସ୍କରଣ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ପ୍ରେରଣାଦାୟୀ ଏବଂ ଉତ୍ସାହୀ ହେବାକୁ ଯାଉଛି । ନିୟମିତ ପ୍ରଦର୍ଶନକାରୀଙ୍କ ସହିତ ଆମ୍ଭେମାନେ ନୂତନ ଭାରତୀୟ ଏବଂ ବିଶ୍ୱସ୍ତରୀୟ କମ୍ପାନୀ ମାନଙ୍କ ଅଂଶଗ୍ରହଣକୁନେଇ ଅତ୍ୟନ୍ତ ଉତ୍ସାହିତ । ଏକ ସୁଦୃଢ ଆନ୍ତର୍ଜାତୀକ ଅଂଶଗ୍ରହଣକାରୀ ଏସିଆ ଫ୍ରୁଟ ଲଜିଷ୍ଟିକାକୁ ଏକ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟକ୍ରମକରି ଗଢିତୋଳିଛି, ଯାହାକି କେବଳ ଏସିଆରେ ବ୍ୟବସାୟୀ ବୃତ୍ତିଗତ ମାନଙ୍କ ପାଇଁ ନୁହେଁ, ଆହୁରୀ ମଧ୍ୟ ସମ୍ପୁର୍ଣ୍ଣ ବିଶ୍ୱରୁ ପ୍ରଦର୍ଶନକାରୀ ଏବଂ ପ୍ରମୂଖ ଭ୍ୟାଲୁ ଚେନ୍ ସପ୍ଲାୟର୍ସ ମାନଙ୍କ ପାଇଁ ସମ୍ଭବ ହୋଇପାରିଛି ।”
ସତେଜ ଉତ୍ପାଦ ପାଇଁ ଅଗ୍ରଣୀ ଟ୍ରେଡ଼ ସୋ ୪୬ ଟି ଦେଶର ଅଂଶଗ୍ରହଣ ସହିତ ପୁଣିଥରେ ଚଳିତ ବର୍ଷ ଏକ ବୃହତ୍ତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ହୋଇପାରିବ । ଯେବେକି ଏହା ନୂତନ ବଜାରରେ ପ୍ରବେଶକରି କିମ୍ବା ଆଗରୁ ଉପସ୍ଥିତଥିବା ବଜାରର ଉନ୍ନତିକରି, ଏସିଆ ଫ୍ରୁଟ ଲଜିଷ୍ଟିକାକୁ ଏକ ୱାନ ଷ୍ଟପ୍ ପ୍ଲାଟଫର୍ମରେ ପରିଗଣିତ କରିବ । ଯାହାକି ଗୋଟିଏ ସ୍ଥାନରେ ଉକ୍ତୃଷ୍ଟ ଗୁଣଯୁକ୍ତ ଉଦ୍ୟୋଗୀ ନିର୍ଣ୍ଣୟକାରୀଙ୍କୁ ସାକ୍ଷାତ କରିବା ପାଇଁ ସହାୟକ ହୋଇପାରିବ ।


Share It

Comments are closed.