କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପୁଣି ଥରେ ସ୍ଥଗିତ ରହିଲା ଏସିଆ କପ, ୨୦୨୨ରେ ଖେଳାଯାଇ ପାରେ ଟୁର୍ଣ୍ଣାମେଣ୍ଟ


କରୋନା ମହାମାରୀର ପ୍ରକୋପ କେବଳ ଲୋକଙ୍କ ଜୀବନଜୀବିକା ଉପରେ ପଡିନି ବରଂ ବିଭିନ୍ନ କ୍ରୀଡା ଉପରେ ମଧ୍ୟ ପଡିଛି । ମାହାମାରୀ କାରଣରୁ ଗତ ବର୍ଷେ ହେଲା କୌଣସି ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିନାହିଁ । ଯେଉଁ କେତୋଟି ଟୁର୍ଣ୍ଣାମେଣ୍ଟ ହୋଇଛି ସେଗୁଡିକୁ କଡା ସୁରକ୍ଷା ମଧ୍ୟରେ ଆୟୋଜନ କରାଯାଇଛି ।

ତେଣୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ହେବାକୁ ଥିବା ଏସିଆ କପ୍‌କୁ ଆସନ୍ତା ବର୍ଷ ଅର୍ଥାତ ୨୦୨୨କୁ ସ୍ଥଗିତ ରଖିବାକୁ ମତ ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏସିଆ କପର ୧୫ ତମ ସଂସ୍କରଣ ଗତ ବର୍ଷ ପାକିସ୍ତାନ​‌ରେ ହେବାର ଥିଲା । କିନ୍ତୁ ପରେ ଏହାର ଭେନ୍ୟୁ ବଦଳାଯାଇ ଶ୍ରୀଲଙ୍କାରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଷ୍ଟେ୍ରଲିଆରେ ହେବାକୁ ଥିବା ଟି-୨୦ ବିଶ୍ବକପ ପୂର୍ବରୁ ଏସିଆ କପ ଆୟୋଜନ ହେବାର ଥିଲା । କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଏସିଆ କପ୍‌ ଏବଂ ଟି-୨୦ ବିଶ୍ବକପକୁ ବାତିଲ କରିବାକୁ ପଡିଥିଲା ।

ତେବେ ଚଳିତ ବର୍ଷ ଜୁନ-ଜୁଲାଇରେ ଏସିଆ କପ ଆୟୋଜନ କରାଯିବାକୁ ଯୋଜନା କରାଯାଇଥିଲା । କିନ୍ତୁ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଟୁର୍ଣ୍ଣାମେଣ୍ଟକୁ ୨୦୨୨ ଯାଏଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।


Share It

Comments are closed.