ଭାରତକୁ ହରାଇବା ପାଇଁ ବାଙ୍ଗଳାଦେଶ ପ୍ରସ୍ତୁତ କଲା ରଣନୀତି


ଆଜି ହେଉଛି ଏସିଆ କପ ଫାଇନାଲ । ପୁଣି ଥରେ ଭାରତ ଏବଂ ବାଙ୍ଗଳାଦେଶ ଟାଇଟେଲ ମୁକାବିଲାରେ ପରସ୍ପରକୁ ଭେଟିବେ । ପୂର୍ବରୁ ଭାରତ ୬ ଥର ଏସିଆ କପ ଚାମ୍ପିୟନ ହୋଇଥିବାବେଳେ ଆଜି ଏହି ମ୍ୟାଚ ଭାରତ ଜିତିବାକୁ ନିଶ୍ଚୟ ଚେଷ୍ଟା କରିବ। ଅପର ପକ୍ଷରେ ବାଙ୍ଗଳାଦେଶ ଭାରତ ଠାରୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ନିଶ୍ଚୟ ଚେଷ୍ଟା କରିବ । ତେବେ ଆଜିର ଏହି ମ୍ୟାଚକୁ ନେଇ ବାଙ୍ଗଳାଦେଶର ଅଧିନାୟକ “ମସରଫି ମୋର୍ତାଜା” ଭାରତ ବିପକ୍ଷରେ କିପରି ଜିତିବାକୁ ହେବ ସେ ସଂପର୍କରେ ସାଥୀ ଖେଳାଳୀ ମାନଙ୍କୁ ବିଜୟ ମନ୍ତ୍ର ଶୁଣାଇଛନ୍ତି ।
ସେ କହିଛନ୍ତି ଯେ, “ଭାରତ ସହ ଖେଳାଯିବାକୁ ଥିବା ଏସିଆ କପ ଫାଇନାଲରେ ଆମକୁ ବିଜୟ ହାସଲ କରିବାକୁ ହେଲେ ସବୁ ବିଭାଗରେ ଉନ୍ନତି ଜରୁରୀ । ମୋର୍ତାଜା କହିଛନ୍ତି, “ଆମେ ସମସ୍ତେ ଜାଣିଛି ଯେ, ଭାରତ ଏକ ଶକ୍ତିଶାଳୀ ଟିମ । ସେଥିପାଇଁ ଆମକୁ ସବୁ ବିଭାଗରେ ଉନ୍ନତି ନିହାତି ଜରୁରୀ । ”
ସେ ଆହୁରୀ ମଧ୍ୟ କହିଛନ୍ତି, “ଆମେ ଫାଇନାଲରେ ସାକିବ ଏବଂ ତମିମଙ୍କ ଅନୁପସ୍ଥିତି ନିଶ୍ଚିତ ଅନୁଭବ କରିବୁ । ତାଙ୍କ ଛାଡି ଆଉ ଯେତିକି ବି ସାଥୀ ଖେଳାଳୀଙ୍କୁ ସମସ୍ତଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ଯେହେତୁ ବର୍ତ୍ତମାନ ଆଉ ଗୋଟିଏ ମାତ୍ର ମ୍ୟାଚ ବାକି ରହିଛି, ସେଥିପାଇଁ ସମସ୍ତଙ୍କୁ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପଡିବ । ”
ସାକିବଙ୍କ ହାତରେ ଆଘାତ ଯୋଗୁଁ ସେ ସ୍ୱଦେଶ ଫେରିଯାଇଥିବାବେଳେ ତମିମ ଆହତ ଥିବା ହେତୁ ସେ ଏସିଆ କପ ଫାଇନାଲରୁ ବାଦ ପଡିଛନ୍ତି ।
ଆଜିର ମ୍ୟାଚରେ ଆମକୁ ଅଧିକ ସ୍କୋର କରିବାକୁ ପଡିବ, ଯେଉଁଥିପାଇଁ ଆମକୁ ବିଶେଷ କରି ମୁସଫିକର ରେହମାନ ଏବଂ ମୁସ୍ତାଫିଜୁର ରେହମାନଙ୍କ ଉପରେ ଅଧିକ ଭରୋସ କରିବାକୁ ପଡିପାରେ ।

ପ୍ରକାଶ ଥାଉକି, ବୁଧବାର ଦିନ ଖେଳାଯାଇଥିବା ସୁପର ୪ ମ୍ୟାଚରେ ବାଙ୍ଗଳାଦେଶ ପାକିସ୍ତାନକୁ ୩୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।
ତେବେ ଆଜିର ମ୍ୟାଚରେ ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଶିଖର ଧାୱନ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ପ୍ଲେଇଙ୍ଗ ୧୧ରେ ଲୋକେଶ ରାହୁଲ, ଅମ୍ବାତି ରାଇଡୁ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରା, କୁଲଦୀପ ଯାଦବ, ଯୁଝବିନ୍ଦ୍ର ଚହଲ, ଦୀପକ ଚହର, ଦୀନେଶ କାର୍ତ୍ତିକ, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କୌଲ ।
ସେପଟେ ବାଙ୍ଗଳାଦେଶର ଚୂଡାନ୍ତ ୧୧ ହେଲେ : ମସ୍ରାଫି ମୋର୍ତାଜା, ମହମ୍ମଦ ମିଥୁନ, ଲିଟନ ଦାସ, ମୁସଫିକର ରେହମାନ, ମୁସ୍ତାଫିଜୁର ରେହମାନ, ଅରିଫୁଲ ହକ୍କ, ମହମୁଦଲ୍ଲା, ମୋସାଡେକ ହୋସେନ, ମେହଦି ହାସାନ, ନଜମୁଲ ଇସଲାମ, ରୁବେଲ ହାସନ, ଆବୁ ହାଇଦର, ନଜମୁଲ ହାସନ, ମୋମିନୁଲ ହକ୍କ ।


Share It

Comments are closed.