ଆକ୍ସିସ ବ୍ୟାଙ୍କ ଏହାର ‘ଓପନ ଫର ଦି ପ୍ଲାନେଟ କ୍ଲିନ-ଏ-ଥନ’ ପାଇଁ ଏସିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛି


ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କକୁ ଏହାର ଜାତୀୟ ସ୍ତରୀୟ ସ୍ୱଚ୍ଛତା ଅଭିଯାନ ‘ଓପନ ଫର ଦି ପ୍ଲାନେଟ ରନ-ଏ-ଥନ’ ପାଇଁ ଏସିଆ ବୁକ ଅଫ ରେକର୍ଡସ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏସିଆ ବୁକ ଅଫ ରେକର୍ଡସ ପକ୍ଷରୁ ବ୍ୟାଙ୍କକୁ ଦୁଇଟି ମାନ୍ୟତା ପ୍ରଦାନ କରାଯାଇଛି । ତାହା ହେଉଛି ‘ଏକ ସପ୍ତାହ ଭିତରେ ବ୍ୟାପକ ପର୍ଯ୍ୟଟନ ସ୍ଥଳୀରୁ ସର୍ବାଧିକ ଟନର ବର୍ଜ୍ୟ ସଂଗ୍ରହ କରିବା’ ଏବଂ ଅନ୍ୟଟି ହେଉଛି ‘ଏକ ସପ୍ତାହ ଭିତରେ ସର୍ବାଧିକ ସଂଖ୍ୟକ ପର୍ଯ୍ୟଟନ ସ୍ଥଳୀକୁ ସଫା କରିବା’ । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ପରିବେଶ ସୁରକ୍ଷା ପାଇଁ ବ୍ୟାଙ୍କକୁ ସ୍ୱୀକୃତି ପ୍ରଦାନ କରାଯାଇଛି ।
୨୦୨୪ ଜୁନ ୫ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସପ୍ତାହବ୍ୟାପୀ ସ୍ୱଚ୍ଛତା ଅଭିଯାନରେ ଆକ୍ସିସ୍ ବ୍ୟାଙ୍କ ୨୪ଟି ସ୍ୱେଚ୍ଛାସେବୀ ସଂଗଠନ ସହ ମିଶି ବାରଣାସୀ ଘାଟ, ଦିଲ୍ଲୀର କୁତବ ମିନାର, ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ, ହାଇଦ୍ରାବାଦର ଗୋଲକୋଣ୍ଡା ଫୋର୍ଟ, ଶିମଲାର ମଲ୍ ରୋଡ୍ ଆଦି ୨୩ଟି ପର୍ଯ୍ୟଟନସ୍ଥଳୀରୁ ପ୍ରାୟ ୧୩,୦୦୦ କିଲୋଗ୍ରାମ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲା । ‘ଓପନ୍ ଫର୍ ଦି ପ୍ଲାନେଟ କ୍ଲିନ୍‌-ଏ-ଥନ୍‌’ ଅଭିଯାନରେ ଶାଖା କର୍ମଚାରୀ, ଗ୍ରାହକ, ପରିବେଶ କର୍ମୀ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସମେତ ପ୍ରାୟ ୪୬୪୯ ସ୍ୱେଚ୍ଛାସେବୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।
ଆକ୍ସିସ୍ ବ୍ୟାଙ୍କର ସଭାପତି ତଥା ଶାଖା ବ୍ୟାଙ୍କିଙ୍ଗ୍ ମୁଖ୍ୟ ଅର୍ଣ୍ଣିକା ଦୀକ୍ଷିତ କହିଛନ୍ତି ଯେ, ‘ଏସିଆ ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା ଏହି ସମ୍ମାନଜନକ ଉପାଧିରେ ସମ୍ମାନିତ ହୋଇ ଆକ୍ସିସ୍ ବ୍ୟାଙ୍କରେ ଆମେ ଅତ୍ୟନ୍ତ ଗର୍ବିତ । ନାଗରିକ ଦାୟିତ୍ୱବୋଧ, ଗୋଷ୍ଠୀ ସେବା ଏବଂ ପରିବେଶ ସଂରକ୍ଷଣ ପାଇଁ ଆମର ସମର୍ପଣକୁ ଏହି ରେକର୍ଡ ଉଦାହରଣ ପାଲଟିଛି । ଏହି ପଦକ୍ଷେପ ମାଧ୍ୟମରେ ଆମେ ଏହି ମନୋରମ ପର୍ଯ୍ୟଟନସ୍ଥଳୀ ଏବଂ ଐତିହ୍ୟ ସ୍ଥଳଗୁଡ଼ିକର ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛୁ । ଆମର ସର୍ବଭାରତୀୟ ଅଭିଯାନ ଭବିଷ୍ୟତ ପିଢ଼ି ପାଇଁ ଆମ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଢ଼ କରୁଛି ଏବଂ ପରିବେଶ ଅବକ୍ଷୟକୁ ହ୍ରାସ କରିବା ଏବଂ ପରିବେଶ ସନ୍ତୁଳନକୁ ପ୍ରୋତ୍ସାହିତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ସେମାନଙ୍କୁ ଆହୁରି ଉତ୍ସାହିତ କରୁଛି ।’’
ଗତବର୍ଷ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଭାରତର ୧୮ଟି ସହରର ୨୫ଟି ଜଳାଶୟକୁ ସଫା କରିବା ପାଇଁ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ ୩୭୦୦ରୁ ଅଧିକ ଅଂଶଗ୍ରହଣକାରୀ ସ୍ୱେଚ୍ଛାକୃତ ଭାବେ ୧୨,୭୯୪ କିଲୋଗ୍ରାମ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ । ଏହି ଉଲ୍ଲେଖନୀୟ ପ୍ରୟାସକୁ ଏସିଆ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ‘ସପ୍ତାହବ୍ୟାପୀ ସଫେଇ ଅଭିଯାନ ସମୟରେ ସର୍ବାଧିକ ଜଳାଶୟ ସଫା’ ଏବଂ ‘ଏକାଧିକ ସହରର ଜଳାଶୟରୁ ସର୍ବାଧିକ କିଲୋଗ୍ରାମ୍ ଆବର୍ଜନା ସଂଗ୍ରହ’ ପାଇଁ ସ୍ୱୀକୃତି ମିଳିଥିଲା । ଏହାର ବ୍ୟାପକ ନେଟୱର୍କକୁ ଉପଯୋଗ କରି ଆକ୍ସିସ ବ୍ୟାଙ୍କ ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ଏବଂ ସବୁଜ ଭବିଷ୍ୟତ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ବିଶ୍ୱ ପରିବେଶ ଦିବସ ୨୦୨୪ରେ ଆକ୍ସିସ୍ ବ୍ୟାଙ୍କର ପଦକ୍ଷେପ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଏବଂ ସ୍ଥାୟୀ ବିକାଶ ପ୍ରତି ଏହାର ଜାରି ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।


Share It

Comments are closed.