ଅଶୋକ ଲେ’ଲ୍ୟାଣ୍ଡ୍ ପକ୍ଷରୁ ଯାଜପୁରରେ ନୂତନ ଡିଲର୍‌ସିପ୍ ଉଦ୍‌ଘାଟନ ସହ ଓଡ଼ିଶାରେ ଉପସ୍ଥିତିର ସମ୍ପ୍ରସାରଣ

Share It

ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପ୍‌ର ପ୍ରମୁଖ କମ୍ପାନି ଅଶୋକ ଲେ’ଲ୍ୟାଣ୍ଡ୍ ପକ୍ଷରୁ ଯାଜପୁରରେ ହାଲୁକା ବାଣିଜ୍ୟିକ ଯାନର (ଏଲସିଭି)ର ଏକ ନୂତନ ଡିଲରସିପ୍ ଉଦ୍‌ଘାଟନ କରାଯାଇଛି। ଓଡ଼ିଶାରେ ଏହା ହେଉଛି କମ୍ପାନିର ଷଷ୍ଠ ଏଲ୍‌ସିଭି ଡିଲରସିପ୍‌। ନୂଆ ଚ୍ୟାନେଲ୍ ପାର୍ଟନର ଶାନ୍ତିଲତା କମ୍ପାନିର ଏହି ୩ ଏସ୍ (ସେଲ୍‌ସ, ସର୍ଭିସ୍‌, ସ୍ପେୟାର) ପ୍ଲଟ ନଂ-୧୦୦୪, ସୁନଗୁଡ଼ା, ଚଣ୍ଡିଗୋଲ, ଯାଜପୁର, ଓଡ଼ିଶା-୭୫୪୨୯୬ରେ ରହିଛି। ଡିଲରସିପ୍‌ରେ ସର୍ଭିସ୍ ଓ ସ୍ପେୟାର ସୁବିଧା ଥିବା ଏକ ୱାର୍କସପ୍ ମଧ୍ୟ ରହିଛି।
ଏହି ଡିଲରସିପ୍‌ରେ ଅତ୍ୟାଧୁନିକ ଟୁଲ୍‌, ତ୍ୱରିତ ସର୍ଭିସ୍ ବେ ଓ ସମୃଦ୍ଧ ଭିତିଭୂମି ରହିଛି ଯାହା ଉତ୍କୃଷ୍ଟ ଗ୍ରାହକ ଅନୁଭୂତି ସୁନିଶ୍ଚିତ କରିବ। କମ୍ପାନି ପକ୍ଷରୁ ସମ୍ପ୍ରତି ବଡା ଦୋସ୍ତ, ଦୋସ୍ତ, ସାଥୀ, ପାର୍ଟନର ଓ ମିତ୍ର ଭଳି ଏଲ୍‌ସିଭି ଉତ୍ପାଦ ପ୍ରଦାନ କରାଯାଉଛି।
ଅଶୋକ ଲେ’ଲ୍ୟାଣ୍ଡ୍‌ର ଏଲ୍‌ସିଭି ବ୍ୟବସାୟ ମୁଖ୍ୟ ଶ୍ରୀ ବିପ୍ଳବ ଶାହ କହିଛନ୍ତି ଯେ, “ଓଡ଼ିଶା ଆମ ପାଇଁ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଯାଜପୁରରେ ନୂଆ ଡିଲରସିପ୍ ସହିତ ଏଡାରେ ଆମ ଉପସ୍ଥିତି ସମ୍ପ୍ରସାରଣ କରି ଆମେ ଉଲ୍ଲସିତ। ଏହି ଅଂଚଳରେ ଆମ ଗ୍ରାହକମାନଙ୍କ ସହିତ ଆମ ସମ୍ପର୍କ ବିଶ୍ୱାସ, ପ୍ରଦର୍ଶନ ଓ ମିଳିତ ଅଭିବୃଦ୍ଧି ଉପରେ ଗଠନ ହୋଇଛି। ଆମର ବଡ଼ା ଦୋସ୍ତ, ଦୋସ୍ତ ଏବଂ ନୂଆ ସାଥୀ ରେଂଜର ସଫଳତା ସେମାନଙ୍କ ଉତ୍କୃଷ୍ଟ ମାଇଲେଜ୍‌, ପ୍ରଦର୍ଶନ ଓ ଭରସାଯୋଗ୍ୟତା ପାଇଁ ପରିଚିତ ଯାହା ଆମ ଉପରେ ଗ୍ରାହକମାନଙ୍କ ରହିଥିବା ବିଶ୍ୱାସକୁ ଦର୍ଶାଉଛି। ଦୃଢ଼ ନେଟୱର୍କ ଏବଂ ଶିଳ୍ପର ଅଗ୍ରଣୀ ସର୍ଭିସ୍ ପାଖରେ ରଖିବା ହାର ସହିତ ଆମ ଉପରେ ଗ୍ରାହକମାନେ ବଜାୟ ରଖିଥିବା ବିଶ୍ୱାସକୁ ନେଇ ଆମେ କୃତଜ୍ଞ। ଏହି ନୂତନ ଡିଲରସିପ୍ ହେଉଛି ବିଶ୍ୱସ୍ତରୀୟ ଉତ୍ପାଦ ଓ ଅତୁଳନୀୟ ସେବା ପ୍ରଦାନ କରିବା ପାଇଁ ଆମ ପ୍ରତିବଦ୍ଧତାର ଆଉ ଏକ ପଦକ୍ଷେପ।”
ଅଶୋକ ଲେ’ଲ୍ୟାଣ୍ଡର ଏଲସିଭି ଉତ୍ପାଦଗୁଡ଼ିକ ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ଅନୁସାରେ ଉପସ୍ଥାପନ କରାଯାଉଛି ଯେଉଁଥିରେ ଶ୍ରେଷ୍ଠ ମାନର ପ୍ରଯୁକ୍ତି ଓ ପ୍ରତିଯୋଗିତାମୂଳକ ମୂଲ୍ୟର ମିଶ୍ରଣ ରହିଛି। ଏବେ ସାରା ଭାରତରେ ୫,୫୦,୦୦୦ ଏଲସିଭି ଚାଲୁଛି ଯାହା ଏହି ବର୍ଗରେ ଆମ ଦୃଢ଼ ଉପସ୍ଥିତିକୁ ଦର୍ଶାଉଛି।
ପ୍ରିମିୟମ୍ ଏଂଟ୍ରି ଲେବଲ୍ ଏସସିଭି ଅଶୋକ ଲେଲ୍ୟାଣ୍ଡ ସାଥୀ ରିଆରେ ନିକଟରେ ଏହା ୨ ଟନ୍‌ରୁ କମ୍ ବର୍ଗରେ ପ୍ରବେଶ କରିଛି। ଏଥିରେ ୪୫ ଏଚପିର ଇଂଜିନ ରହିଛି ଯାହା ୧୧୦ ଏନଏମ ଟର୍କ ଉତ୍ପନ୍ନ କରୁଥିବା ବେଳେ ନିଜ ବର୍ଗରେ ସର୍ବବୃହତ ଲୋଡିଂ ଅଂଚଳ ଏବଂ ୧୧୨୦ କେଜିର ଶିଳ୍ପର ଅଗ୍ରଣୀ ପେ-ଲୋଡ ପ୍ରଦାନ କରୁଛି। କ୍ଷୁଦ୍ର କମର୍ସିଆଲ ଯାନ ବଜାରକୁ ନଜରରେ ରଖି ଏହାକୁ ବିକାଶ କରାଯାଇଛି।
ସେହିପରି, ବଡ଼ା ଦୋସ୍ତ ହେଉଛି ଦୃଢ଼ ଏଲସିଭି ପ୍ଲାଟଫର୍ମର ପ୍ରଥମ ଉତ୍ପାଦ ଏବଂ ଏହାର ଆଇ୨, ଆଇ୩+, ଆଇ୪, ଆଇ୫ ଓ ଆଇ୫ଏକ୍‌ଏଲ ଭଳି ପାଂଚଟି ଭାରିଆଂଟ ରହିଛି। ଏଥିରେ ୮୦ ଏଚପିର ବିଏସ-୬ ଇଂଜିନ ରହିଛି ଯାହା ଶ୍ରେଷ୍ଠ ମାନର ଶକ୍ତି ଓ ମାଇଲେଜ୍‌, ଶ୍ରେଷ୍ଠ ଶ୍ରେଣୀର ପେଲୋଡ୍‌, ଲୋଡିଂ ସ୍ଥାନ ପ୍ରଦାନ କରୁଛି। ଦୋସ୍ତ ମଡେଲ ଦୋସ୍ତ ଏକ୍ସଏଲ ଓ ଦୋସ୍ତ+ ଏକ୍ସଏଲ ଭାରିଆଂଟରେ ଉପଲବ୍ଧ ହେଉଛି।
ପାର୍ଟନର ହେଉଛି ଏକ ଇନ୍ଧନ ମିତବ୍ୟୟୀ ଆଧୁନିକ ଲୋଡ୍ କ୍ୟାରିୟର ଯାହା ୪ ଟନ୍ କ୍ଷମତା ବର୍ଗରେ ରହିଛି। ଏଥିରେ ୪ ଟାୟାର ଓ ୬ ଟାୟାର ବିକଳ୍ପ ରହିଛି। ଏହା ୧୦ ଫୁଟ, ୧୧ ଫୁଟ, ୧୪ ଫୁଟ ଓ ୧୭ ଫୁଟ ଭଳି ଲୋଡ ବଡି ବିକଳ୍ପରେ ଉପଲବ୍ଧ। ଏଥିରେ ଜେଡଡି୩୦ ସିଆରଡିଆଇ ଇଂଜିନ ରହିଛି।
ମିତ୍ରକୁ ପାର୍ଟନର ପ୍ଲାଟଫର୍ମରେ ଉଭୟ ଷ୍ଟାଫ ବସ ଓ ସ୍କୁଲ ବସ ପାଇଁ ପ୍ରସ୍ତୁତ କରାଯାଇଛି। ଏହାର ମାଇଲେଜ୍ ମଧ୍ୟ ବହୁତ ଭଲ। ସବୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ଏହି ବସ୍ ବିକାଶ କରାଯାଇଛି।
ଏହି ସମସ୍ତ ଗାଡ଼ିକୁ କମ୍ପାନିର ହୋସୁର କାରଖାନାରେ ଉତ୍ପାଦନ କରାଯାଉଛି। ବଡା ଦୋସ୍ତର ଦାମ ୧୦,୪୫,୦୦୦ ଟଙ୍କା, ବଡା ଦୋସ୍ତ ଏକ୍ସଏଲଣ ଦାମ୍ ୧୦,୮୫,୦୦୦ ଟଙ୍କା, ଦୋସ୍ତ ଏକ୍ସଏଲ୍‌ର ଦାମ୍ ୮,୪୭,୦୦୦ ଟଙ୍କା, ଦୋସ୍ତ+ ଏକ୍ସଏଲର ଦାମ୍ ୮,୮୭,୦୦୦ ଟଙ୍କା, ସାଥୀର ଦାମ୍ ୬,୬୯,୯୯୯ ଟଙ୍କା, ପାର୍ଟନରର ଦାମ୍ ୧୭,୮୦,୦୦୦ ଟଙ୍କା ଏବଂ ମିତ୍ର ବସ୍‌ର ଦାମ୍ ୨୩,୫୦,୦୦୦ ଟଙ୍କା ରହିଛି।
ସାରା ଦେଶରେ ଅଶୋକ ଲେ’ଲ୍ୟାଣ୍ଡର ୧୭୦୦ରୁ ଅଧିକ ସ୍ୱତନ୍ତ୍ର ଆଉଟ୍‌ଲେଟ୍ ରହିଥିବା ବେଳେ ରାଜପଥରେ ପ୍ରତି ୭୫ କିମିରେ ଏହାର ସ୍ୱୀକୃତିପ୍ରାପ୍ତ ସର୍ଭିସ୍ ସେଂଟର ରହିଛି।


Share It

Comments are closed.