ମେ ୩୧ ପର୍ଯ୍ୟନ୍ତ ବଢିଲା ପଶ୍ଚିମବଙ୍ଗରେ ଲକଡାଉନ ଅବଦ୍ଧି, ଆଗକୁ ଓଡିଶାରେ ମଧ୍ୟ ବଢିପାରେ


ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ପରିସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି। ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ମାମଲା ସାମ୍ନାକୁ ଆସିବା ପରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିଛି। ଏଠାରେ ଦୈନିକ ମୃତ୍ୟୁ ସଂଖ୍ୟା ପ୍ରାୟ ଚାରି ହଜାର ଟପୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ସ୍ଥିତି ଏବଂ ଟୀକାକରଣ ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ।

କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବଙ୍ଗଳାରେ ମେ ୧୬ ରୁ ମେ ୩୦ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ଛତିଶଗଡର ରାୟପୁରରେ ଆସନ୍ତା ୩୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। କିଛି ସର୍ତ୍ତ ସହିତ ଏହି ଲକଡାଉନ୍ ଲାଗୁ କରାଯାଇଛି ।


Share It

Comments are closed.