ଜେଲ୍‌ରୁ ମୁକୁଳିଲେ ଆର୍ଯ୍ୟନ୍‌ ଖାନ୍‌


ଜେଲ୍‌ରୁ ମୁକୁଳିଲେ ଆର୍ଯ୍ୟନ୍‌ ଖାନ୍‌। କ୍ରୁଜ୍ ଡ୍ରଗ୍ ମାମଲାରେ ମୁମ୍ବାଇର ଆର୍ଥର୍ ରୋଡ୍ ଜେଲରେ ୨୮ ଦିନ ଧରି ଆର୍ଯ୍ୟନ୍ ଖାନ୍ ଶନିବାର ସକାଳେ ଜେଲରୁ ବାହାରିଛନ୍ତି। ଗୁରୁବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ କାଗଜପତ୍ର ଠିକ୍ ସମୟରେ ଜେଲରେ ପହଞ୍ଚି ନ ଥିବାରୁ ତାଙ୍କୁ ଶୁକ୍ରବାର ଦିନ ମୁକ୍ତ କରାଯାଇପାରିନଥିଲା। ଅନ୍ୟପକ୍ଷରେ, ଶନିବାର ସକାଳେ ଜେଲ କର୍ତ୍ତୃପକ୍ଷ ଜାମିନ ଆଦେଶ ନେବାକୁ ପ୍ରାୟ ସାଢ଼େ ୫ଟା ସମୟରେ ଆର୍ଥର ରୋଡ ଜେଲ ବାହାରେ ଜାମିନ ବାକ୍ସ ଖୋଲିଥିଲେ। ଗତକାଲି ଆର୍ଯ୍ୟନ ଖାନଙ୍କ ଜାମିନ ଆଦେଶର କପି ଏହି ବାକ୍ସ ଭିତରେ ରଖାଯାଇଥିଲା। ଆର୍ଯ୍ୟନଙ୍କ ମୁକ୍ତି ସମ୍ପର୍କରେ ଆର୍ଥର ରୋଡ ଜେଲ ଅଧୀକ୍ଷକ ନିତିନ ଭାୟାଲ କହିଛନ୍ତି ଯେ ଆର୍ଯ୍ୟନ ଖାନଙ୍କ ମୁକ୍ତି ପାଇଁ ଆମକୁ ନିର୍ଦ୍ଦେଶ ମିଳିଛି। ସେମାନଙ୍କର ରିଲିଜ୍ ପ୍ରକ୍ରିୟା ୧-୨ ଘଣ୍ଟା ମଧ୍ୟରେ ଶେଷ ହେବ ।

ପିତା ଶାହରୁଖ ଖାନଙ୍କ ବଡିଗାର୍ଡ ରବି ତାଙ୍କୁ ଘରକୁ ନେବା ପାଇଁ ଆର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି। ଆର୍ଯ୍ୟନ୍ ଖାନଙ୍କ ମୁକ୍ତି ସହିତ ତାଙ୍କ ପରିବାରରେ ଖୁସିର ମାହୋଲ ଖେଳିଯାଇଛି। ଶୁକ୍ରବାର ଠାରୁ ଶାହାରୁଖ ଖାନଙ୍କ ଘର ମନ୍ନତରେ ଉତ୍ସବର ପରିବେଶ ରହିଛି।


Share It

Comments are closed.