ଅରବିନ୍ଦ ପକ୍ଷରୁ ଅତ୍ୟାଧୁନିକ ସିଲ୍କ ସୁଟିଂ କଲେକ୍ସନ


ଚଳିତ ପାର୍ବଣରେ ଅରବିନ୍ଦ ପକ୍ଷରୁ ନୂତନ ସ୍ୱତନ୍ତ୍ର ସିଲ୍କ କଲେକ୍ସନର ଶୁଭାରମ୍ଭ କରାଯାଇଛି । ପାର୍ବଣ ଏବଂ ବିବାହ ଋତୁକୁ ଦୃଷ୍ଟିରେରଖି ଅରବିନ୍ଦର ଡ଼ିଟିଆର ଡ଼ିଭିଜନ୍ ପକ୍ଷରୁ ଆକର୍ଷଣୀୟ ଫ୍ୟାବ୍ରିକ୍ ବଜାରକୁ ଆସିଛି, ଯାହାକି ପୁରୁଷ ମାନଙ୍କୁ ଆହୁରି ଷ୍ଟାଇଲିସ୍ ଆଉଟଫିଟ୍ ପ୍ରଦାନ କରିପାରିବ । ଦୀର୍ଘ ୯୦ ବର୍ଷର ଆବିଷ୍କାର ଏବଂ ଅରବିନ୍ଦର ଉନ୍ନତ ପରମ୍ପରା ଯୋଗୁଁ ପ୍ରଥମଥର ପାଇଁ ଭାରତରେ ପୁରୁଷମାନେ ଉଜ୍ଜ୍ୱଳ ସିଲ୍କ ସହିତ ସ୍ୱତନ୍ତ୍ର ସିଲ୍କ ସୁଟିଂ କଲେକ୍ସନରେ ଆରାମଦାୟକ ପଲିଉଲର ଅନୁଭୂତି ପାଇପାରିବେ ।
ଏହି ପରିପ୍ରେକ୍ଷୀରେ ଓଭେନ୍ ଏବଂ ନିଟ୍ର ମୂଖ୍ୟ ବାଣିଜ୍ୟିକ ଅଧିକାରୀ, ଶ୍ରୀଯୁକ୍ତ ପ୍ରଣବ ଦେବ୍ କହିଛନ୍ତିଯେ, “ସାର୍ଟିଂ ବିଭାଗରେ ଅଗ୍ରଣୀ ରହିଥିବାବେଳେ ଆମ୍ଭେମାନେ ଆମର ଟେକ୍ସଷ୍ଟାଇଲ୍ ପାରଦର୍ଶିତାକୁ ସୁଟ୍ସ କ୍ଷେତ୍ରରେ ଫ୍ୟାସନ୍ ସମ୍ଭାବନାକୁ ଆଗକୁ ନେଇଛୁ । ଆମର ଅତ୍ୟାଧୁନିକ କଲେକ୍ସନ ଗୁଡ଼ିକ ଅହରହ ଅନୁସନ୍ଧାନ ଏବଂ ଗ୍ରାହକ ବୁଝାବଣାର ଫଳାଫଳ । ସିଲ୍କ ଗ୍ରାହକ ମାନଙ୍କୁ ଭବ୍ୟତା ପ୍ରଦାନ କରିବା ସହିତ ଉଲ୍ ଶୀତ ଦିନିଆ ପାର୍ବଣ ଏବଂ ବିବାହରେ ଉଷ୍ମତା ପ୍ରଦାନ କରିବ ।”
ଅରବିନ୍ଦ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି ନୂତନ କଲେକ୍ସନରେ ଏଥିନିକ୍ ଓୟାର, ବିଭିନ୍ନ ପ୍ରକାରର ପ୍ରିଣ୍ଟ ଏବଂ ସ୍ୱତନ୍ତ୍ର ସିଲ୍କ ସୁଟ୍ ଇତ୍ୟାଦି ଅନ୍ତର୍ଭୂକ୍ତ । ଏହାର ପ୍ରିମିୟମ୍ ଲକ୍ସୁରୀ ଓୟାର କଲେକ୍ସନ ଗୁଡ଼ିକ ସମସ୍ତ ଅଗ୍ରଣୀ ଅରବିନ୍ଦ ସ୍ୱିକୃତିପ୍ରାପ୍ତ ଫ୍ୟାବ୍ରିକ୍ ରିଟେଲର୍ସ ମାନଙ୍କରେ ପ୍ରତି ମିଟରକୁ ମାତ୍ର ୪୦୦୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ ଉପଲବ୍ଧ ।


Share It

Comments are closed.