ମୁଖ୍ୟମନ୍ତ୍ରୀ ଋପେ ଶପଥ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ କେଜ୍ରିୱାଲ


ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦରେ ସୌଜନ୍ୟମୂଳକ ସାକ୍ଷାତ କରିବେ । ଗତ ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଋପେ ଶପଥ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ସହ ତାଙ୍କର ପ୍ରଥମ ସାକ୍ଷାତ ହେବ ।

ଏହା ପୂର୍ବରୁ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଋପେ ଶପଥ ନେଇଥିବା ଅରବିନ୍ଦ କିଜ୍ରିୱାଲ ୧୯ ଫେବୃଆରୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ତାଙ୍କ ନିବାସରେ ସାକ୍ଷାତ କରିଥିଲେ । ଉଭୟଙ୍କର ଏହା ପ୍ରଥମ ସାକ୍ଷାତ ଥିଲା । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ଉଭୟଙ୍କ ମଧ୍ୟରେ ଦିଲ୍ଲୀ ବିକାଶକୁ ନେଇ ଆଲୋଚନା ହୋଇଥିଲା ।


Share It

Comments are closed.