ରିଲିଜ ହେଲା ଆୟୁଷ୍ମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍ଟିକିଲ ୧୫’


ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଆର୍ଟିକିଲ ୧୫ ରିଲିଜ ହୋଇଯାଇଛି | ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବାବେଳେ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅନୁଭବ ସିହ୍ନା | ଫିଲ୍ମ ରିଲିଜ ହେବା ମାତ୍ରେ ଏହାକୁ ଭଲ ରେସ୍ପନ୍ସ ମିଳିଛି | ଏହା ପୁଣି ଥରେ ଆୟୁଷ୍ମାନଙ୍କ କ୍ୟାରିୟରରେ ଏକ ସଫଳତା ଭିତ୍ତିକ ଫିଲ୍ମ ହେବ ବୋଲି ସିନେପ୍ରେମୀ କହିଛନ୍ତି | ଏହି ଫିଲ୍ମରେ ଆୟୁଷ୍ମାନ ଜଣେ ପୁଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି |
ତେବେ ଫିଲ୍ମକୁ ନେଇ ବ୍ରାହ୍ମଣ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା | ଏଥିରେ ବ୍ରାହ୍ମଣଙ୍କ ଛବିକୁ ଠିକ ଭାବେ ଦର୍ଶାଯାଇନାହିଁ ବୋଲି ଅଭିଯୋଗ କରିଥିଲେ | ବିଶେଷ କରି ସମାଜରେ ଜାତିପ୍ରଥାକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି | ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ଆୟୁଷ୍ମାନଙ୍କ ଲଢେଇ ଏହି ଫିଲ୍ମରେ ଦେଖିବାକୁ ମିଳିଛି |

ତେବେ ଆର୍ଟିକିଲ ୧୫ ସହ ଟକ୍କର ଦେବାକୁ ଫିଲ୍ମ ନୋବେଲମ୍ୟାନ ମଧ୍ୟ ରିଲିଜ ହୋଇଛି | ଏହି ଫିଲ୍ମରେ କୁନାଲ କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ | ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ବନ୍ଦନା କଟାରିୟା | ସେହିପରି ଏହି ଦୁଇଟି ଫିଲ୍ମ ସହ ଜୁନ ୨୬ରେ ରିଲିଜ ହୋଇଛି ଏନାବେଲ କମ୍ସ ହୋମ | ଏହି ଫିଲ୍ମଟି ଏନାବେଲ ସିରିଜର ତୃତୀୟ ଭାଗ ବୋଲି ଜଣାପଡିଛି | ଫିଲ୍ମଟିରେ ଭୁତ କଣ୍ଢେଇଟିର କାହାଣୀ ଦର୍ଶାଯାଇଛି | ଏହା ପୂର୍ବରୁ ଏନାବେଲର ଅନ୍ୟ ସିରିଜଗୁଡିକ ଦର୍ଶକଙ୍କୁ ଡ଼ରାଇବାରେ ସଫଳ ହୋଇଥିଲା |


Share It

Comments are closed.