ଆର୍ଟଫାଷ୍ଟ ଫାଉଣ୍ଡେସନ୍ ଭାରତରେ କଳା ଶିକ୍ଷାର ଭବିଷ୍ୟତ ଉପରେ ଦୃଷ୍ଟି ପ୍ରଦାନ କରୁଛି


ଭୁବନେଶ୍ୱର: ସ୍ୱତନ୍ତ୍ର ଭାବେ କଳା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରୁଥିବା ଆର୍ଟଫାଷ୍ଟ ଫାଉଣ୍ଡେସନ୍ ଅତି ନିକଟରେ ମଦର୍ସ ପବ୍ଲିକ୍ ସ୍କୁଲ୍, ଭୁବନେଶ୍ୱରଠାରେ ଏକ ଆର୍ଟ ଏଜୁକେସନ୍ ରାଉଣ୍ଡ ଟେବୁଲ୍ (ଏଇଆର୍)ର ଆୟୋଜନ କରିଛି । ଏଇଆର୍ ହେଉଛି କଳା ଶିକ୍ଷା ଉପରେ ରାଉଣ୍ଡ ଟେବୁଲ୍ର ଏକ ସୃଙ୍ଖଳ, ଯାହା କଳା, ପ୍ରଦର୍ଶନ କଳା, ଶିକ୍ଷା ବିଜ୍ଞାନ, ଯୋଜନା ପ୍ରସ୍ତୁତ ଆଦି କ୍ଷେତ୍ରରୁ ବିବିଧ ଓ ଅନୁଭୂତିମୂଳକ କଣ୍ଠଗୁଡ଼ିକୁ ଏକତ୍ରିତ କରିବାକୁ ଚାହୁଁଛି । ଏହା ପୂର୍ବରୁଥିବା କଳାକୁ ପୁନଃ ବିଶ୍ଳେଷିତ କରିବା ସହିତ ସମିଶ୍ରିତ କଳା ପଦ୍ଧତିକୁ ପ୍ରୋତ୍ସାହିତ କରୁଛି ।
ଏଇଆର୍ ୨୦୧୯ ମାଧ୍ୟମରେ, ଆର୍ଟଫାଷ୍ଟ ଫାଉଣ୍ଡେସନ୍ର ଦୃଢ଼ ବିଶ୍ୱାସ ରହିଛି ଯେ, ସାଂସ୍କୃତିକ ସଚେତନତା ପ୍ରଦାନ କରୁଥିବା ସ୍ୱତନ୍ତ୍ର ଓ ସୂକ୍ଷ୍ମ କଳା ଶିକ୍ଷା ଏକ ପିଲାକୁ ବିବିଧତା, ପ୍ରତ୍ୟେକଙ୍କ ସ୍ପର୍ଶନୀୟ ଓ ଅସ୍ପର୍ଶନୀୟ ପରମ୍ପରାକୁ ସମ୍ମାନ କରିବା ନିମନ୍ତେ ସକ୍ରିୟ କରିବ । ପ୍ରେମ୍ଝିସ୍ ଆଚାରୀ, ଆଉଟ୍ଟରିଚ୍ ନିର୍ଦ୍ଦେଶକ, ଆର୍ଟଫାଷ୍ଟ ଫାଉଣ୍ଡେସନ୍ ପ୍ରକାଶ କରିଛନ୍ତି, “ଭୁବନେଶ୍ୱରକୁ ଫେରି ନୂତନତା ଅନୁଭୂବ ହେଉଛି, ଯେଉଁ ସହର ଐତିହାସିକ, ଆଧୁନିକ ଓ ସମକାଳୀନ କଳାକୃତି ଭରପୂର । ଅତୀତ ଓ ବର୍ତ୍ତମାନର ଚିହ୍ନ ଏଠାରେ କେବଳ କଳାକୃତିର ଉପସ୍ଥିତି ମାଧ୍ୟମରେ ନୁହେଁ ବରଂ ଏହାର ଚିରସ୍ମରଣୀୟ “କଳା ପରମ୍ପରା” ମାଧ୍ୟମରେ ଏକାଠି ରହିଛନ୍ତି । ଯେହେତୁ ସାରା ବିଶ୍ୱରେ ଏହା ପରିଚୟ ସୃଷ୍ଟି କରିପାରିଛି, ତେଣୁ ଏହାର ବର୍ତ୍ତମାନ ସ୍ଥିତିି ଅତ୍ୟନ୍ତ ଉଦ୍ବେଗଜନକ ଅଟେ । ଏହାର ଅଭ୍ୟାସକର୍ତ୍ତା ମାନଙ୍କ ଉପରେ ଅଧିକାରୀ ଓ ସଂସ୍କୃତି ଯୋଜନା ମାନଙ୍କର କ୍ୱଚିତ ନଜର ରହିଛି, ଯାହା ସେମାନଙ୍କୁ ଅନାବଶ୍ୟକ ଭାବେ ପରିଗଣିତ କରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସେମାନଙ୍କୁ ମଧ୍ୟ ଶିକ୍ଷା ଜଗତରେ ମଧ୍ୟ ଗୁରୁତ୍ୱ ଦିଆଯାଉନାହିଁ । ସେଥିପାଇଁ କଳା ପାଠ୍ୟକ୍ରମରେ ସମାନେ ନିର୍ବାସିତ ଭଳି ଅଛନ୍ତି ।”
ଭୁବନେଶ୍ୱର ରାଉଣ୍ଡଟେବୁଲ୍ରେ ଚାରିଜଣ ପ୍ରମୁଖ ବିଶେଷଜ୍ଞ ରହିଥିଲେ, ଯେଉଁମାନେ ଆଲୋଚନାକୁ ଏକ ସ୍ୱତନ୍ତ୍ର ରୂପ ପ୍ରଦାନ କରିଥିଲେ । ସେମାନେ ହେଲେ ଜଗନ୍ନାଥ ପଣ୍ଡା, କଳାକାର, ପ୍ରତିଷ୍ଠାତା ତଥା ଚେୟାର୍ମ୍ୟାନ୍ ଉତ୍ସ ଫାଉଣ୍ଡେସନ୍ ଏବଂ କୋ-କ୍ୟୁରେଟର୍ ଭୁବନେଶ୍ୱର ଆର୍ଟ ଟ୍ରାଏଲ୍; ନାଦରାଜ ମଣିକାମ୍, ମୂଖ୍ୟ ପ୍ରଧ୍ୟାପକ, ସେଣ୍ଟର୍ ଫର୍ ନ୍ୟୁ ହ୍ୟୁମାନିଟିଜ୍ ଆଣ୍ଡ କମ୍ପାସନ୍ ଷ୍ଟଡିଜ୍, ଜାଭିଅର୍ ୟୁନିଭରସିଟି, ଭୁବନେଶ୍ୱର; ସୋନାଲ ସାନଚେଟି, ସ୍ଥାପତ୍ୟବିତ୍, ପ୍ରତିଷ୍ଠାତା ଓ ଅଂଶୀଦାର, ଓପୋଲିସ୍, ମୁମ୍ବାଇ; ସଶ୍ମିତା ମହାନ୍ତି, ମହାକାଶଯାନ ଡିଜାଇନର୍, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ୟାର୍ଥ୨ଅର୍ବିଟ, ବାଙ୍ଗାଲୋର୍ ପ୍ରମୁଖ । ଭୁବନେଶ୍ୱର ଚାପ୍ଟର ଏଇଆର୍ ୨୦୧୯ରେ ନାଦରାଜ ମଣିକମ୍, ମୂଖ୍ୟ ପ୍ରଧ୍ୟାପକ, ସେଣ୍ଟର୍ ଫର୍ ନ୍ୟୁ ହ୍ୟୁମାନିଟିଜ୍ ଆଣ୍ଡ କମ୍ପାସନ୍ ଷ୍ଟଡିଜ୍, ଜାଭିଅର୍ ୟୁନିଭର୍ସିଟି, ଭୁବନେଶ୍ୱର ଦୁଇଟି ବିଷୟକୁ ହାଇଲାଇଟ୍ କରିଥିଲେ, ଯଥା- କ) ବିଜ୍ଞାନର ପରିବର୍ତ୍ତନ, ଖ) କଳାକାର ଚିନ୍ତାଧାରାର ଶୃଙ୍ଖଳତା, ଉଦ୍ଦେଶ୍ୟ ଓ କ୍ଷତି, ଗ) ଶୃଙ୍ଖଳିତ, କଳା ଓ ଉପଶମତା ।


Share It

Comments are closed.