ଦର୍ଶକଙ୍କ ଠାରୁ ପୁଣିଥରେ ପ୍ରସଂଶା ସାଉଣ୍ଟି ପାରେ ‘ମୁନା ଭାଇ-୩’


ରାଜକୁମାର ହିରାନୀଙ୍କ ସୁପର ହିଟ ଫ୍ରାଞ୍ଚାଇଜ ‘ମୁନା ଭାଇ’ର ତୃତୀୟ ଭାଗ ଅର୍ଥାତ ‘ମୁନା ଭାଇ-୩’ର ସୁଟିଙ୍ଗ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଫିଲ୍ମର ଅଭିନେତା ‘ଅରସଦ ୱାରିସ’ ନିଜେ ଏହି ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ‘ମୁନା ଭାଇ-୩’ର ସ୍କ୍ରିପ୍ଟ ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି ।
ଅରସଦ କହିଛନ୍ତି ଯେ, ଫିଲ୍ମ ସୁଟିଙ୍ଗ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ରିଲିଜ ଚଳିତ ବର୍ଷର ଶେଷ କିିମ୍ବା ଆଗାମୀ ବର୍ଷର ଆରମ୍ଭ ବେଳକୁ ହୋଇପାରେ ।
ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଆଉ କିଛି ଜିନିଷ ବାକି ରିହିଥିବାବେଳେ ସଞ୍ଜୟ ଦତ୍ତ ଏବଂ ଅରସଦଙ୍କ ଭୂମିକା ଏହି ଫିଲ୍ମରେ ନିଶ୍ଚିନ୍ତ ବୋଲି ଜଣାପଡିସାରିଛି ।
ପ୍ରକାଶ ଥାଉକି, ବିଗତ କିଛି ଦିନ ହେବଏହା ଶୁଣିବାକୁ ମିଳିଥିଲା ଯେ, ‘ମୁନା ଭାଇ-୩’ରେ ସଞ୍ଜୟ ଦତ୍ତଙ୍କ ବଦଳରେ ରଣବୀର କପୁରଙ୍କୁ କାଷ୍ଟ କରିବାର ଯୋଜନା ରହିଥିଲା କିନ୍ତୁ ଏହି କଥା ଉପରେ ଅରସଦ ସ୍ପଷ୍ଟିକରଣ ଦେଇ କହିଥିଲେ ଯେ, “ମୋତେ ଲାଗୁ ନାହିଁ ସଞ୍ଜୟ ଦତ୍ତଙ୍କ ଅପେକ୍ଷା ଏହି ଭୂମିକାରେ ଆଉ କେହି ଭଲ ଅଭିନୟ କରି ପାରିବେ ।”
ଆପଣ ଜାଣିଥିବେ ମୁନା ଭାଇର ୨ଟି ଯାଇ ସିରିଜରେ ସଞ୍ଜୟ ଦତ୍ତ ଏବଂ ଅରସଦ କାମ କରିସାରିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ଦୁହିଁଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବାବେଳେ ଏହା ସେହି ସମୟର ବ୍ଲକ ବଷ୍ଟର ଫିଲ୍ମ ପ୍ରମାଣିତ ମଧ୍ୟ ହୋଇସାରିଛି । ତେବେ ‘ମୁନା ଭାଇ-୩’ ମାଧ୍ୟମରେ ଦର୍ଶକ ପୁଣିଥରେ ସୁନେଲି ପରଦାରେ ସଞ୍ଜୟ ଦତ୍ତ ଏବଂ ଅରସଦଙ୍କୁ ଏକାଠି ଦେଖିବାକୁ ପାଇବେ ।


Share It

Comments are closed.