ଅର୍କା ଫିନକ୍ୟାପ ପକ୍ଷରୁ ସୁରକ୍ଷିତ ଖୁଚୁରା ଋଣ ପ୍ଲାଟଫର୍ମର ଶୁଭାରମ୍ଭ

Share It

ଭୁବନେଶ୍ୱର: କିର୍ଲୋସ୍କର ଗ୍ରୁପର କମ୍ପାନି ଅର୍କା ଫିନକର୍ପ ଲିମିଟେଡ ପକ୍ଷରୁ ଏହାର ସୁରକ୍ଷିତ ଖୁଚୁରା ଋଣ ପ୍ଲାଟଫର୍ମ ଆରମ୍ଭ କରାଯାଇଛି। ଏହା ଜରିଆରେ କମ୍ପାନି ଭାରତର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ସହରଗୁଡ଼ିକର କ୍ଷୁଦ୍ର ବ୍ୟବସାୟ ମାଲିକଙ୍କ ପାଖରେ ଋଣ ପହଂଚାଇବାକୁ ଲକ୍ଷ୍ୟ ରଖିଛି। ସୁରକ୍ଷିତ ବ୍ୟବସାୟ ଋଣ ଓ ପୁନଃବ୍ୟବହାର ଯୋଗ୍ୟ ଗାଡ଼ି ଋଣ ଜରିଆରେ କମ୍ପାନି ଉଦ୍ୟୋଗୀ ଓ ସ୍ୱାବଲମ୍ବୀ ଲୋକଙ୍କ ଫାଇନାନ୍ସ ଆବଶ୍ୟକତା ପୂରଣ କରୁଛି, ଯେଉଁମାନେ ପାରମ୍ପରିକ ଆର୍ôଥକ ଅନୁଷ୍ଠାନଠାରୁ ବଂଚିତ ରହିଥାନ୍ତି।
ଏଥିପାଇଁ ଆର୍କା ପକ୍ଷରୁ ନୂଆ ବ୍ରାଣ୍ଡ ପରିଚୟ ‘ଆପକା ଆପନା’ର ଶୁଭାରମ୍ଭ କରାଯାଇଛି ଯାହା ଗ୍ରାହକଙ୍କ ସହିତ ବିଶ୍ୱାସ ଆଧାରିତ ଦୀର୍ଘକାଳୀନ ସମ୍ପର୍କ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆର୍କା ଫିନକ୍ୟାପ ସ୍ୱଚ୍ଛ, ପ୍ରତିକ୍ରିୟାଶୀଳ ଓ ବିଷୟ ସଚେତନ ଋଣ ଅଭ୍ୟାସ ଜାରି ରଖିବା ଉପରେ ଗୁରୁତ୍ୱ ଦେବ।
ଆର୍କା ଫିନକ୍ୟାପ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସମ୍ରାଟ ଗୁପ୍ତା କହିଛନ୍ତି ଯେ, “ଆମେ କେବଳ ବ୍ୟବସାୟ ଋଣ ଦେଉନାହୁଁ। ‘ଆପକା ଆପନା’ ଜରିଆରେ ଆମେ ବିଶ୍ୱାସ, ପ୍ରଯୁକ୍ତି ଓ କରୁଣା ଉପରେ ଆଧାରିତ ଋଣ ସଂସ୍କୃତି ଉପରେ ଗୁରୁତ୍ୱ ଜାରି ରଖିବାକୁ ଲକ୍ଷ୍ୟ ରଖିଛୁ।”
ନୂଆ ଋଣରେ କମ୍ପାନି ପକ୍ଷରୁ ଯୋଗ୍ୟ ଗ୍ରାହକମାନଙ୍କୁ ୨୪ ଘଂଟା ଭିତରେ ଋଣ ମଞ୍ଜୁର କରିବା, ପ୍ରାକ ଦେୟ ପ୍ରଦାନ ବିକଳ୍ପ ଜରିଆରେ ସୁଧ ସଂଚୟ କରିବା ଏବଂ ଉତ୍ସର୍ଗୀକୃତ ରିଲେସନସିପ ମ୍ୟାନେଜରଙ୍କ ଜରିଆରେ ବ୍ୟକ୍ତିଗତ ସହାୟତା ପ୍ରଦାନ କରାଯାଉଛି। ଆର୍କା ପକ୍ଷରୁ ବିଭିନ୍ନ ଅଂଚଳର ଭୌଗୋଳିକ ଓ ଅର୍ଥନୈତିକ ଗୁରୁତ୍ୱ ବିଚାରକୁ ନେଇ ଉତ୍ପାଦ ବିକାଶ କରାଯାଉଛି। ଠିକ ସମୟରେ ଋଣ ପରିଶୋଧ କରୁଥିବା ଲୋକଙ୍କୁ ପ୍ରଦର୍ଶନ ଆଧାରିତ ରିୱାର୍ଡ ଦେଇ ଗ୍ରାହକଙ୍କ ଭିତରେ ସୁସ୍ଥକର ଋଣ ଆଚରଣକୁ ଏହା ଉତ୍ସାହିତ କରୁଛି।
ଆର୍କା ଫିନକର୍ପ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆନନ୍ଦ ବାଗ କହିଛନ୍ତି ଯେ, “୨୦୩୦ ସୁଦ୍ଧା ୩ ଗୁଣା ଏୟୁଏମ, ୩% ଆରଓଏ ଓ ୩%ରୁ କମ ଜିଏନପିଏକୁ ନେଇ ଆମର ୩-୩-୩ ରଣନୀତି କେବଳ ଏକ ଅଭିବୃଦ୍ଧି ଯୋଜନା ନୁହେଁ, ଏହା ହେଉଛି ସ୍ଥାୟୀ ଓ ଅନ୍ତର୍ଭୁକ୍ତୀକରଣ ପ୍ରଭାବର ନକ୍ସା। ଦୃଢ଼ ପ୍ରଶାସନ, ଡାଟା ପ୍ରେରିତ ଋଣ ନିଷ୍ପତି ଏବଂ ଗ୍ରାହକ ପ୍ରଥମ ଆଭିମୁଖ୍ୟକୁ ନେଇ ଆମେ ପରବର୍ତୀ ପିଢ଼ିର ଖୁଚୁରା ଋଣ ପ୍ଲାଟଫର୍ମ ଗଠନ କରୁଛୁ।”
ଆର୍କାର ଚିଫ ବିଜନେସ ଅଫିସର ପରମିନ୍ଦର ମୁଲତାନୀ କହିଛନ୍ତି ଯେ, “କମ୍ପାନିର ଲକ୍ଷ୍ୟ ହେଉଛି ଆର୍ôଥକ ଉତ୍ପାଦ ପ୍ରଦାନ କରି ବ୍ୟବସାୟ ଦୁନିଆର ବାସ୍ତବ ସମସ୍ୟାର ସମାଧାନ କରିବା। ଆମ ଆଭିମୁଖ୍ୟରେ ବେଗ, ବ୍ୟକ୍ତିଗତ ଏବଂ ପ୍ରାସଙ୍ଗିକତାର ସମିଶ୍ରଣ ରହିଛି ଯାହା ନିଜ ହିସାବରେ ସଫଳ ହେବା ପାଇଁ ଉଦ୍ୟୋଗୀଙ୍କୁ ସଶକ୍ତ କରିବ।”
୨୦୨୪-୨୫ ଆର୍ôଥକ ବର୍ଷ ଶେଷ ସୁଦ୍ଧା କମ୍ପାନି ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଓଡ଼ିଶାରେ ୧୦୦ରୁ ଅଧିକ ଶାଖା ଖୋଲିବାକୁ ଲକ୍ଷ୍ୟ ରଖିଛି। ୨୦୨୫-୨୬ ସୁଦ୍ଧା ସେହି ଉପସ୍ଥିତି ଦ୍ୱିଗୁଣିତ କରିବା ଆଶା କରାଯାଉଛି।


Share It

Comments are closed.