ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଘରୋଇ ସିଜନ ଖେଳିବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର


କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଘରୋଇ ସିଜନ ଖେଳିବେ । ୨୨ ବର୍ଷିୟ ଲେଫ୍ଟ ହ୍ୟାଣ୍ଡର ଅର୍ଜୁନ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନର ସଦସ୍ୟ । ସେ ୨୦୨୦-୨୧ରେ ସୟଦ ମୁସ୍ତକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ପାଇଁ ଦୁଇଟି ମ୍ୟାଚ ଖେଳିଥିଲେ । ସେ ଗୋଆ ପକ୍ଷରୁ ଖେଳିଲେ ଅଧିକ ସୁଯୋଗ ମିଳିବ ବୋଲି ସେ ମୁମ୍ବାଇ ଛାଡି ଗୋଆରୁ ଖେଳିବେ । ଗୋଆ ଟିମରେ ଲେଫ୍ଟ ହ୍ୟାଣ୍ଡରର ସ୍ଥାନ ଥିବାରୁ ତାଙ୍କର ଉପସ୍ଥିତିରେ ଗୋଆ ଟିମ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖାଯାଇଛି ।


Share It

Comments are closed.