କଣ ଆପଣ ମଧ୍ୟ କରନ୍ତି ନନଷ୍ଟିକ ବାସନର ବ୍ୟବହାର ? ତେବେ ଏହାକୁ ନିଶ୍ଚୟ ପଢ଼ନ୍ତୁ


ଆଜିକାଲି ପ୍ରତି ରୋଷେଇ ଘରେ ନନଷ୍ଟିକ ବାସନ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏପରିକି କ୍ୟାନ୍ସର ଭଳି ରୋଗ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହି କଥା କେତେ ପର୍ଯ୍ୟନ୍ତ ସତ ।

ନନଷ୍ଟିକ ବାସନର କୋଟିଙ୍ଗରେ ପୋଲିଟେଟ୍ରାଫ୍ଲୁରୋଏଥିଲିନ(ପିଟିଏଫଇ)ର ବ୍ୟବହାର କରାଯାଇଥାଏ । ଯେଉଁ କାରଣରୁ ଏହି ବାସନ ଗୁଡ଼ିକରେ କମ ତେଲ ଏବଂ ଘିଅ ବ୍ୟବହାର କରିବା ଦ୍ୱାରା ମଧ୍ୟ ଖାଦ୍ୟ ଏଥିରେ ଲାଗିଯାଇନଥାଏ । କିନ୍ତୁ କେତେକ ଅଧ୍ୟୟନରେ ଏହାକୁ କ୍ଷତିକାରୀ ବୋଲି ମଧ୍ୟ କୁହାଯାଇଛି । ପୋଲିଟେଟ୍ରାଫ୍ଲୁରୋଏଥିଲିନକୁ ସାଧାରଣତଃ ଟେଫ୍ଲାନ କୁହାଯାଇଥାଏ । ଏହାକୁ ପିଏଫଓଏର ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଏ, ଯାହାକି ବିଷାକ୍ତ ଅଟେ । ଏହା ଥାଇରଏଡ ଡିସଅର୍ଡର, କ୍ରୋନିକ କିଡନୀ ରୋଗ, ଲିଭର ରୋଗ ଏବଂ ଅନ୍ୟାନ୍ୟ କେତେକ ରୋଗର କାରଣ ମଧ୍ୟ ହୋଇଥାଏ । ଏହି କାରଣରୁ ଟେଫ୍ଲାନ ପ୍ରସ୍ତୁତିରେ ପିଏଫଓଏର ଅନ୍ୟ କେମିକାଲ ଜେନଏକ୍ସର ବ୍ୟବହାର ଆରମ୍ଭ ହେଲା । କିନ୍ତୁ ଅନ୍ୟ କେମିକାଲ ଗୁଡ଼ିକ ମଧ୍ୟ ବିଷାକ୍ତ ହୋଇପାରନ୍ତି । ଯାହା ଉପରେ ଗବେଷଣା ହେବା ଆବଶ୍ୟକ ।

ବିଶେଷଜ୍ଞଙ୍କ ଅନୁଯାୟୀ ସ୍କାର୍ଚ ହୋଇଯାଇଥିବା ନନଷ୍ଟିକ ବାସନର ବ୍ୟବହାର କରିବା ଉଚିତ ନୁହେଁ କାରଣ ସ୍କାର୍ଚ ଦ୍ୱାରା ଆଭ୍ୟନ୍ତର ପରସ୍ତରେ ଉପସ୍ଥିତ ଟେଫ୍ଲାନ ଖାଦ୍ୟ ଜରିଆରେ ଆମ ଶରୀର ପର୍ଯ୍ୟନ୍ତ ପହଞ୍ଚିଯାଏ , ଯାହାକି ସ୍ଲୋ ପଏଜନ ଭଳି କାମ କରିଥାଏ । ଏହା ବ୍ୟତୀତ ନନଷ୍ଟିକ ବାସନରେ ରେଷେଇ କରିବା ସମୟରେ ଆଉ କେତେକ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ । ଯେମିତିକି କମ ତାପମାତ୍ରାରେ ରୋଷେଇ କରନ୍ତୁ । ଏହାକୁ ପୂର୍ବରୁ ଗରମ କରନ୍ତୁ ନାହିଁ, ଏଥିରେ ଫ୍ରାଏ କରନ୍ତୁ ନାହିଁ ଏବଂ ଏହିସବୁ ବାସନକୁ ରଗଡ଼ନ୍ତୁ ନାହିଁ ।


Share It

Comments are closed.