ଆପଣଙ୍କ ମୁଣ୍ଡ କୁଣ୍ଡାଇ ହେଉଛି କି, ତେବେ ସତର୍କ ରୁହନ୍ତୁ ହୋଇପାରନ୍ତି ଏହି ଗମ୍ଭୀର ରୋଗରେ ଆକ୍ରାନ୍ତ


ବଦଳୁଥିବା ଋତୁ ସହ ରୋଗର ଆଶଙ୍କା ମଧ୍ୟ ବଢ଼ି ଯାଇଥାଏ । ଏମିତିରେ ତ୍ୱଚା ଏବଂ କେଶକୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେଗୁଡ଼ିକ ମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ରୂପି, ଯେଉଁଥି ପାଇଁ ଆମ ମୁଣ୍ଡରେ କୁଣ୍ଡାଇ ହୋଇଥାଏ । ଏହା ଆପଣଙ୍କ କେଶରେ ମାଇାକ୍ରୋବିୟଲ ଇନଫେକ୍ସନର କାରଣ ହୋଇପାରେ । ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଘରୋଇ ଉପଚାର ବ୍ୟବହାର କରି ଏହି ସବୁ ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ ।

ଏଥିପାଇଁ ଗୋଟିଏ ଚାମଚ ଜଡ଼ା ତେଲ, ଗୋଟେ ଚାମଚ ନଡ଼ିଆ ତେଲ ଏବଂ ଗୋଟିଏ ଚାମଚ ସୋରିଷ ତେଲ ମିଶାଇ କେଶରେ ମାଲିସ କରି ଲଗାନ୍ତୁ । ଏହି ତେଲକୁ ସାରା ରାତି କେଶରେ ଲଗାଇ ଛାଡ଼ି ଦିଅନ୍ତୁ ଏବଂ ସକାଳୁ ଉଠି ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଏପରି କରିବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଯାଏ । କୁଣ୍ଡାଇ ହେଉଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମେଥି ଦାନା ଏବଂ ସୋରିଷର ପେଷ୍ଟ ପ୍ରସ୍ତୁତ କରି ୨୦ ମିନିଟ ପାଇଁ କେଶରେ ଲଗାନ୍ତୁ ଏବଂ ଏହା ପରେ ସାଧାରଣ ପାଣିରେ ଧୋଇ ନିଅନ୍ତୁ ।

ସେହିଭଳି ଦୁଇ ଚାମଚ ବେକିଙ୍ଗ ସୋଡ଼ାରେ ଅଳ୍ପ କିଛି ପାଣି ମିଶାଇ ମିଶ୍ରଣ ପ୍ରସ୍ତୁତ କରି ନିଅନ୍ତୁ । ଏହି ପେଷ୍ଟକୁ ହାଲକା ହାତରେ କେଶରେ ୧୫ ରୁ ୨୦ ମିନିଟ ପାଇଁ ଲଗାନ୍ତୁ । ଏହା ପରେ କେଶକୁ ଧୋଇ ନିଅନ୍ତୁ । ମୁଣ୍ଡରେ କୁଣ୍ଡିଆରୁ ମୁକ୍ତି ପାଇବା ପାଇଁ ଗୋଟିଏ ଛୋଟ ଚାମଚ ଲେମ୍ବୁ ରସକୁ ଗୋଟିଏ କପ ପାଣିରେ ମିଶାଇ କେଶରେ ୧୦ରୁ ୧୫ ମିନିଟ ଲଗାଇ ରଖନ୍ତୁ । ଏହା ପରେ ଥଣ୍ଡା ପାଣିରେ କେଶକୁ ଧୋଇ ନିଅନ୍ତୁ । ଏପରି ସପ୍ତାହକୁ ଦୁଇଥର କରିବା ଦ୍ୱାରା ଅଳ୍ପ ଦିନ ମଧ୍ୟରେ କୁଣ୍ଡାଇ ହେଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ ।


Share It

Comments are closed.