ଅନଲାଇନ ଠକେଇରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ


ଡ଼ିଜିଟାଲ ପେମେଣ୍ଟ ବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଟଙ୍କା ନେଣଦେଣ, ସମସ୍ତ ବିଲ୍ ପୈଠ, ମୋବାଇଲ/ଡ଼ିଟିଏଚ୍ ରିଚାର୍ଜ ଇତ୍ୟାଦି ପାଇଁ ନଗଦ ଟଙ୍କା ଉପରେ ନିର୍ଭର କରିବା ଇତ୍ୟାଦି କମି କମି ଯାଉଛି । ଏହା ଯେତିକି ମାତ୍ରାରେ ମଣିଷ ଜୀବନକୁ ସହଜ କରିଦେଇଛି ସେତିକି ମାତ୍ରାରେ ପ୍ରତାରକମାନେ ମଧ୍ୟ ଖୁଚୁରା ବ୍ୟବସାୟୀ ମାନଙ୍କୁ ଠକିବା ପାଇଁ ନୂତନ ଉପାୟମାନ ବାହାର କରିବାରେ ଲାଗିଛନ୍ତି । ପ୍ରତାରକମାନେ ମୁଖ୍ୟତଃ ଅଫଲାଇନ୍ ତେଜରାତି ଦୋକାନ ଗୁଡ଼ିକୁ ନିଜର ଟାର୍ଗେଟ କରିଆସିଛନ୍ତି କାରଣ ଏହିସବୁ ବ୍ୟବସାୟୀ ମାନଙ୍କ ପାଖରେ ଅନ୍ୟ କୌଣସି ପେମେଣ୍ଟ ଆପ୍ଲିକେସନର ନିୟମିତ ଉପଭୋକ୍ତାଙ୍କ ୍‌ତୁଳନାରେ ଅଧିକ ଟଙ୍କା ରହିଥାଏ । ଏହି ପରିପ୍ରେକ୍ଷୀରେ ଫୋନପେ ପକ୍ଷରୁ ଏହାର ବିପଦ ଆଶଙ୍କା ଏବଂ ପ୍ରତାରଣା ବିଭାଗର ମୁଖ୍ୟ, ଅନୁଜ ଭଁଶାଳୀ ଏହିସବୁ ପ୍ରତାରଣାରୁ ରକ୍ଷା ପାଇବା ପାଇଁ କେତେକ ସଚେତନତା ବିଷୟରେ ଅବଗତ କରାଇଛନ୍ତି ।
ଉକ୍ତସବୁ ସଚେତନତା ମଧ୍ୟରେ ପ୍ରଥମତଃ କୌଣସି ବ୍ୟକ୍ତିଙ୍କୁ ଟଙ୍କା ପଠାଇବା ପୂର୍ବରୁ ପ୍ରାପ୍ତକର ସମ୍ପୁର୍ଣ୍ଣ ବିବରଣୀ ଏବଂ ସଂଗ୍ରହ ଅନୁରୋଧ ଗ୍ରହଣ କରିବା ପୂର୍ବରୁ ପ୍ରେରକର ସମ୍ପୁର୍ଣ୍ଣ ବିବରଣୀ ଯାଞ୍ଚ କରିବା ଆବଶ୍ୟକ । ଆଗରୁ କେବେବି କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ବ୍ୟବସାୟ କରିନଥିବା ଏବଂ ତାଙ୍କଠାରୁ ଆସିଥିବା କୌଣସିବି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରନ୍ତୁ । ଯଦି ଆପଣ ସଂଗ୍ରହ ଅନୁରୋଧ ଗ୍ରହଣ କରିସାରିଛନ୍ତି ଏବଂ ଆପଣଙ୍କର ମଧ୍ୟ ଟଙ୍କା କଟିଯାଇଛି, ତେବେ ତତକ୍ଷଣାତ୍ ସାଇବର ସେଲ୍‌/ବ୍ୟାଙ୍କରେ ରିପୋର୍ଟ କରନ୍ତୁ । ପେମେଣ୍ଟ ପ୍ଲାଟଫର୍ମରେ ପ୍ରାପ୍ତକର୍ତ୍ତାଙ୍କ ଆକାଉଣ୍ଟ ବ୍ଲକ୍ କରିଦିଅନ୍ତୁ, ଯାହାଦ୍ୱାରା ସେହି ବ୍ୟକ୍ତି ଭବିଷ୍ୟତରେ ଟଙ୍କା ଅନୁରୋଧ କରିପାରିବେ ନାହିଁ କିମ୍ବା ପଠାଇ ପାରିବେ ନାହିଁ । ଆପ୍‌ରେ ଲଗଇନ୍‌କରି “ପ୍ରତାରଣାମୂଳକ ବିନିମୟ’ ଉପରେ କ୍ଲିକକରି ପ୍ରତାରଣାମୂଳକ କାର୍ଯ୍ୟକଳାପର ରିପୋର୍ଟ କରନ୍ତୁ ଏବଂ ଫୋନପେ ସହାୟତାର ସହ ଯୋଗାଯୋଗରେ ଅଭିଯୋଗ କରିବା ଆବଶ୍ୟକ ।
ଉପରୋକ୍ତ ସଚେତନତା ସହିତ ବ୍ୟବସାୟୀମାନେ ଅନ୍ୟ କେତେକ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଯେପରିକି ଯେକୌଣସି ଅଜଣା ବ୍ୟକ୍ତିଙ୍କ ସହ ପିନ୍ ଏବଂ ଓଟିପି କଦାପି ସେୟାର କରନ୍ତୁ ନାହିଁ । ଟ୍ୱିଟର ଏବଂ ଫେସବୁକ୍‌ପରି ସୋସିଆଲ ମିଡ଼ିଆରେ ପରିଚୟମୂଳକ ତଥ୍ୟ ସେୟାର କରନ୍ତୁ ନାହିଁ । ଏଥି ସହିତ ଅଜଣା କଲରଙ୍କଠାରୁ ମାଗଣା କିମ୍ବା ଆକର୍ଷଣୀୟ କ୍ୟାଶବ୍ୟାକ୍ ଅଫର ମୋହରେ ପଡ଼ନ୍ତୁ ନାହିଁ । ଅଜଣା ବ୍ୟକ୍ତିଙ୍କ ଦ୍ୱାରା ପଠାହୋଇଥିବା ଯେକୌଣସି ଫର୍ମରେ ସମ୍ବେଦନଶୀଳ ତଥ୍ୟ ଯେପରିକି ବ୍ୟାଙ୍କ ବିବରଣୀ, ପିନ୍ ଇତ୍ୟାଦି କେବେବି ପୂରଣ କରନ୍ତୁ ନାହିଁ ।


Share It

Comments are closed.