ତୁଣ୍ଡ ଘା ଦାଉରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ସହଜ ଉପାୟ


ପେଟରେ ଅନିୟମିତତା ତଥା ପାଚନ ଠିକ୍ ନହେବା କାରଣରୁ ତୁଣ୍ଡ ଘା ହେବା ଏକ ସାଧାରଣ ସମସ୍ୟା । ଏହା ବ୍ୟତୀତ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ତୁଣ୍ଡ ଘା ହୋଇପାରେ । ଯେଉଁଥି ପାଇଁ ପାଟି ଜଳାପୋଡ଼ା ହେବା ସହିତ ଖାଦ୍ୟ ଖାଇବାରେ ମଧ୍ୟ ଅସୁବିଧା ହୋଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ପାଞ୍ଚଟି ଉପାୟ ଆପଣାଇ ଗୋଟିଏ ରାତିରେ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।

  1. ଏଥି ପାଇଁ ଯଷ୍ଟିମଧୁ ବହୁତ ଉପକାରି । ଏକ ଚାମଚ୍ ଯଷ୍ଟିମଧୁ ପାଉଡ଼ରକୁ ୨ କପ୍ ପାଣିରେ ପକାଇ ୩-୪ ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ ଏବଂ ଏଥିରେ ଦିନକୁ ତିନି ଚାରି ଥର କୁଳି କରନ୍ତୁ, ଦେଖିବେ ଗୋଟିଏ ଦିନରେ ତୁଣ୍ଡ ଘା’ରୁ ଉପଶମ ମିଳିପାରିବ ।
  2. ଗୋଟିଏ ଚାମଚ୍ ଧନିଆ ମଞ୍ଜିକୁ ଗୋଟେ କପ୍ ପାଣିରେ ଫୁଟାଇ ଏହାକୁ ଥଣ୍ଡାକରି ଦିନକୁ ୨-୩ ଥର କୁଳି କଲେ ତୁଣ୍ଡ ଘା’ରୁ ରକ୍ଷା ମିଳିପାରିବ ।
  3. ଅଁଳାକୁ ଶିଝାଇ ଏହାର ଏକ ପେଷ୍ଟକରି ତୁଣ୍ଡ ଘା ଜାଗାରେ ଲଗାଇଲେ ଏଥିରୁ ଅଳ୍ପ ସମୟରେ ରକ୍ଷା ମିଳିଥାଏ ।
  4. ମହୁରେ କଦଳୀ ମିଶାଇ ତୁଣ୍ଡ ଘା’ରେ ଲଗାଇଲେ ଏଥିରୁ ଉପଶମ ମିଳିଥାଏ ।
  5. ଲୁଣ ଏବଂ ବେକିଂ ସୋଡ଼ାରେ ଅଳ୍ପ ପାଣି ମିଶାଇ ତୁଣ୍ଡ ଘା’ ହୋଇଥିବା ଜାଗାରେ ଲଗାଇ ୧୦ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ । ଏହା ପରେ ପାଣିରେ କୁଳି କଲେ ଅଳ୍ପ ସମୟରେ ତୁଣ୍ଡ ଘା ଉପଶମ ହୋଇଥାଏ । ଉପରୋକ୍ତ ଉପାୟ ପରେ ମଧ୍ୟ ଯଦି ଦୁଇ ସପ୍ତାହ ତୁଣ୍ଡ ଘା’ ରୁ ଉପଶମ ନମିଳେ ତେବେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ କାରଣ ଏହା ଓରାଲ କ୍ୟାନ୍ସରର ଲକ୍ଷ୍ୟଣ ମଧ୍ୟ ହୋଇପାରେ ।

Share It

Comments are closed.