ସିଏମେନ୍ସ ସ୍କଲାରସିପ କାର୍ଯ୍ୟକ୍ରମ ୨୦୧୮ ପାଇଁ ଦରଖାସ୍ତ ଆହ୍ୱାନ


ଇଲେକ୍ଟ୍ରିଫିକେସନ, ଅଟୋମେସନ ଏବଂ ଡିଜିଟାଲାଇଜେସନ ଉପରେ ଲକ୍ଷ୍ୟ ରଖୁଥିବା କମ୍ପାନୀ ସିଏମେନ୍ସ ଲିମିଟେଡ ପକ୍ଷରୁ ସିଏମେନ୍ସ ସ୍କଲାରସିପ କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ଜର୍ମାନ ମଡେଲର ଡୁଆଲ ଏଜୁକେସନ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଯୁବକମାନଙ୍କୁ ଉଦ୍ୟୋଗ-ପ୍ରସ୍ତୁତି କରିଥାଏ । ଏହି ଅଭିଯାନ ଅନ୍ତର୍ଗତ, ସିଏମେନ୍ସ ୍ସ ଆର୍ଥିକ ସହଯୋଗ ତଥା ଟ୍ୟୁସନ ଫି, ବହି ପାଇଁ ଭତ୍ତା, ଷ୍ଟେସନାରି ଏବଂ ଖର୍ଚ୍ଚ ପାଉନଥିବା ମ୍ୟାଟ୍ରିକ୍ୟୁଲସ ବିଦ୍ୟାର୍ଥୀମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିଥାଏ । ଆହୁରି ମଧ୍ୟ, ସେଇମେନ୍ସ ବିଦ୍ୟାର୍ଥୀମାନଙ୍କୁ ସେଇମେନ୍ସରେ ବିକଶିତ ଯୋଜନା ତଥା ଇଣ୍ଟର୍ଣ୍ଣସିପ ଏବଂ ପ୍ରଶିକ୍ଷଣ ପ୍ରଦାନ କରାଯାଏ । ଏôତ ପାଇଁ ଦରଖାସ୍ତ ଗ୍ରହଣ କରିବାର ଶେଷ ତାରିଖ ଅଗଷ୍ଟ ୩୧, ୨୦୧୮ ରହିଥିବାବେଳେ ଦରଖାସ୍ତ ଲିଙ୍କ – www.siemens.co.in/scholarship

ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କ ଶିକ୍ଷା ପାଇଁ ସ୍କଲାରସିପ ଲକ୍ଷ୍ୟ ପ୍ରଦାନ କରିବା ସହିତ ଇଞ୍ଜିନିୟରିଂ , ଆର ଆଣ୍ଡ ଡି କିମ୍ବା ନିର୍ମାଣ କ୍ଷେତ୍ରରେ ସ୍ଥାୟୀ କ୍ୟାରିୟର ସ୍ଥାପନ କରିଛନ୍ତି । ଏହି ବିଦ୍ୟାର୍ଥୀମାନେ ତାଙ୍କର ୪ ବର୍ଷର ଗ୍ରାଜୁଏସନରେ ଏହି ସ୍କଲାରସିପ କାର୍ଯ୍ୟକ୍ରମ ସାହାଯ୍ୟ କରିବ । ଏହି ସ୍କଲାରସିପ ୫୦ ପ୍ରତିଶତ ବାଳିକାଙ୍କ ପାଇଁ ଆରକ୍ଷଣ ରହିଛି ।
ଏକ ଦାୟିତ୍ୱବାନ କର୍ପୋରେଟ ନାଗରିକ ହିସାବରେ, ସିଏମେନ୍ସ ଇଣ୍ଡିଆ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଟେକ୍ନିକାଲ ଶିକ୍ଷାର ବିକାଶ ଏବଂ ସହଯୋଗ ପ୍ରଦାନ କରୁଛି । ୨୦୧୮ରେ, ସିଏମେନ୍ସ ଇଣ୍ଡିଆର ସ୍କଲାରସିପ କାର୍ଯ୍ୟକ୍ରମ ଭାରତର ୨୨ ରାଜ୍ୟର ୪୯ ସରକାରୀ ଇଞ୍ଜିନିୟରିଂ କଲେଜର ପାଖାପାଖି ୪୩୫ ବିଦ୍ୟାର୍ଥୀ ସହଯୋଗ ପ୍ରଦାନ କରିପାରିଛି । ଏହି କାର୍ଯ୍ୟକ୍ରମ ଭାରତର ବହୁ ଖରାପ ଆର୍ଥିକ ପରିସ୍ଥିତିର ମେଟ୍ରିକ୍ୟୁଲସ ବିଦ୍ୟାର୍ଥୀମାନଙ୍କୁ ସୁବିଧା ପ୍ରଦାନ କରିଥାଏ ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସିଏମେନ୍ସ ସ୍କଲାରସିପ ପାଇଥିବା ଗ୍ରାଜୁଏଟ ସେମାନଙ୍କ ସମ୍ପ୍ରଦାୟରେ ଏକ ପ୍ରେରଣା ହେବା ସହିତ ଇଞ୍ଜିନିୟରିଂକୁ କ୍ୟାରିୟର ରୂପେ ନେବା ପାଇଁ ପ୍ରେରଣା ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ସହିତ ଉଦ୍ୟୋଗରେ ଦରକାର ହେଉଥିବା ଦକ୍ଷତା ଏବଂ ଆବଶ୍ୟକତା ସମ୍ପର୍କରେ ବୁଝାଇଥାଏ । ଏହି ବିକାଶ ଅଭିଯାନ ଅନ୍ତର୍ଗତ, ସିଏମେନ୍ସ ଟ୍ୟୁସନ ଫି ଏବଂ ଶିକ୍ଷା ଭତ୍ତା ପରି ଆର୍ଥିକ ସହାୟତା ସହିତ ଫଙ୍କସନାଲ ଏବଂ ଟେକ୍ନିକାଲ ପ୍ରଶିକ୍ଷଣ ପ୍ରଦାନ କରିଥାଏ । ସ୍କଲାରମାନେ ସେମାନଙ୍କ ୪ ବର୍ଷର ଗ୍ରାଜୁଏସନ ସମୟରେ ବ୍ୟାପକ ବିକାଶ ଯୋଜନା ପାଇଥାନ୍ତି । ଏହି ସ୍କଲାରସିପ କାର୍ଯ୍ୟକ୍ରମ କଠୋର ଚୟନ ପ୍ରକିୟା ଅନୁସରଣ କରିଥାଏ ।


Share It

Comments are closed.