ଅପର୍ଣ୍ଣା ୟୁନିସ୍ପେସ ପକ୍ଷରୁ ହାଇଦ୍ରାବାଦରେ ୟୁନିସ୍ପେସ ମେଗା ଷ୍ଟୋରର ଶୁଭାରମ୍ଭ

Share It

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ କୋଠା ଉପରକଣ ନିର୍ମାତା ଅପର୍ଣ୍ଣା ଏଂଟରପ୍ରାଇଜେସ୍ ଲିମିଟେଡ୍ (ଏଇଏଲ) ହାଇଦ୍ରାବାଦର ମିୟାପୁରରେ ୟୁନିସ୍ପେସ୍ ମେଗା ଷ୍ଟୋର ଉନ୍ମୋଚନ କରିଛି। ଏହା ଏସିଆର ବୃହତମ ଅନୁଭବଧର୍ମୀ ହୋମ୍ ଡିଜାଇନ୍ ଏବଂ ବିଲ୍ଡିଂ ସମାଧାନ। ଦୁଇ ମହଲା ବିଶିଷ୍ଟ ୧୦୫,୦୦୦ ବର୍ଗ ଫୁଟ୍ ପରିସରରେ ବ୍ୟାପ୍ତ ଏହି ପ୍ରମୁଖ ଷ୍ଟୋର୍ ଗୋଟିଏ ଛାତ ତଳେ ବ୍ୟାପକ ବର୍ଗ ଉପରେ ଅନନ୍ୟ ରିଟେଲ ଅନୁଭୂତି ପ୍ରଦାନ କରିବ। ହାଇଦ୍ରାବାଦର ଜୁବିଲୀ ହିଲ୍ସ, ବେଙ୍ଗଲୁରୁ, ବିଜୟୱାଡ଼ାରେ ଥିବା ୟୁନିସ୍ପେସ୍ ସୋ’ରୁମ ବର୍ଦ୍ଧିତ ନେଟୱର୍କରେ ଏହି ଷ୍ଟୋର ସାମିଲ ହେବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଦର୍ଶାଉଛି।
ନୂତନ ୟୁନିସ୍ପେସ୍ ଷ୍ଟୋରରେ୨୦ରୁ ଅଧିକ ପ୍ରକାରର ଉତ୍ପାଦ ଏବଂ ସମାଧାନ ରହିଛି ଯାହା ବି୨ବି ଓ ବି୨ସି ଉଭୟ ଗ୍ରାହକଙ୍କ ପାଇଁ ଏକକ ଗନ୍ତବ୍ୟ ସ୍ଥଳରେ ପରିଣତ ହୋଇଛି। ଭାରତୀୟମାନେ କିପରି ନିଜ ଘରମାନ ଡିଜାଇନ୍‌, ନିର୍ମାଣ ଏବଂ ନବୀକରଣ କରନ୍ତି ସେଥିରେ ଏହା ବୈପ୍ଳବିକ ପରିବର୍ତନ ଆଣିବାର ପ୍ରତିନିଧିତ୍ୱ କରିବ। ଷ୍ଟୋରରେ ଟାଇଲ୍ସ୍ ଏବଂ ଫ୍ଲୋରିଂ, ସାନିଟାରିୱେର, ବାଥ୍ ଫିଟିଂସ୍‌, ମଡ୍ୟୁଲାର୍ କିଚେନ୍‌, ୱାର୍ଡ୍ରୋବ୍‌, ୟୁପିଭିସି ଏବଂ ଆଲୁମିନିୟମ୍ ଝରକା ଓ କବାଟ, ଇଲେକ୍ଟ୍ରିକାଲ୍ ଏବଂ ଲାଇଟିଂ, ଆପ୍ଲାଏନସେସ, ନିର୍ମାଣ ଉପକରଣ, ଟୁଲ୍ସ୍ ଏବଂ ମେସିନେରୀ, ବାହ୍ୟ ଆସବାବପତ୍ର, ଲ୍ୟାଣ୍ଡସ୍କେପିଂ ସମାଧାନ, ଆଦି ପାଇଁ ବିଭିନ୍ନ ସ୍ୱତନ୍ତ୍ର ବର୍ଗ ରହିଛି।
ଅପର୍ଣ୍ଣା ଏଂଟରରପ୍ରାଇଜେସ୍ ଲିମିଟେଡର ପରିଚାଳନା ନିର୍ଦେଶକ ଶ୍ରୀ ଅଶ୍ୱିନ୍ ରେଡ୍ଡୀ କହିଛନ୍ତି ଯେ, “ଉଦ୍ଭାବନ, ଏବଂ ଆରଆଣ୍ଡଡିରେ ବ୍ୟାପକ ବିନିଯୋଗ ଦ୍ୱାରା ଏଇଏଲ ଏକ ୨୦୦୦ କୋଟି ଟଙ୍କାର ସଂସ୍ଥାରେ ପରିଣତ ହୋଇଛି। ମିୟାପୁର ଷ୍ଟାର ଏହି ଯାତ୍ରାର ଏକ ପ୍ରତୀକ ଯେଉଁଠାରେ ଆନ୍ତର୍ଜାତୀୟ ଡିଜାଇନ୍ ଭାରତୀୟ ସୌନ୍ଦର୍ଯ୍ୟ ସହିତ ମିଳିତ ହୋଇଛି। ଆମର ଲକ୍ଷ୍ୟ କେବଳ ଉତ୍ପାଦ ବିକ୍ରୟ କରିବା ତାହା ନୁହଁ ବରଂ ଉତ୍ତମ ସମାଧାନ ପୂର୍ବକ ଶେଷ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଆତ୍ମବିଶ୍ୱାସର ସହିତ ଡିଜାଇନ୍ ଏବଂ ନିର୍ମାଣ କରିବାକୁ ସକ୍ଷମ କରିବା । ଏହା ଗୁଣବତା, ସ୍ଥିରତା ଏବଂ ଉଦ୍ଭାବନରେ ବିଶ୍ୱବ୍ୟାପୀ ଭାବରେ ନେତୃତ୍ୱ ନେବା ପାଇଁ ଭାରତର ଆକାଂକ୍ଷା ସହିତ ଆମର ସମନ୍ୱୟକୁ ପ୍ରତିଫଳିତ କରୁଛି।”
ଅପର୍ଣ୍ଣା ଏଂଟରପ୍ରାଇଜେସ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଶ୍ରୀମତୀ ଅପର୍ଣ୍ଣା ରେଡ୍ଡୀ କହିଛନ୍ତି ଯେ, “ଆମର ଚତୁର୍ଥ ୟୁନିସ୍ପେସ୍ ଷ୍ଟୋର୍ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଆନନ୍ଦିତ ଯାହା ଭାରତର ବୃହତମ ଏବଂ ଏସିଆର ବୃହତମ ଅନୁଭବଧର୍ମୀ ହୋମ୍ ଡିଜାଇନ୍ ଏବଂ ବିଲ୍ଡିଂ ସମାଧାନ ଗନ୍ତବ୍ୟସ୍ଥଳ ମଧ୍ୟରୁ ଅନ୍ୟତମ। ଯେହେତୁ ଗ୍ରାହକ ପସନ୍ଦ ଏବଂ କ୍ରୟ ଅଭ୍ୟାସ ବିକଶିତ ହେଉଛି ଆମେ ଏକ ଏପରି ସ୍ଥାନ ସୃଷ୍ଟି କରିବାକୁ ଚାହୁଁଥିଲୁ ଯାହା ଗୋଟିଏ ଛାତ ତଳେ ସବୁ କିଛି ପ୍ରଦାନ କରିବ। ଏପରି ସ୍ଥାନ ଯେଉଁଠାରେ ଗ୍ରାହକମାନେ ବିଶେଷଜ୍ଞ ମାର୍ଗଦର୍ଶନ, ଏବଂ ବିଶ୍ୱସ୍ତରୀୟ ସମାଧାନ ପାଇପାରିବେ। ଯାହା ଦର୍ଶନକୁ ବାସ୍ତବରେ ପରିଣତ କରିବ। ପ୍ରିମିୟମ୍ ଭାରତୀୟ ଉତ୍ପାଦଠାରୁ ଆମର ସ୍ୱତନ୍ତ୍ର ସହଯୋଗିତା ବିଶ୍ୱସ୍ତରରେ ଲୋକପ୍ରିୟ ଉତ୍ପାଦ ପର୍ଯ୍ୟନ୍ତ ଆମେ ଏକ ପୋର୍ଟଫୋଲିଓ ପ୍ରସ୍ତୁତ କରିଛୁ ଯାହାକି ଆକାଂକ୍ଷା ଏବଂ ବିଶ୍ୱାସ ଉଭୟକୁ ପ୍ରତିଫଳିତ କରୁଛି। ଏହି ଷ୍ଟୋର୍ ସହିତ ଲୋକମାନଙ୍କ ଘର ପାଇଁ ସମାଧାନ ଅନୁଭବ ଏବଂ ଚୟନ ଉପାୟକୁ ବଦଳାଇବାକୁ ଆମେ ଲକ୍ଷ୍ୟ ରଖିଛୁ।”


Share It

Comments are closed.