ବିରାଟଙ୍କୁ ଉଠାଇଦେଲେ ଅନୁଷ୍କା, ପ୍ରଶଂସକ କହିଲେ ‘ଶକ୍ତିମାନ ଅଲ୍ଟ୍ରା ପ୍ରୋ ମ୍ୟାକ୍ସ ‘ , ଭିଡିଓ ଭାଇରାଲ


ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବଲିଉଡର ସବୁଠାରୁ ସୁନ୍ଦର ଯୋଡି ଅଟନ୍ତି । ତାଙ୍କର କେମେଷ୍ଟ୍ରି ଏବଂ ବଂଡିଗକୁ ଲୋକେ ଖୁବ ପ୍ରଶଂସା ମଧ୍ୟ କରନ୍ତି । ବର୍ତ୍ତମାନ ଅନୁଷ୍କା, ଏକ ସୁନ୍ଦର ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଅନୁଷ୍କା, ବିରାଟଙ୍କୁ ଉଠାଉଥିବାର ନିଜର ଆସୁଛି । ଅନୁଷ୍କା, କେବଳ ଥରେ ନୁହେଁ ୨ ଥର ତାଙ୍କୁ ଉଠାଇଛନ୍ତି । ତାଙ୍କର ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକ ଅନୁଷ୍କାଙ୍କୁ ଶକ୍ତିମାନ କହୁଛନ୍ତି ।

 

View this post on Instagram

 

A post shared by AnushkaSharma1588 (@anushkasharma)

ଅନୁଷ୍କା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ସେ ପ୍ରଥମେ ବିରାଟଙ୍କୁ ପଛପଟୁ କଣ୍ଡାଇ ଧରିବା ସହ ତାଙ୍କୁ ଉଠାଇ ମଧ୍ୟ ଦେଉଥିବାର ଦେଖିବାକୁ ମିଳୁଛି । ଅନୁଷ୍କାଙ୍କ ଏଭଳି କରିବା ଯୋଗୁଁ ବିରାଟଙ୍କ ମୁହଁରୁ ବାହାରୁଛି, ‘ଓ ତେରି’ । ସେ କହୁଛନ୍ତି, ପୁଣି ଥରେ କର । ସେହି ସମୟରେ ଅନୁଷ୍କା, ବିରାଟଙ୍କୁ କହୁଛନ୍ତି ଯେ, ତୁମେ ମୋର ସାହାଯ୍ୟ କରିବ ନାହିଁ, ଏହାକୁ ନେଇ ବିରାଟ ଉତ୍ତରରେ କହୁଛନ୍ତି, କରିବି ନାହିଁ, ପ୍ରମିସ । ଅନୁଷ୍କା ବିରାଟଙ୍କୁ ପୁଣି ଥରେ ଉଠାଇ ନେଉଛନ୍ତି ।
ତାଙ୍କର ଏହି କୌତୁକ ଭିଡିଓକୁ ପ୍ରଶଂସକ ଖୁବ ପସନ୍ଦ କରୁଛନ୍ତି । କମେଣ୍ଟ ବକ୍ସରେ କହି ଅନୁଷ୍କାଙ୍କୁ ଶକ୍ତିମାନ କହୁଥିବାବେଳେ ଆଉ କେହି ତାଙ୍କୁ ଶକ୍ତିମାନ ଅଲ୍ଟ୍ରା ପ୍ରୋ ମ୍ୟାକ୍ସ ମଧ୍ୟ କହୁଛନ୍ତି ।


Share It

Comments are closed.