ଜସଲିନଙ୍କ ସହ ସଂପର୍କକୁ ନେଇ ବିସ୍ପୋରକ ବୟାନ ଦେଲେ ଅନୁପ


ବିଗ ବସ ଘରେ ରହିବା କୌଣସି ସହଜ କଥା ନୁହେଁ । ଏଥିରେ ରହିଥିବା ପ୍ରତିଯୋଗୀଙ୍କୁ ଟି.ଭି, ଫୋନ ଏବଂ ଇଣ୍ଟରନେଟରୁ ଦୂରେଇ ରଖାଯାଇଥାଏ । ଏତେ ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ ଥିବା ଏହି ପ୍ରତିଯୋଗୀ ବିଗ ବସ ଘରୁ ବାହାରିଲା ପରେ ସର୍ବପ୍ରଥମେ ସେମାନେ ନିଜେ ପରିବାର ସଦସ୍ୟ ଏବଂ ବାପା ମା’ଙ୍କୁ ଦେଖିବାକୁ ଚାହିଁଥାନ୍ତି । ଅନୁପ ଜଲୋଟା ମଧ୍ୟ କିଛି ଏଭଳି କରିଥିଲେ । ସେ ଯେତେବେଳେ ବିଗ ବସ ଘରୁ ବାହାର ହେଲେ ସେତେବଳେ ସେ ସର୍ବପ୍ରଥମେ ତାଙ୍କ ପ୍ରିୟ ବ୍ୟକ୍ତି ତଥା ନିଜ ମା’ଙ୍କୁ ଭେଟିବା ପାଇଁ ପହଞ୍ôଚଥିଲେ । ଅନୁପ ନିଜର ୮୫ ବର୍ଷିୟା ମା’ଙ୍କୁ ଭେଟିବାବେଳେ ତାଙ୍କ ମା’ ସର୍ବପ୍ରଥମେ ଏକ ପ୍ରଶ୍ନ ପଚାରିଥିଲେ ।
ସବୁ ମା’ଙ୍କ ଭଳି ତାଙ୍କ ମା’ ପଚାରିନଥିଲେ ଯେ, “ତୁ କେମିତି ଅଛୁ । ତୋର କିଛି ଅସୁବିଧା ହୋଇନି ତ । ସର୍ବପ୍ରଥମେ ସେ ଏହା ପଚାରିଥିଲେ ଯେ, ଏ ଜେସଲିନ କିଏ ? ଏହାର ପ୍ରତିଉତ୍ତରେ ଅନୁପ କହିଥିଲେ ଯେ, ମୋର ଏବଂ ଜସଲିନକୁ ନେଇ ପ୍ରସାରିତ ହେଉଥିବା ଖବର ଗୁଜବ ଅଟେ । ଜସଲିନ କେବଳ ତାଙ୍କ ଛାତ୍ରୀ ଅଟନ୍ତି । ଆମ ସମ୍ପର୍କ ବହୁତ ପବିତ୍ର ଓ ସଙ୍ଗୀତମୟ ଅଟେ ଏବଂ ମୋତେ ଲାଗୁଛି ଯେ, ଏହା ପ୍ରେମ ଠାରୁ ଆହୁରୀ ଉର୍ଦ୍ଧରେ ଅଛି । ”
ଏହା ସହ ଭଜନ ସମ୍ରାଟ ଆହୁରୀ ମଧ୍ୟ କହିଛନ୍ତି ଯେ, “ମୋର ଜସଲିନ ସହ କୌଣସି ଶାରୀରିକ ସମ୍ବନ୍ଧ ନାହିଁ ଏହା ହେଉଛି ଏକ ଆଧ୍ୟାତ୍ମିକତା ସଂପର୍କ । ଜସଲିନ ମୋର ଜଣେ ଛାତ୍ରୀ ଅଟନ୍ତି ଏବଂ ତାଙ୍କ ବାପା ମୋର ଜଣେ ଘନିଷ୍ଠ ବନ୍ଧୁ ଅଟନ୍ତି । ”


Share It

Comments are closed.