ଭାରତରେ ଭଲଭୋ କାର୍ ବିକ୍ରିରେ ୩୦% ବୃଦ୍ଧି ରେକର୍ଡ


ଭାରତର ଅଗ୍ରଣୀ ବିଳାସପୂର୍ଣ୍ଣ କାର୍ ବ୍ରାଣ୍ଡ, ଭଲଭୋ କାର ଇଣ୍ଡିଆ ୨୦୧୮ରେ ଏହାର ବିକ୍ରିରେ ୩୦% ବୃଦ୍ଧି ଘୋଷଣା କରିଛି । ୨,୯୩୮ଟି ରିଟେଲ୍ ସହିତ ଏହି ବର୍ଷ ଭଲ୍ଭୋ କାର୍ ଏହି ବୃଦ୍ଧି ହାସଲ କରିଛି । ଯଦିଓ ବିଳାସପୂର୍ଣ୍ଣ ଗାଡ଼ିଗୁଡ଼ିକର ବଜାର ସାମାନ୍ୟ ଗରମ ରହିଛି, ତଥାପି ଭଲଭୋ ଏହାର ନୂତନ କାର୍ଗୁଡ଼ିକର ଶୁଭାରମ୍ଭ ଓ ଡିଲରସିପ୍ଗୁଡ଼ିକର ସଂପ୍ରସାରଣକୁ ସୁଦୃଢ଼ କରିପାରିଛି । ଗତ ବର୍ଷ ଭଲଭୋ ପାଇଁ ଏକ ସମ୍ମାନନୀୟ ମୂହୂର୍ତ୍ତ ଥିଲା ଯେ, ଏହାର ଏକ୍ସସି୪୦ ମଡେଲ ଆଇସିଓଡିୱାଇ ଦ୍ୱାରା ‘ପ୍ରିମିୟମ୍ କାର୍ ଆୱାର୍ଡ’ ଓ ଅଟୋକାର୍ ଆୱାର୍ଡରେ ‘କମ୍ପ୍ୟାକ୍ଟ ଲକ୍ଜୁରି ଏସ୍ୟୁଭି ଅଫ୍ ଦି ଇୟର୍’ ସମ୍ମାନ ପାଇଥିଲା ।
ଭଲଭୋ କାର୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚାର୍ଲସ୍ ଫ୍ରମ୍ପ ପ୍ରକାଶ କରିଛନ୍ତି ଯେ, “୨୦୧୮ ଭଲଭୋ କାର୍ ଇଣ୍ଡିଆ ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ ରହିଛି, କାରଣ ଏହି ବର୍ଷ ଭଲଭୋ କାର୍ଗୁଡ଼ିକର ଆକର୍ଷଣୀୟ ବିକ୍ରି ସହିତ ଶେଷ ହୋଇଛି । ୨୦୧୮କୁ ଏକ ସଫଳ ବର୍ଷ କରାଇଥିବାରୁ ମୁଁ ଆମର ସମସ୍ତ ଗ୍ରାହକ, ଡିଲର୍ ପାର୍ଟନର ଓ ମୋର ସମ୍ପୂର୍ଣ୍ଣ ଟିମ୍କୁ ଧନ୍ୟବାଦ ଅର୍ପଣ କରୁଛି । ମୁଁ ଦୃଢ଼ ଯେ ୨୦୧୯ ମଧ୍ୟ ଆମ କମ୍ପାନୀ ଓ ଡିଲରମାନଙ୍କ ପାଇଁ ଲାଭଦାୟକ ରହିବ ।”


Share It

Comments are closed.