ଓଡିଶାରେ ଶୁଭାରମ୍ଭ ହେଲା ଟାଟା ହିଟାଚିର ନୂଆ ବ୍ୟାକହୋ ଲୋଡର ‘ଶିନରାଇ’


ଦକ୍ଷିଣାଞ୍ଚଳ ବଜାର, ଛତିଶଗଡ, ଝାରଖଣ୍ଡ ନାଗପୁର ଏବଂ ବିହାରରେ ଏହାର ସଫଳ ଶୁଭାରମ୍ଭ ପରେ ଓଡିଶାରେ ସମ୍ପ୍ରୁ୍ଣ୍ଣ ନୂତନ ବ୍ୟାକହୋ ଲୋଡର,ଟାଟା ହିଟାଚି ଶିନରାଇର ଶୁଭାରମ୍ଭ କରାଯାଇଛି । ଏହାର ଶୁଭାରମ୍ଭ ଭୁବନେଶ୍ୱରରେ କରାଯାଇଛି ।
ଟାଟା ହିଟାଚିର ବୈପ୍ଳବିକ ନୂତନ ଅଫର ଶିନରାଇ ଦକ୍ଷତା ଏବଂ ବିଶ୍ୱସନୀୟତା ସହିତ ପ୍ରସ୍ତୁତ ହୋଇଛି । ଏକ ଇଞ୍ଜିନିୟରିଂ ମାଷ୍ଟରପିସ, ଏହି ମେସିନ ସହିତ ଏହାର ନୂତନ ଏବଂ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଏହାର ନାମ- ଶିନରାଇକୁ ବାସ୍ତବତା ପ୍ରଦାନ କରୁଛି । ଶିନରାଇ ଏକ ଜାପାନୀ ଶବ୍ଦ ଯାହାର ଅର୍ଥ ହେଉଛି ବିଶ୍ୱାସ, ଭରଷାଯୋଗ୍ୟ ଏବଂ ଦୃଢ ବିଶ୍ୱାସ ।
ଉଦ୍ୟୋଗର ଅଗ୍ରଣୀ ପହଞ୍ଚ, ଡିଗ ଫୋର୍ସ ଏକ ବ୍ରାଣ୍ଡର ନୂତନ ସମ୍ମୁଖ ପଶ୍ଚାତ ଲୋଡର ଜୋମେଟ୍ରି ଏବଂ ଏକ ବନ୍ଧନ ପାଇଁ ପ୍ରସ୍ତୁତ ଡିଜାଇନ – ଟାଟା ହିଟାଚି ଶିନରାଇ ହେଉଛି ଏକ ଦକ୍ଷ ମେସିନ । ଏହା ନିମ୍ନ ଆରପିଏମରେ ଉଚ୍ଚ ଟର୍କି ଇଞ୍ଜିନ ସହିତ ପର୍ଯ୍ୟାପ୍ତ ଶକ୍ତିର ସମ୍ପୂର୍ଣ୍ଣ ସ୍ପେକ୍ଟ୍ରମରେ ଦକ୍ଷତା ଏବଂ ବିଶ୍ୱାସ ସହିତ ପ୍ରସ୍ତୁତ ।
ବିସ୍ତିର୍ଣ୍ଣ, ସହଜରେ କାମ ନିୟନ୍ତ୍ରଣ କରିବା ପାଇଁ କ୍ୟାବିନ, ସମ୍ପୂର୍ଣ୍ଣ ମେକାନିକାଲ ଡ୍ରାଇଭ ଟ୍ରେନ, ଇନ-ଲାଇନ ଫୁଏଲ ଇନଞ୍ଜେକସନ ପମ୍ପ, ଏକ ସ୍ୱତନ୍ତ୍ର ୱାରେଣ୍ଟି ଏବଂ ସପୋର୍ଟ ପ୍ୟାକେଜ ଏବଂ ଇନସାଇଟ (ଟାଟା ହିଟାଚିର ଟେଲିମେଟିକ ସୁଟ) ସହିତ ଏୟାର କଣ୍ଡିସନଡ କ୍ୟାବିନକୁ ଏକ ବିକଳ୍ପ ଫିଟମେଣ୍ଟ କରିଥାଏ । ଏଥି ସହିତ ଏକ ଚୟନିତ ଫିଟମେଣ୍ଟ, ଟାଟା ହିଟାଚି ଶିନରାଇ ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱାସ ଏବଂ ଭରସା ବୃଦ୍ଧି କରିବା ପାଇଁ ପ୍ରସ୍ତୁତ । ଏହି ନୂତନ ବ୍ୟାକହୋଲ ଲୋଡର ପ୍ରଦର୍ଶନ, ଶକ୍ତି ଏବଂ ନିମ୍ନ ପରିଚାଳିତ ମୂଲ୍ୟ ପାଇଁ ପ୍ରତିଶ୍ରୁତିବଦ୍ଧ ।
ଆଗାମୀ ପିଢିର ଇଞ୍ଜିନିୟରିଂ ପ୍ଲାଟଫର୍ମରେ ପ୍ରସ୍ତୁତ ଶିନରାଇ ଏକ ମେସିନ ଯାହା ଅସମାନ୍ତରାଳ ବିଶ୍ୱାସକୁ ଦୃଢ କରିପାରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଟାଟା ହିଟାଚି ପକ୍ଷରୁ ଏହାର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ଦିପ ସିଂ କହିଛନ୍ତିଯେ, “ଭୁବନେଶ୍ୱରରେ ଶିନରାଇର ଶୁଭାରମ୍ଭ କରିଥିବାରୁ ଆମ୍ଭେମାନେ ଖୁବ ଗର୍ବିତ । ଆମ୍ଭମାନଙ୍କ ପାଇଁ ଓଡିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଏହି କ୍ରାନ୍ତି ବ୍ୟାକହୋ ଲୋଡର ବଜାରରେ ଏହାର ଏକ ପରିଚୟ ସୃଷ୍ଟି କରିପାରିବ ବୋଲି ଆମ୍ଭମାନଙ୍କର ବିଶ୍ୱାସ ରହିଛି । ଏହି ମେସିନକୁ ଆମ୍ଭେମାନେ ଆମ୍ଭମାନଙ୍କର ଗ୍ରାହକ ଏବଂ ଡିଲର ବନ୍ଧୁମାନଙ୍କୁ ଉତ୍ସର୍ଗ କରୁଛୁ ।”
ଏହି ଅବସରରେ ମାର୍କେଟିଙ୍ଗ ଏବଂ ସେଲସର ବରିଷ୍ଠ ସାଧାରଣ ମ୍ୟାନେଜର, ଶ୍ରୀଯୁକ୍ତ ହେମନ୍ତ ମାଥୂର କହିଛନ୍ତିଯେ, “ଭୁବନେଶ୍ୱରରେ ଟାଟା ହିଟାଚି ଶିନରାଇର ଶୁଭାରମ୍ଭ ଆମ୍ଭମାନଙ୍କ ପାଇଁ ଅନ୍ୟ ଏକ ମାଇଲଷ୍ଟୋନ । ଆମ୍ଭେମାନେ ମଧ୍ୟ ଏହି ମେସିନକୁ ଦକ୍ଷିଣ ଭାରତ, ଛତିଶଗଡ, ଝାରଖଣ୍ଡ, ବିହାର ଏବଂ ନାଗପୁରରେ ସ୍ଥାପନ କରିଛୁ । ଭୁବନେଶ୍ୱରରେ ବର୍ତ୍ତମାନ ଏହାର ଶୁଭାରମ୍ଭ ସହିତ ଆମ୍ଭେମାନେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଏହାର ଉପସ୍ଥିତିକୁ ସମ୍ପ୍ରସାରିତ କରିବା ପାଇଁ କାର୍ଯ୍ୟରତ ।”


Share It

Comments are closed.