କିଙ୍ଗସ ଏକାଦଶ ପଞ୍ଜାବର ମୁଖ୍ୟ କୋଚ ଭାବେ ନିଯୁକ୍ତି ପାଇଲେ କୁମ୍ବଲେ


ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପ୍ରମୁଖ ଦଳ କିଙ୍ଗସ ଏକାଦଶ ପଞ୍ଜାବର ମୁଖ୍ୟ କୋଚ ରୂପେ ନିଯୁକ୍ତି ପାଇଛନ୍ତି ଭାରତୀୟ ଦଳର ପୂର୍ବତ୍ତନ ଖେଳାଳୀ ଅନିଲ କୁମ୍ବଲେ । କୁମ୍ବଲେ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ ରୂପେ ଦାୟିତ୍ୱ ଗ୍ରହଣ କରିସାରିଥିଲେ । ତେବେ ଅଧିନାୟକ ବିରାଟ କୋହଲିଙ୍କ ସହ ମତଭେଦ କାରଣରୁ କୁମ୍ବଲେ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଥିଲେ ।କୁମ୍ବଲେଙ୍କୁ ଆଗାମୀ ସିଜିନ ପାଇଁ କିଙ୍ଗସ ଏକାଦଶ ପଞ୍ଜାବର କୋଚ କରାଯାଇଥିବାର ସୂଚନା ଟିମ ଅନ୍ୟତମ ମାଲିକ ମୋହିତ ବର୍ମନ ଦେଇଥିବାବେଳେ ମୁଖ୍ୟ କୋଚ ସହ ଦଳର କ୍ରିକେଟ ସଂପର୍କିତ ସବୁ ବିଷୟ କୁମ୍ବେଲ ବୁଝିବେ ବୋଲି ମୋହିତ ସୂଚନା ଦେଇଛନ୍ତି ।

କିଙ୍ଗସ ଏକାଦଶ ଦଳର ମ୍ୟାନେଜମେଣ୍ଟ ପକ୍ଷରୁ ଗତ ଗୁରୁବାର ଦିନ ମୁମ୍ବାଇରେ ଏକ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଏହି ନିଷ୍ପତି ନିଆଯାଇଥିବାର ଜଣାପଡିଛି । ସେହିଭଳି ଦଳର ଅନ୍ୟତ୍ତମ ମାଲିକ ନେଓ ୱାଡିଆ କହିଛନ୍ତି ଯେ, “ଜଣେ ଶ୍ରେଷ୍ଠ କ୍ରିକେଟର ଏବଂ ପ୍ରଶିଷକ ଭାବେ କୁମ୍ବଲେଙ୍କ ଦକ୍ଷତା ବିଶ୍ୱବିଦିତ । ସେ ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି ଦଳକୁ କିପରି ପରିଚାଳିତ କରାଯାଏ ସେ ସଂପର୍କରେ କୁମ୍ବଲେଙ୍କର ବେଶ ଜ୍ଞାନ ରହିଥିବାରୁ ତାଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ କୁମ୍ବଲେ ଆଇପିଏଲରେ ଦୁଇଟି ଦଳ ସହ କାମ କରିସାରିଥିବାବେଳେ ମୁଖ୍ୟ ପ୍ରଶିକ୍ଷକ ଭାବେ କିଙ୍ଗସ ଏକାଦଶ ଦଳକୁ ଉପଯୁକ୍ତ ଦେଇ ପାରିବେ । ”


Share It

Comments are closed.