ଗୌହର ଖାନଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ ନିର୍ମାତା, ନିଜେ ଖୁଲାସା କଲେ ଅଭିନେତ୍ରୀ


ଅଭିନେତ୍ରୀ ଗୌହର ଖାନ ତାଙ୍କ ଫିଲ୍ମ ସହିତ ବୋଲ୍ଡ ଲୁକ୍ ଏବଂ ଷ୍ଟାଇଲ୍ ପାଇଁ ବହୁତ ଲୋକପ୍ରିୟ। ଗୌହର ଟେଲିଭିଜନ ସମେତ ବଡ ପରଦାରେ ମଧ୍ୟ ବହୁତ କାମ କରିଛନ୍ତି । କିନ୍ତୁ ତାଙ୍କୁ ବିଗ୍ ବସ୍ ସିଜନ୍ ୭ ଠାରୁ ଏକ ଭିନ୍ନ ପରିଚୟ ମିଳିଥିଲା। ନିକଟରେ ତାଙ୍କୁ ବିକ୍ରାନ୍ତ ମେସି ଏବଂ କୃତି ଖରବନ୍ଦାଙ୍କ ଫିଲ୍ମ ‘୧୪ ଫେରେ’ରେ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଗୌହର ଜଣେ ନିର୍ମାତାଙ୍କ ବିଷୟରେ ଏପରି ସୂଚନା ଦେଇଛନ୍ତି ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଗଣମାଧ୍ୟମ ସହିତ ଏକ ବିଶେଷ ବାର୍ତ୍ତାଳାପ ସମୟରେ ଗୌହର କହିଛନ୍ତି, ଜଣେ ନିର୍ମାତା ତାଙ୍କୁ ତାଙ୍କ କୁଣ୍ଡଳୀ ମାଗିଥିଲେ ଏବଂ ଏହା ପରେ ତାଙ୍କୁ ଏପରି କିଛି କହିଥିଲେ ଯାହା ଶୁଣି ଅଭିନେତ୍ରୀଙ୍କ ହୋସ୍ ଉଡିଯାଇଥିଲା। ନିର୍ମାତା ଗୌହରଙ୍କ କୁଣ୍ଡଳୀ ଦେଖି ସେ କେବେ ମରିବେ ବୋଲି କହିଥିଲେ।

ଗୌହର କହିଛନ୍ତି, ମୁଁ ନିର୍ମାତାଙ୍କ ନାମ ନେବି ନାହିଁ। ନିର୍ମାତା ମୋତେ ଲଞ୍ଚ କରିବାକୁ ଯାଉଥିଲେ। ସେତେବେଳେ ମୁଁ କୌଣସି ଫିଲ୍ମରେ କାମ କରି ନଥିଲି । ସେ ଏକ ବଡ ନେସନାଲ ଆୱାର୍ଡ ପ୍ରାପ୍ତ ଫିଲ୍ମ କରିଥିଲେ। ନିର୍ମାତା ମୋତେ ଜନ୍ମ ତାରିଖ, ସମୟ, ସ୍ଥାନ ଏବଂ ଦିନ ବିଷୟରେ ପଚାରିଥିଲେ। ତା’ପରେ ୧୫ ଦିନ ପରେ ସେ ମୋତେ ଡାକିଥିଲେ। ସେ ମୋତେ ଅତି ଗମ୍ଭୀରତାର ସହ କହିଥିଲେ, ତୁମ ସହିତ କିଛି ହେବ ନାହିଁ, ତୁମେ ଫିଲ୍ମ କର ନାହିଁ, ଏହି ସ୍ୱପ୍ନ ଛାଡିଦିଅ, କିଛି ବ୍ୟବସାୟ କର। ତୁମକୁ ଏକ ଅଜବ ରୋଗ ହେବ ଏବଂ ୩୦-୩୫ ବର୍ଷ ବୟସରେ ତୁମେ ମରିଯିବ। ଏହା ଶୁଣି ସେ ଖୁବ୍ ହସିଥିଲେ ଏବଂ ତାଙ୍କ କଥାକୁ ସେ ଆଜି ବି ମନେ ରଖିଛନ୍ତି।


Share It

Comments are closed.