ଏହି ଦେଶୀ କାର ଆଗରେ ଏଲନ୍ ମସ୍କ-ଟେସ୍ଲା ବି ଫେଲ୍, ଆନନ୍ଦ ମହିନ୍ଦ୍ରା ସେୟାର କଲେ ଭିଡିଓ


ଏଲୋନ୍ ମସ୍କଙ୍କର ଟେସଲା ହେଉଛି ଆଜି ଦୁନିଆର ସବୁଠାରୁ ମୂଲ୍ୟବାନ ଅଟୋମେକର୍ – କିନ୍ତୁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ଏଭଳି ଦେଶୀ କାର ପାଇଛନ୍ତି ଯାହା ଆମେରିକୀୟ ଇଲେକ୍ଟ୍ରିକ୍ କାର୍ କମ୍ପାନୀକୁ ମଧ୍ୟ କଡ଼ା ଟକର ଦେବ | ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି। ସେ ଟ୍ୱିଟର ଜରିଆରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୁଅନ୍ତି। ଆନନ୍ଦ ମହିନ୍ଦ୍ରା ଅଧିକାଂଶ ସମୟରେ ଟ୍ୱିଟରରେ ମଜାଳିଆ ଓ ଆଶ୍ଚର୍ଯ୍ୟଜନକ ଭିଡିଓ ସେୟାର କରନ୍ତି। ବୁଧବାର ଦିନ ଏହିଭଳି ଏକ ମଜାଳିଆ ଭିଡିଓ ପୋଷ୍ଟ କରିଥିଲେ ଆନନ୍ଦ ମହିନ୍ଦ୍ରା। ପୋଷ୍ଟରେ ସେ ଇଲେକ୍ଟ୍ରିକ ଆମେରିକୀୟ କାର ନିର୍ମାତା କମ୍ପାନୀର ପ୍ରମୁଖ ଏଲନ ମସ୍କ ଓ ଟେସ୍ଲା କାର ସମ୍ପର୍କରେ କହିଛନ୍ତି।

ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଏହି ମଜାଳିଆ ଭିଡିଓ ଦକ୍ଷିଣ ଭାରତର ବୋଲି କୁହାଯାଉଛି। ଭିଡିଓରେ ଏକ ଶଗଡ଼ ଗାଡି ରାସ୍ତା ଉପରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଶଗଡ଼ର ପଛପଟ ଭାଗରେ ଆମ୍ବାସେଡର କାରର ଏକ ଅଂଶ ଲାଗିଛି। ତାକୁ ବହୁତ ସୁନ୍ଦର ଭାବେ ସଜାଯାଇଛି। ଶଗଡ଼ରେ ଯିଏ ବସନ୍ତି ତାଙ୍କୁ ଆମ୍ବାସେଡର ଲାଗିଥିବା ଅଂଶରେ ହିଁ ବସିବାକୁ ପଡିଥାଏ।

ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ମୋତେ ଲାଗୁଛି ଏଲନ ମସ୍କ ଓ ଟେସ୍ଲା ନବୀକରଣ ଉର୍ଜା ଦ୍ୱାରା ସଞ୍ଚାଳିତ କାର ଏହି ଭାରତୀୟ କାରକୁ ମୁକାବିଲା କରିପାରିବ। ତେବେ ଏହାର ନିର୍ଗମନ ପ୍ରଣାଳୀ ବିଷୟରେ ସେ ନିଶ୍ଚିତ ନୁହନ୍ତି ବୋଲି କହିଛନ୍ତି।’


ଆନନ୍ଦ ମହିନ୍ଦ୍ରାଙ୍କ ଏହି ଭିଡିଓକୁ ଅନେକ ଲୋକ ରିଟ୍ୱିଟ ମଧ୍ୟ କରିଛନ୍ତି ଏବଂ ଅନେକ ୟୁଜର୍ସ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଭିଡିଓକୁ ଏବେ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଲୋକେ ଏହି ଭିଡିଓରେ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି।


Share It

Comments are closed.