ପୃଥିବୀ ଅପେକ୍ଷା ଚନ୍ଦ୍ରରେ କାହିଁକି ଅଧିକ ଥର ଭୂମିକମ୍ପ ହୁଏ, ଆସନ୍ତୁ ଜାଣିବା


ବୈଜ୍ଞାନିକମାନେ ପୃଥିବୀ ଭଳି କିପରି ଚନ୍ଦ୍ରରେ ଜନବସତି ଆରମ୍ଭ କରାଯାଇପାରିବ ସେଥିପାଇଁ ଅନେକ ଗବେଷଣା ଚାଲୁଥିବାବେଳେ ଏହି ଚନ୍ଦ୍ରପୃଷ୍ଟରେ ଜନବସତି ଦିଗରେ ଏକ ବଡ ସମସ୍ୟା ଉପୁଜିପାରେ ଚନ୍ଦ୍ରକମ୍ପ । ସବୁଠାରୁ ବଡ କଥା ହେଉଛି ଏହା ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ଅଧିକ ଶକ୍ତିଶାଳୀ ହେବା ୨୦ ଗୁଣ ଅଧିକ ସମୟ ପାଇଁ ମଧ୍ୟ ରହେ । ପଥିବୀ ଠାରୁ ୩୮୪୪୦୦ କିଲୋମିଟିର ଦୂରରେ ଅବସ୍ଥିତ ଥିବା ଏହି ଚନ୍ଦ୍ର ଉପଗ୍ରହରେ ଆସୁଥିବା ଭୂମିକମ୍ପ ପୃଥିବୀ ସମୂର୍ଣ୍ଣ ଭିନ୍ନ ଅଟେ । ୧୯୭୨ ମସିହାରେ ଆପୋଲୋ ୧୭ ଚନ୍ଦ୍ର ଅଭିଯାନରେ ମହାକାଶଚାରୀ ମାନେ ଚନ୍ଦ୍ର ପୃଷ୍ଟରେ ବିଭିନ୍ନ ସ୍ଥାନରେ ଆସୁଥିବା ଭୂମିକମ୍ପକୁ ଚିହ୍ନଟ କରିବା ପାଇଁ ଯନ୍ତ୍ର ଛାଡି ଆସିଥିଲେ । ଏହି ଯନ୍ତ୍ରଟି ୧୯୭୨ରୁ ୧୯୭୭ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଥିଲା । ଏହି ୫ବର୍ଷ ମଧ୍ୟରେ ଚନ୍ଦ୍ରରେ ୧୨ହଜାର ଥର କମ୍ପନ ସୃଷ୍ଟି ହୋଇଥିଲା । ଏହାର ଅର୍ଥାତ ଚନ୍ଦ୍ରପୃଷ୍ଠରେ ପ୍ରତି ମାସରେ ୨୦୦ ଥର ଭୂମିକମ୍ପ ହୁଏ ।
ପୃଥିବୀରେ ହେଉଥିବା ଭୂମିକମ୍ପ ମନ୍ଥର ଗତିରେ ଘୁଞ୍ଚୁଥିବା ଏକାଧିକ ଭୂଖଣ୍ଡ ଚଟାଣ ବା ଟେକ୍ଟୋନିକ ପ୍ଲେଟ ମଧ୍ୟରେ ଘର୍ଷଣ ଯୋଗୁଁ ହେଉଥିବା ବେଳେ ଚନ୍ଦ୍ରରେ ୪ଟି କାରଣରୁ ଭୂମିକମ୍ପ ଆସିଥାଏ ।

ଗଭୀର ଚନ୍ଦ୍ରକମ୍ପ – ଚନ୍ଦ୍ରରେ ଏହିପ୍ରକାରର କମ୍ପ ଅଧିକ ଥର ଆସିଥାଏ । ଏହା ପ୍ରାୟ ୨୭ ଦିନରେ ଥରେ ଆସିଥାଏ । ଚନ୍ଦ୍ରପୃଷ୍ଠ ଠାରୁ ୭୦୦ କିମି ଗଭୀରତାରେ ଏହି କମ୍ପ ସୃଷ୍ଟି ହୋଇଥାଏ । ଅନୁମାନ କରାଯାଏ ଯେ, ଚନ୍ଦ୍ରର ଆକର୍ଷଣ ଶକ୍ତି ଯୋଗୁଁ ପୃଥିବୀର ଜଳ ଭାଗରେ ଯେପରି ଜୁଆର ଆସିଥାଏ, ସେହିପରି ପୃଥିବୀର ଯଥେଷ୍ଟ ଅଧିକ ମହାକର୍ଷଣ ଶକ୍ତି ଯୋଗୁଁ ଚନ୍ଦ୍ରରେ ଫଥୁରିଆ କେନ୍ଦ୍ରସ୍ଥଳରେ ଅସ୍ଥିରତା ଏବଂ ଫାଟ ସୃଷ୍ଟି ହୋଇଥାଏ ।

ଗ୍ରହାଣୁ ମାଡ – ପୃଥିବୀ ଆଡକୁ ଆସୁଥିବା ଗ୍ରହାଣୁ ବା ଉଲକା ଏହାର ବାୟୁମଣ୍ଡଳରେ ଘର୍ଷଣ ହୋଇ ଜଳିଯାଏ । ଛୋଟ ଛୋଟ ଉଲକା ବାୟୁମଣ୍ଡଳରେ ଘର୍ଷଣ ହୋଇ ନଷ୍ଟ ହୋଇଯାଉଥିବା ବେଳେ ଚନ୍ଦ୍ର ବାୟୁମଣ୍ଡଳରେ ଏହା ହୋଇନଥାଏ । ତେଣୁ ସମସ୍ତ ଛୋଟ ବଡ ଗ୍ରହାଣୁ ଏବଂ ଉଲକା ନିଶ୍ଚିତ ରୂପେ ଚନ୍ଦ୍ର ପୃଷ୍ଟରେ ଆସିକି ମାଡ ହୋଇଥାଏ । ଏହି ଗ୍ରହାଣ ମାଡ ଫଳରେ ଚନ୍ଦ୍ର ପୃଷ୍ଟରେ ବହୁ ଥର କମ୍ପନ୍ନ ସୃଷ୍ଟି ହୋଇଥାଏ ।

ତାପମାତ୍ରାରେ ତାରତମ୍ୟ – ଚନ୍ଦ୍ରର ଗୋଟିଏ ପାଶ୍ୱର୍ ୨ ସପ୍ତାହ ଯାଏଁ ସୂର୍ଯ୍ୟର ବିପରୀତ ଦିଗକୁ ଅର୍ଥାତ ଅନ୍ଧାରରେ ରହେ । ତେଣୁ ସେଠାରେ ତାପମାତ୍ରା -୧୫୧ ଡିଗ୍ରୀ ସେଲସିୟସ ଟାରୁ ଆହୁରୀ ହ୍ରାସ ପାଏ । ଏହି ପାଶ୍ୱର୍ ୨ ସପ୍ତାହ ପରେ ଯେତେବେଳେ ସୂର୍ଯ୍ୟ ଆଡକୁ ବୁଲେ ତାହାର ତାପମାତ୍ରା ହଠାତ ୧୨୧ ଡିଗ୍ରୀ ସେଲସିୟସ ହୋଇଯାଏ । ତେଣୁ ଶୀତଳ ହୋଇ ସଂକୁଚିତ ଅବସ୍ଥାରେ ଥିବା ଚନ୍ଦ୍ରପୃଷ୍ଠ ହଠାତ ଅତ୍ୟଧିକ ତାପମାତ୍ରା ଯୋଗୁଁ ପ୍ରସାରିତ ହେବା ଫଳରେ କମ୍ପନ୍ନ ସୃଷ୍ଟି ହୋଇଥାଏ ।

ଅଗଭୀର ଚନ୍ଦ୍ରକମ୍ପ – ଚନ୍ଦ୍ର ପୃଷ୍ଟରେ ଏହି ପ୍ରକାରର କମ୍ପନ୍ନର ସଠିକ କାରଣ ଜଣାନଥିଲେ ମଧ୍ୟ ଅନ୍ୟ ତିନି ପ୍ରକାରର କମ୍ପନ ଠାରୁ ଏହା ଅଧିକ ଶକ୍ତିଶାଳୀ ଏବଂ ଏହା ରିକ୍ଟର ସ୍କେଲରେ ୫.୫ ତୀବ୍ରତା ପର୍ଯ୍ୟନ୍ତ ପହଞ୍ôଚଥିବାର ଦେଖାଯାଇଛି । ୧୯୭୨ରୁ ୭୭ ମସିହା ମଧ୍ୟରେ ୨୮ ଥର ଏହି ଭଳି ଚନ୍ଦ୍ରକମ୍ପ ହୋଇଛି । ଗ୍ରହାଣଉ ମାଡ ଯୋଗୁଁ ସୃଷ୍ଟ ହୋଇଥିବା ଗର୍ତ୍ତ ଭାଙ୍ଗିବା କାରଣରୁ ଏହି କମ୍ପନ ସୃଷ୍ଟି ହେଉଛି ବୋଲି ଅନୁମାନ କରାଯାଉଛି ।

ପୃଥିବୀରେ ଗତିଶୀଳ ଟେକ୍ଟନିକ ପ୍ଲେଟ ମଧ୍ୟରେ ଘର୍ଷଣ କାରଣରୁ ଭୂମିକମ୍ପ ହେଲେ ଏହା ୧୦ ରୁ ୩୦ ସେକେଣ୍ଡ କିମ୍ବା ଅତିବେଶୀରେ ଗୋଟିଏ କିମ୍ବା ୨ ମିନିଟ ପର୍ଯ୍ୟନ୍ତ ରହେ । ଏହି ସମୟରେ କମ୍ପନ ପାଣି ଏବଂ ପଥୁରିଆ ଚଟାଣ ଦେଇ ଗତି କରୁଥିବାରୁ ଭୂମିକମ୍ପ ଶକ୍ତି ଧିରେ ଧିରେ କମିବାରେ ଲାଗେ । କିନ୍ତୁ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଗୋଟିଏ ମାତ୍ର ଶୁଷ୍କ ପଥୁରିଆ ମାଟିରେ ପ୍ରସ୍ତୁତ ହୋଇଥିବାରୁ ସେଠାରେ ଭୂମିକମ୍ପ ଯଥେଷ୍ଟ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ । ଭୂମିକମ୍ପ ଅଧିକ ତୀବ୍ର ତା ୧୦ ମିନିଟ ପର୍ଯ୍ୟନ୍ତ ଅନୁଭୂତ ହୁଏ ଏବଂ ଏହାପରେ କିଛି ଘଣ୍ଟା ପାଇଁ କ୍ଷୀଣ କମ୍ପନ ଚନ୍ଦ୍ରପୃଷ୍ଟରେ ଜାରି ରହିଥାଏ । ତେଣୁ ଭବିଷ୍ୟତରେ ସେଠାରେ ଜନବସତି ସ୍ଥାପନ ହେଲେ, ଘରର କାନ୍ଥ ଭାଙ୍ଗିଯିବ ଏବଂ ଅମ୍ଳଜାନ ଟାଙ୍କି କ୍ଷତିଗ୍ରସ୍ତ ହେବାର ଅନେକ ସମ୍ଭାବନା ରହିଥାଏ ।


Share It

Comments are closed.