ବିବାହ ପୂର୍ବରୁ ଗର୍ଭବତୀ ହେଲେ ‘ଆମି ଜ୍ୟାକସନ’


ବିବାହ ପୂର୍ବରୁ ଗର୍ଭବତୀ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ‘ଆମି ଜ୍ୟାକସନ’ । ଏହା ଆମେ କହୁ ନାହିଁ ବରଂ ସେ ନିଜେ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ଆମି ଏହି ଘଟଣା ସଂପର୍କରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜ ପ୍ରେମିକା ଜର୍ଜଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଗର୍ଭବତୀ ଥିବାର ସ୍ପଷ୍ଟ ଜଣାପଡୁଛି ।

କେବଳ ଏତିକି ନୁହେଁ ସେ ଏହି ଫଟୋକୁ ସେୟାର କରିବା ସହ ଲେଖିଛନ୍ତି ଯେ, “ମୁଁ ଅନେକ ଦିନ ହେବ ଏହି ଖବର ସେୟାର କରିବା ପାଇଁ ଅପେକ୍ଷା କରୁଥିଲି ଏବଂ ଏହା କହିବା ପାଇଁ ଚାହୁଁଥିଲେ ଯେ, ମାତୃ ଦିବସ ଠାରୁ ଭଲ ଦିନ କ’ଣ ବା ଅଛି । ମା’ ଏବେ ଠାରୁ ତୁମକୁ ଦୁନିଆରେ ସବୁଠାରୁ ଅଧିକ ଭଳ ପାଇବା ଦେବାକୁ ଲାଗିଲାଣି । ତମକୁ ଦେଖିବା ପାଇଁ ମୁଁ ଆଉ ଅପେକ୍ଷା କରିପାରୁ ନାହିଁ । ”
ପ୍ରକାଶ ଥାଉକି, ଆମି ଏବଂ ଜର୍ଜ ୨୦୧୫ରୁ ରିଲେନସିପରେ ଅଛନ୍ତି । ଜର୍ଜର ଜଣେ ବିଶିଷ୍ଟ ବ୍ୟବସାୟୀ ହୋଇଥିବାବେଳେ ସେ ‘ବ୍ରିଟିସ ଡେଭଲ୍ଫପର’ ଏବଂ ଏବିଲିଟି ଗ୍ରୁପର ପ୍ରତିଷ୍ଠାତା ଏଣ୍ଡ୍ରିୟାସର ପୁତ୍ର ଅଟନ୍ତି ।


Share It

Comments are closed.