ଦୁଇ ଟଙ୍କା ଲେଖାଏଁ ବଢିଲା ଅମୁଲ ଏବଂ ମଦର ଡାଏରି ମିଲ୍କ ମୂଲ୍ୟ


ଦେଶର ସର୍ବବୃହତ ବିକ୍ରି ଦେଉଥିବା ଦୁଗ୍ଧ ଅମୁଲ ଏବଂ ମଦରଡାଏରୀରର ମୂଲ୍ୟ ୨ଟଙ୍କା ଲେଖାଏଁ ବୃଦ୍ଧି ପାଇଛି । ଗୁଜୁରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ମୂଲ୍ୟ ବୁଧବାର ଠାରୁ ଲାଗୁହେବ ।
ଦର ବୃଦ୍ଧି ପରେ ଅମୁଲ ଗୋଲ୍ଡ ୩୧ଟଙ୍କା, ଅମୁଲ ତାଜା ୨୫ଟଙ୍କା ଏବଂ ଅମୁଲ ଶକ୍ତି ୨୮ଟଙ୍କାରେ ବିକ୍ରି ହେଉଛି । ସେହିପରି ମଦର ଡାଏରୀରର ଫୁଲ କ୍ରିମ ଯୁକ୍ତ ଦୁଗ୍ଧ ଲିଟରକୁ ୬୧ଟଙ୍କା, ଟେନଡ ମିଲ୍କ ଲିଟରକୁ ୫୧ଟଙ୍କା, ଡବଲ ଟୋନ ମିଲ୍କ ଲିଟରକୁ ୪୫ଟଙ୍କା ଲେଖାଏଁ ବିକ୍ରି ହେବାକୁ ଯାଉଛି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀରେ ଏହି ଦୁଗ୍ଧର ମୂଲ୍ୟ ବୃଦ୍ଧି କରାଯାଇଥିଲା ।


Share It

Comments are closed.