ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅମ୍ରିତା ରାଓ


ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ରାଓ ମା’ ହେବାକୁ ଯାଉଛନ୍ତି । ନିକଟରେ ତାଙ୍କୁ ସ୍ୱାମୀ ଆର୍‌ଜେ ଅନ୍‌ମୋଲଙ୍କ ସହ ଖାର୍‌ସ୍ଥିତ ଏକ କ୍ଲିନିକ୍‌ ବାହାରେ ଦେଖିବାକୁ ମିଳିଥିଲା । ତାଙ୍କର ଗର୍ଭାବସ୍ଥାର ଏକ ଫଟୋ ମଧ୍ୟ ଭାଇରାଲ୍‌ ହେଉଛି । ଏ ସଂପର୍କରେ ତାଙ୍କ ସହ ଘନିଷ୍ଠ ଜଣେ ବ୍ୟକ୍ତି କହିଛନ୍ତି, ‘ଅମ୍ରିତା ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ଉପଭୋଗ କରୁଛନ୍ତି । ସେ ବ୍ୟକ୍ତିଗତ ଜୀବନକୁ ସାର୍ବଜନୀନ କରୁନଥିବାରୁ ଖୁବ୍‌ କମ୍‌ ଲୋକଙ୍କୁ ଏ ବିଷୟରେ ଜଣା ଅଛି ।’ ୨୦୦୨ରେ ଫିଲ୍ମ ‘ଅବ୍‌ କେ ବରଷ’ ମାଧ୍ୟମରେ ଅମ୍ରିତା ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ତେବେ ୨୦୦୬ରେ ରିଲିଜ୍‌ ହୋଇଥିବା ‘ବିବାହ’ ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ଥିଲା । ସେଥିରେ ତାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା ମିଳିଥିିଲା । ସେହିପରି ୭ ବର୍ଷ ଧରି ଡେଟ୍‌ କରିବା ପରେ ଅମ୍ରିତା ୨୦୧୬ରେ ଆର୍‌ଜେ ଅନ୍‌ମୋଲଙ୍କୁ ବିବାହ କରିଥିଲେ । ଶେଷଥର ପାଇଁ ତାଙ୍କୁ ବାଲାସାହେବ ଠାକ୍‌ରେଙ୍କ ବାୟୋପିକ୍‌ରେ ଦେଖିବାକୁ ମିଳିଥିଲା ।


Share It

Comments are closed.