ଆମ୍ପେରେ ବାଲେଶ୍ୱର’ର କାଳିଦାସପୁରଠାରେ ନୂଆ ଇଭି ଡିଲର୍‌ସିପ୍‌ର ଘୋଷଣା କରିଛି


ଗ୍ରିଭ୍‌ସ କଟନ ଲିମିଟେଡର ଇଲେକ୍‌ଟ୍ରିକ୍ ମୋବିଲିଟି ବିଜ୍‌ନେସ୍‌, ଗ୍ରିଭ୍‌ସ ଇଲେକ୍‌ଟ୍ରିକ୍ ମୋବିଲିଟି ଅଧିନସ୍ଥ ଇଲେକ୍‌ଟ୍ରିକ୍ ଟୁ-ହ୍ୱିଲର୍ ସ୍କୁଟର୍ ବ୍ରାଣ୍ଡ ଆମ୍ପେରେ୍ ପକ୍ଷରୁ ବାଲେଶ୍ୱରର କାଳିଦାସପୁରଠାରେ ଏହାର ନୂଆ ଇଭି ଡିଲର୍‌ସିପ୍‌ର ଲଂଚ୍ ଘୋଷଣା କରାଯାଇଛି । ଏହି ଡିଲରସିପ୍ ଓଡିଶାରେ ବ୍ରାଣ୍ଡର ଉପସ୍ଥିତିକୁ ସୁଦୃଢ କରିବ ।

ବାଲେଶ୍ୱରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଓଏଏସ୍ ନିଲୁ ମହାପାତ୍ର (ଏସ୍‌)ଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଷ୍ଟୋର୍ ଅତିରିକ୍ତ ଇଭି ସଂଶାଧନଗୁଡିକ ସହିତ ସମସ୍ତ ଆମ୍ପେରେ ଉତ୍ପାଦ ପ୍ରଦାନ କରିବ । ଏହି ୨ଏସ୍ ଫ୍ୟାସିଲିଟି ଷ୍ଟୋର୍ ଓଡିଶାର ବାଲେଶ୍ୱର ଜିଲ୍ଲାର (୭୫୬୦୦୩) କଳାଦାସପୁରସ୍ଥିତ ରାମେଶ୍ୱର ମନ୍ଦିର ନିକଟରେ ଅବସ୍ଥିତ । ଏହି ସମ୍ପ୍ରସାରଣ ମାଧ୍ୟମରେ ଆମ୍ପେରେ ଇଭି ଗ୍ରହଣୀୟତାକୁ ଦ୍ରୁତ ଓ ପହଂଚଯୋଗ୍ୟ କରିବା ପାଇଁ ଏହାର ଲକ୍ଷ୍ୟକୁ ସୁଦୃଢ କରିଛି, ଯାହା ଶେଷ-ଦୂରତା କନେକ୍ଟିଭିଟିକୁ ସକ୍ଷମ କରୁଛି ।

ଏହି ଲଂଚ୍ ଉପରେ ମତ ରଖି, ଗ୍ରିଭ୍‌ସ ଇଲେକ୍‌ଟ୍ରିକ୍ ମୋବିଲିଟିର ସିଇଓ ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ସଞ୍ଜୟ ବେହେଲ୍ କହିଛନ୍ତି, ‘ ଆମେ ବାଲେଶ୍ୱରରେ ଆମର ନୂଆ ଡିଲର୍‌ସିପ୍‌ର ଲଂଚ୍ ଘୋଷଣା କରି ଆନନ୍ଦିତ । ଓଡିଶା ଗ୍ରିଭ୍‌ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଟେ ଏବଂ ନୂଆ ଡିଲରସିପ୍ ଷ୍ଟୋର୍ ସମଗ୍ର ବାଲେଶ୍ୱର ଜିଲ୍ଲା ପାଇଁ ୨ୟ ସ୍ତରର ନେଟ୍‌ୱର୍କକୁ ସେବା ପ୍ରଦାନ କରିବ ଏବଂ ଅନ୍ୟ କ୍ଷୁଦ୍ର ସହରଗୁଡିକ ପାଇଁ ସର୍ବୋତମ କନେକ୍ଟିଭିଟି ପ୍ରଦାନ କରିବ । ନୂଆ ଡିଲରସିପ୍ ସହରରେ ଇଭି ପାଇଁ ବଢୁଥିବା ଚାହିଦାକୁ ପୂରଣ କରିବ ଏବଂ ଇଭି ଉତ୍ସାହୀଙ୍କୁ ସର୍ବୋତମ ମାଲିକାନା ଅଭିଜ୍ଞତା ପ୍ରଦାନ କରିବ ।’

ଗ୍ରାହକମାନେ ଏବେ ନୂଆ ଇଭି ଷ୍ଟୋର୍‌ରେ ଏକାଧିକ ଅନ୍ୟ ଇଭି ଆକ୍‌ସେସରିଜ୍ ଏବଂ ନୂଆ ମ୍ୟାଗ୍‌ନସ୍ ଇଏକ୍ସ ସମେତ ନିଜ ପସନ୍ଦର ଆମ୍ପେରେ ଇଲେକ୍‌ଟ୍ରିକ୍ ସ୍କୁଟର୍‌ଗୁଡିକର ଏକ ବିସ୍ତୃତ ରେଞ୍ଜ୍‌ରୁ କ୍ରୟ କରିପାରିବେ । ଆମ୍ପେରେ ସ୍ଥାୟୀ ଓ ସୁଲଭ ଯାତାୟତ ସମାଧାନ ସୃଷ୍ଟି କରିବାରେ ବିଶ୍ୱାସ ରଖିଥାଏ ଯାହା ଉନ୍ନତ ଚାଳନା ଅଭିଜ୍ଞତା ଓ ଉଚ୍ଚ ଫଙ୍କ୍‌ଶନାଲ ବ୍ୟବହାର ପ୍ରଦାନ କରିଥାଏ । ୧.୫ ଲକ୍ଷରୁ ଅଧିକ ସୁଖୀ ଗ୍ରାହକ ଓ ଦେଶବ୍ୟାପୀ ୪୦୦ରୁ ଅଧିକ ଅଥୋରାଇଜ୍‌ଡ ସେଲ୍‌ସ ଓ ସର୍ଭିସ୍ ଆଉଟ୍‌ଲେଟ୍ ସହିତ, ଜଣେ ଗ୍ରାହକ ନିଶ୍ଚିତ ଲାଇଫ୍ ସାଇକେଲ ସପୋର୍ଟ ସହିତ ଯାନର ସମଗ୍ର ମାଲିକାନା ମାଧ୍ୟମରେ କ୍ରୟ କରିପାରିବେ ଏବଂ ଲାଭ ପାଇପାରିବେ ।

ଆମ୍ପେରେ ହେଉଛି ଦେଶରେ ଦ୍ରୁତ ଅଭିବୃଦ୍ଧିଶୀଳ ଇଲେକ୍‌ଟ୍ରିକ୍ ଟୁ-ହ୍ୱିଲର୍ ସ୍କୁଟର୍ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ । ଗ୍ରିଭ୍‌ସ ଇଲେକ୍‌ଟ୍ରିକ୍ ମୋବିଲିଟି ଦ୍ୱାରା ତାମିଲନାଡୁର ରାନିପେଟ୍‌ଠାରେ ନିର୍ମିତ ଏହାର ନୂଆ ଇଭି ମେଗା ଫ୍ୟାସିଲିଟି ସହିତ ଆମ୍ପେରେ ଭାରତରେ ବିଶେଷ କରି ଇଲେକ୍‌ଟ୍‌ରିକ୍ ଟୁ-ହ୍ୱିଲର୍ ସ୍କୁଟର୍ ସେଗ୍‌ମେଂଟ୍‌ରେ ଇଭି ବିପ୍ଳବର ନେତୃତ୍ୱ ନେବା ପାଇଁ ଉନ୍ନତ ସ୍ଥିତିରେ ରହିଛି । ଭାରତ ମହାମାରୀ ପରେ ଗମନାଗମନର ଆଧୁନିକ ମାଧ୍ୟମର ଏକ ନୂଆ ଯୁଗରେ ପ୍ରବେଶ କରିଥିବାରୁ, ଆମ୍ପେରେ ଏଭଳି ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଯାହା ସୁରକ୍ଷିତ ହୋଇଥିବ, ଅଧିକ ସଂଚୟ କରୁଥିବ ଓ ଏକ ବ୍ୟକ୍ତିଗତ ଫ୍ୟାମିଲି ଇଲେକ୍‌ଟ୍ରିକ୍ ସ୍କୁଟର୍ ହାସଲ କରିବାର ଆନନ୍ଦକୁ ବୃଦ୍ଧି କରୁଥିବ ।


Share It

Comments are closed.